ଏମିତି ଦୁଃଖ କାହାକୁ ନ ମିଳୁ, ଏପଟେ ଜନ୍ମ ହେଲା ଝିଅ ଆଉ ସେପଟେ ଉଠିଲା ଘରୁ ତିନୋଟି ଶ-ବ ! ଝିଅ ସହିତ ବି ହୋଇ ପାରିଲାନି ! ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ସୁଖ ଏବଂ ଦୁଃଖକୁ ଭରଷା ନାହିଁ । ବେଳେବେଳେ ଅଚାନକ ବହୁତ୍ ଖୁସି ମିଳିଯାଏ ତ ଆଉ କେତେବେଳେ ଦୁଃଖର ପାହାଡ଼ ଭାଙ୍ଗିଯାଏ । ବର୍ତ୍ତମାନ ରାଜସ୍ଥାନର ରଜସମଣ୍ଡ ଜିଲ୍ଲାର ରେଲମଗରା ଏରିଆରେ ରହୁଥିବା ଏହି ପରିବାରକୁ ହିଁ ନିଅନ୍ତୁ । ଏଠାରେ 9ଦିନ ପୂର୍ବରୁ ହିଁ ଝିଅ ଜନ୍ମ ହୋଇଥିବାରୁ ଖୁସିର ମାହୋଲ ଥିଲା, କିନ୍ତୁ ତାପରେ ଏକାବେଳେ ଗୋଟିଏ ପରିବାରର ତିନିଜଣ ଲୋକଙ୍କର ଶବ ଉଠିଲା । ଏହି ଘଟଣାରେ କେବଳ ପରିବାର ନୁହେଁ ବରଂ ସାରା ଗାଁ ଲୁହ ଝରାଉଛନ୍ତି ।

ଗୋଟିଏ ପରିବାରରେ ହେଲା ତିନିଜଣଙ୍କର ମୃତ୍ୟୁ :-

ବାସ୍ତବରେ ଅମରପୁରା ବାସିନ୍ଦା ଦେବିଲାଲ ଗାଡରୀଙ୍କ ବାପା ପ୍ରତାପ ଗାଡରୀଙ୍କ ଦେହ ଖରାପ ଥିଲା । ଏହି କାରଣରୁ ଦେବିଲାଲ୍ ବାପାଙ୍କ ଚିକିତ୍ସା ପାଇଁ ଦଶଦିନ ପୂର୍ବରୁ ଜୟପୁର ଯାଇଥିଲେ । ଚିକିତ୍ସା ପୁରା ହେବାପରେ ସେ ମଙ୍ଗଳବାର ଦିନ ନିଜ ମା ସୋହନି, ବାପା ପ୍ରତାପ ଏବଂ ଅନ୍ୟ ଜଣେ ସଂପର୍କୀୟଙ୍କ ସହିତ କାରରେ ଘରକୁ ଫେରୁଥିଲେ । ଏଠାରେ ଭିଲବାଡ଼ା ଜିଲ୍ଲାର ଥାନା ରାୟଲା ଅଞ୍ଚଳରେ ଅଧରାତିରେ ତାଙ୍କ କାର କୁ ଗୋଟିଏ ଗାଡି ଧକ୍କା ମାରିଦେଲା । ଏହି ଧକ୍କା ଏତେ ଜୋରରେ ହୋଇଥିଲା ଯେ କାରରେ ବସିଥିବା ଚାରିଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଗଲା ।

ଶବକୁ ଦେଖି ସମସ୍ତଙ୍କ ଆଖିରେ ଲୁହ :-

ବୁଧବାର ଦିନ ସନ୍ଧ୍ୟାରେ ଯେତେବେଳେ ବାପା ମା ଏବଂ ପୁଅର ଶବ ଘରେ ପହଞ୍ଚିଲା, ସେତେବେଳେ ସମସ୍ତଙ୍କ ଆଖିରେ ଲୁହ ଆସିଗଲା । ଗୋଟିଏ ପରିବାରର ତିନିଜଣ ସଦସ୍ୟଙ୍କ ଶବ ର ଯନ୍ତ୍ରଣାଦାୟକ ଦୃଶ୍ୟ ଦେଖି ସେଠାରେ ଥିବା ସବୁ ଲୋକଙ୍କ ହୃଦୟ ଥରି ଉଠିଲା । ସେମାନଙ୍କୁ ବିଦାୟ ଦେବାପାଇଁ ସାରା ଗାଁ ଚାଲିଆସିଲେ । ସେଠାରେ ବୋଧହୁଏ ଏପରି କୌଣସି ବ୍ୟକ୍ତି ନଥିଲେ, ଯାହା ଆଖିରେ ଲୁହ ନଥିଲା ।

ମରିବା ପୂର୍ବରୁ ଦେଖିପାରିଲେ ନାହିଁ ଝିଅର ମୁହିଁ :-

ସବୁଠାରୁ ଦୁଃଖର କଥା ଏହା ଯେ ବାପା ଏବଂ ଅଜା ଆଈ ଝିଅର ମୁହଁ ମଧ୍ୟ ଦେଖିନଥିଲେ । ସେମାନେ ଯେତେବେଳେ ଜୟପୁରରେ ଚିକିତ୍ସା କରୁଥିଲେ, ସେତେବେଳେ ହିଁ ତାଙ୍କ ଘରେ ଝିଅ ଜନ୍ମ ହୋଇଥିଲା । ଝିଅ ଜନ୍ମ ହୋଇଥିବା ଶୁଣି ସମସ୍ତେ ବହୁତ୍ ଖୁସି ଥିଲେ । ସମସ୍ତେ ଘରେ ପହଞ୍ଚି ଝିଅକୁ ଦେଖିବାପାଇଁ ଏବଂ କୋଳରେ ଧରିବାକୁ ବହୁତ୍ ଇଛା କରିଥିଲେ । କିନ୍ତୁ ଦୁର୍ଭାଗ୍ୟ ଯେ ସେମାନଙ୍କର ଏହି ଇଚ୍ଛା ସେମାନଙ୍କ ମୃତ୍ୟୁ ସହିତ ହିଁ ପୋତି ହୋଇଗଲା ।

ଏହି ଦୁଃଖ ଘଟଣା ଯିଏ ବି ଶୁଣିଲା, ସେ କାନ୍ଦି ପକାଇଲା । ଲୋକମାନେ ବର୍ତ୍ତମାନ ଭଗବାନଙ୍କୁ ଏୟା ପଚାରୁଛନ୍ତି ଯେ ପ୍ରକୃତରେ ତୋର ଇଏ କି ଲୀଳା, ଯାହା ଜଣେ ବାପା ମରିବା ପୂର୍ବରୁ ନିଜ ଝିଅର ମୁହଁ ମଧ୍ୟ ଦେଖିପାରିଲା ନାହିଁ ।

Leave A Reply

Your email address will not be published.