ଭ୍ୟାକ୍ସିନ ଲଗାଇଥିଲେ ଆପଣ ପିଲା ଜନ୍ମ କରିପାରିବେ ନାହିଁ ? କଣ ରହିଛି ଏହି ଭିଡ଼ିଓ ପଛର ସତ୍ୟତା ?

0

Get real time updates directly on you device, subscribe now.

ଦେଶ ବର୍ତ୍ତମାନ କରୋନାର ତୃତୀୟ ଲହର କରାଳରେ ଆସି ସାରିଛି ଏଥିରୁ ବର୍ତ୍ତିବା ପାଇଁ ମୁଖ୍ୟ ରୂପରେ ଭ୍ୟାକ୍ସିନକୁ ଅସ୍ତ୍ର ରୂପରେ ବ୍ୟବହାର କରାଯାଉଛି। ଏହି କାରଣ ପାଇଁ ସରକାର ନୂଆବର୍ଷ ଆରମ୍ଭରୁ କିଶୋରଙ୍କୁ ଭ୍ୟାକ୍ସିନ ଦେବା ଆରମ୍ଭ କରିଦେଇଛନ୍ତି। ଏହାବ୍ୟତୀତ କିଛି ଗୁଜବ ବର୍ତ୍ତମାନ ଲୋକମାନଙ୍କ ମଧ୍ୟରେ ଖେଳି ବୁଲୁଛି। ଏମିତି ଏକ ମିଥ୍ୟା ଏହା ଅଟେ କି, ଯିଏ ଭ୍ୟାକ୍ସିନ ଲଗାଉଛି ସେ ବାଞ୍ଝ ହୋଇଯିବ କିନ୍ତୁ ସରକାର ଏହାକୁ ଖଣ୍ଡନ କରିଛନ୍ତି।

ପୋଲିଓ ଭ୍ୟାକ୍ସିନକୁ ନେଇ ମଧ୍ୟ ହୋଇଥିଲା ଏହି ଗୁଜବ:-

ଏହା କୌଣସି ନୂଆ ନୁହେଁ, ଏହାପୂର୍ବରୁ ପୋଲିଓ ଭ୍ୟାକ୍ସିନକୁ ନେଇ ମଧ୍ୟ ପୂର୍ବରୁ ଏହିପରି ଗୁଜବ ସୃଷ୍ଟି ହୋଇଥିଲା। ଏହା କୋଭିଡ଼ ପୂର୍ବରୁ ମଧ୍ୟ ଏକ ବଡ଼ ଟୀକାକରଣ ଥିଲା ଓ ଏହାକୁ ନେଇ ମଧ୍ୟ ଦେଶ ଓ ଅନ୍ୟ କିଛି ଦେଶରେ ବହୁତ ସାରା ଗୁଜବ ସୃଷ୍ଟି ହୋଇଥିଲା।

ଗୁଜବକୁ ସରକାର କଲେ ଖଣ୍ଡନ:-

କୋଭିଡ଼-19 ଟୀକାକୁ ନେଇ ଖେଳାଇଯାଉଥିବା ଗୁଜବକୁ ଖଣ୍ଡନ କରି ପିଆଇବି ଫ୍ୟାକ୍ଟଚେକ Tweet କରିଥିଲା କି, କୋଭିଡ଼-19 କୁ ନେଇ କେତେକ ଭ୍ରମ ସୃଷ୍ଟି କରୁଥିବା ଭଳି ଭିଡ଼ିଓ ସାମ୍ନାକୁ ଆସୁଛି ଓ ଏହାକୁ ଆପଣ ଶେୟର କରନ୍ତୁ ନାହିଁ। ଦେଶରେ ଦିଆଯାଉଥିବା କୌଣସି ବି ଟୀକା କ୍ଷତିକାରକ ନୁହେଁ, ଏମିତି ଭିଡ଼ିଓ ପାଇଲେ ଆପଣ ଆମ ସହିତ ଶେୟର କରନ୍ତୁ।

କୋଭିଡ଼ ବିପକ୍ଷରେ ସବୁଠାରୁ ବଡ଼ ହତିଆର ଭ୍ୟାକ୍ସିନ ଅଟେ:-

ଦେଶରେ ଦିଆଯାଉଥିବା ଭ୍ୟାକ୍ସିନକୁ ନେଇ WHO ମଧ୍ୟ ସୁରକ୍ଷିତ କହିଛନ୍ତି। ଏମିତିରେ ଆପଣ ଏହି ଭ୍ରମ ଖେଳାଉଥିବା ଭିଡ଼ିଓ ଗୁଡ଼ିକୁ ଅଣଦେଖା କରି ସମ୍ପୂର୍ଣ୍ଣ ଭ୍ୟାକ୍ସିନେସନ କରାଇ ନିଅନ୍ତୁ। ଏହା ସଂକ୍ରମଣକୁ ଅଟକାଇବା ସହିତ କୋଭିଡ଼ ବିପକ୍ଷରେ ଶରୀରକୁ ଲଢ଼ିବାରେ ପ୍ରସ୍ତୁତ କରିଥାଏ। ଏବେ 18 ବର୍ଷରୁ କମ ବୟସର ପିଲାଙ୍କ ପାଇଁ ମଧ୍ୟ ଟୀକାକରଣ ବ୍ୟବସ୍ଥା ହୋଇସାରିଛି। ଦୁନିଆର ବିଭିନ୍ନ ଦେଶରେ ପିଲା ମାନଙ୍କ ପାଇଁ କୋଭିଡ଼-19 ଟୀକା ଡେଭେଲପ କାର୍ଯ୍ୟ ଚାଲୁ ରହିଛି।

Leave A Reply

Your email address will not be published.