ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସବୁଠୁ ବଡ ସୁରକ୍ଷା ଉଲ୍ଲଂଘନ କିପରି ହେଲା ? ଜାଣନ୍ତୁ ପୁରା ଘଟଣାବଳୀ !

0

Get real time updates directly on you device, subscribe now.

ପିଏମ ମୋଦିଙ୍କ ସହିତ ଆଜି ପଞ୍ଜାବରେ ଯାହାହେଲା ବୋଧହୁଏ ଆଜାଦ ଭାରତର କୌଣସି ପ୍ରଧାନମନ୍ତ୍ରୀଙ୍କ ସହିତ ଏହା ହୋଇନଥିବ। ରାସ୍ତା ଉପରେ କିଛି ପ୍ରଦର୍ଶନକାରୀ ତାଙ୍କ କାର କୁ 15 ରୁ 20 ମିନିଟ ଧରି ଅଟକାଇ ଦେଇଥିଲେ। ଘଟଣା ହେଉଛି ଗତକାଲି ପିଏମ ମୋଡ଼ି4 ସକାଳ 10.30 ସମୟରେ ବଠିଣ୍ଡା ଏୟାରପୋର୍ଟରେ ପହଞ୍ଚି ଯାଇଥିଲେ। ଏହାପରେ ତାଙ୍କୁ ନ୍ୟାଶନାଲ martyrs Memorial ଉପରେ ମାଳ ଚଢାଇବାର ଥିଲା ଓ ଏହାପରେ ଏକ ଜନସଭାକୁ ସମ୍ବୋଧିତ କରିବାର ଥିଲା। ପ୍ରଥମେ ଖରାପ ପାଗ ଯୋଗୁଁ ତାଙ୍କ ସଭା ବିଳମ୍ବ ହୋଇଥିଲା ଓ ଏହାପରେ ରାସ୍ତାରେ ଆସିବା ସମୟରେ ପ୍ରଦର୍ଶନକାରୀ ମାନେ ତାଙ୍କର ରାସ୍ତା ଅଟକାଇ ଦେଇଥିଲେ।

ପ୍ରଶ୍ନ ଏହା ଉଠୁଛି କି, ପ୍ରଧାନମନ୍ତ୍ରୀଙ୍କ ଗାଡ଼ି ପାଖକୁ ଅଚାନକ ଏତେ ଲୋକ କେମିତି ଆସିଲେ ଓ ଏମାନେ କିଏ ସବୁ ଥିଲେ, ଏମାନଙ୍କ ଲକ୍ଷ୍ୟ କଣ ଥିଲା, ଏମାନେ ପ୍ରଧାନମନ୍ତ୍ରୀଙ୍କ ଗାଡ଼ି ପାଖକୁ କେମିତି ଆସିଲେ। ଏହାସବୁ ଠାରୁ ବଡ଼ ପ୍ରଶ୍ନ ଅଟେ।

ଏହି ମାମଲା କେତେ ଗମ୍ଭୀର ଅଟେ ଆପଣ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟାରୁ ଜାଣିପାରିବେ। ସୂତ୍ର ଅନୁସାରେ, ପ୍ରଧାନମନ୍ତ୍ରୀ ଯେତେବେଳେ ବଠିଣ୍ଡା ଏୟାରପୋର୍ଟକୁ ଫେରିଲେ ସେତେବେଳେ ସେଠାରେ ଥିବା ଅଫିସରଙ୍କୁ କହିଲେ- ମୁଁ ଏୟାରପୋର୍ଟ ଫେରିସାରିଛି ଓ ତୁମ CM ଙ୍କୁ ଧନ୍ୟବାଦ ଜଣାଇଦେବ।

ଆସନ୍ତୁ ଜାଣିବା ଘଟଣା କଣ ଓ କେମିତି ହୋଇଥିଲା? :-

ଏହି ଫୋଟୋରେ ଆପଣ ଦେଖିପାରୁଥିବେ ପ୍ରଧାନମନ୍ତ୍ରୀ ଏକ ବ୍ଲାକ କାରରେ ରହିଛନ୍ତି ଓ ଏହାର ବାହାରେ କମାଣ୍ଡୋ ସୁରକ୍ଷା ପୋଜିଶନରେ ରହିଛନ୍ତି। SPG ତାଙ୍କ ଗାଡି ଚାରିପଟେ ଘେରି ରହିଛନ୍ତି। ଗାଡ଼ି ଆଖପାଖରେ କମାଣ୍ଡୋ ମାନଙ୍କ ଘେରା ରହିଛି। ଏହିସମୟରେ ପ୍ରଧାନମନ୍ତ୍ରୀଙ୍କ ଗାଡ଼ି 15 ରୁ 20 ମିନିଟ ଅଟକି ରହିଥିଲା।

ଏବେ ସୋସିଆଲ ମିଡ଼ିଆରେ ଏକ ଫୋଟୋ ଭାଇରାଲ ହୋଇଛି ଯେଉଁଠାରେ ପିଏମଙ୍କ ଗାଡ଼ି ସାମ୍ନାରେ ଏକ ଗାଡ଼ି ରହିଛି। ସେହି ଗାଡ଼ିରେ କିଛି ଲୋକ ବିରୋଧ ପ୍ରଦର୍ଶନ କରୁଥିଲେ। ଏବେ ଗୃହ ମନ୍ତ୍ରାଳୟ ଅନୁସାରେ, ହୁସୈନିବାଲାରେ ରାଷ୍ଟ୍ରୀୟ ସହିଦ ସ୍ମାରକ ଠାରୁ ମୋଟ 30 କିଲୋମିଟର ଦୂରରେ ଯେତେବେଳେ ପ୍ରଧାନମନ୍ତ୍ରୀଙ୍କ ଗାଡ଼ି ଏକ ଫ୍ଲାଇଓଭର ଉପରେ ପହଞ୍ଚିଥିଲା ସେତେବେଳେ କିଛି ପ୍ରଦର୍ଶନକାରୀ ରାସ୍ତା ଅବରୋଧ କରି ପିଏମଙ୍କ ଗାଡ଼ିକୁ 15 ରୁ 20 ମିନିଟ ପର୍ଯ୍ୟନ୍ତ ଅଟକାଇ ଦେଇଥିଲେ।

ଗୃହ ମନ୍ତ୍ରାଳୟ ଅନୁସାରେ, ପ୍ରଧାନମନ୍ତ୍ରୀ ଙ୍କ କାର୍ଯ୍ୟକ୍ରମ ସମସ୍ତ ପ୍ଲାନ ବିଷୟରେ ପଞ୍ଜାବ ସରକାର ଜାଣିଥିଲେ। ପ୍ରକ୍ରିୟା ଅନୁସାରେ, ତାଙ୍କୁ ସସଦ ସୁରକ୍ଷା ସହିତ ଆକସ୍ମିକ ଯୋଜନା ପ୍ରସ୍ତୁତ ରଖିବାପାଇଁ ଆବଶ୍ୟକୀୟ ଯୋଗାଡ଼ କରିବାର ଥିଲା। କିନ୍ତୁ ଏମିତି ହୋଇନଥିଲା।

ଏବେ ଗୃହ ମନ୍ତ୍ରାଳୟ ବୟାନ ମୁତାବିକ, 8ଟି ବଡ଼କଥା ସାମ୍ନାକୁ ଆସିଛି। ଯାହାକି ଏହି ପୁରା ଘଟଣା ଉପରେ ପରଦା ଉଠାଇଛି।

– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭଠିଣ୍ଡାରେ ଲ୍ୟାଣ୍ଡ କଲେ।

– ପିଏମଙ୍କୁ ହେଲିକେପ୍ଟର ଦ୍ୱାରା ରାଷ୍ଟ୍ରୀୟ ସହୀଦ ସ୍ମାରକ ପର୍ଯ୍ୟନ୍ତ ଯିବାର ଥିଲା।

– ପାଗ ଖରାପ ଥିବା କାରଣରୁ ପିଏମ 20 ମିନିଟ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ।

– ଖରାପ ପାଗକୁ ଅନୁଧ୍ୟାନ କରି ରାସ୍ତା ଦ୍ୱାରା ସ୍ମାରକ ପାଖକୁ ଯିବାର ନିଷ୍ପତ୍ତି ନିଆଗଲା।

– ଡିଜିପି ପଞ୍ଜାବଙ୍କ ଆଶ୍ୱାସନା ପରେ ପ୍ରଧାନମନ୍ତ୍ରୀ ରାସ୍ତା ଜରିଆରେ ଯାଇଥିଲେ।

– ରାଷ୍ଟ୍ରୀୟ ସହିଦ ସ୍ମାରକ ପାଖରୁ ପାଖାପାଖି 30 କିଲୋମିଟର ପୂର୍ବରୁ ପ୍ରଦାର୍ଶନକାରୀ ଅଟକାଇଥିଲେ।

-ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ଡ଼ିଟେଲସ ଆଡ଼ଭାନ୍ସରେ ପଞ୍ଜାବ ସରକାରଙ୍କୁ ଦିଆଯାଇଥିଲା।

– ସୁରକ୍ଷା ଅବହେଳା କାରଣରୁ ପ୍ରଧାନମନ୍ତ୍ରୀଙ୍କୁ ଭଠିଣ୍ଡା ଏୟାରପୋର୍ଟ ପୁଣି ଫେରିବାକୁ ପଡ଼ିଲା।

ଏବେ ଆପଣଙ୍କ ଜାଣିବା ପାଇଁ କହିଦେଉଛୁ କି, ଫିରୋଜପୁର ରେ ପ୍ରଧାନମନ୍ତ୍ରୀଙ୍କ ରାଲି ଥିଲା। ରାଜ୍ୟ ସରକାରଙ୍କୁ ଜଣାଥିଲା କି, କୃଷକ ସଙ୍ଗଠନ ବିରୋଧ ପ୍ରଦର୍ଶନ ପ୍ରଥମରୁ ଘୋଷଣା କରି ରଖିଥିଲେ। ଏହାପରେ ମଧ୍ୟ ତାଙ୍କ ସୁରକ୍ଷାରେ ଏତେ ବଡ଼ ଭୁଲ ହୋଇଗଲା ଯାହାକି ଏବେ ବବାଲ ମଚାଉଛି।

Leave A Reply

Your email address will not be published.