କେବଳ ୬୩୪ ଟଙ୍କାରେ ମିଳୁଛି ଏହି LPG ସିଲିଣ୍ଡର, ଘରକୁ ନେବାରେ ବି ହେବନାହିଁ କୌଣସି ଅସୁବିଧା, ଜାଣନ୍ତୁ କିପରି ପାଇବେ !

0

Get real time updates directly on you device, subscribe now.

ଯଦି ଆପଣ ମଧ୍ୟ ରୋଷେଇ ଗ୍ୟାସର ଲଗାତାର ବଢୁଥିବା ମୂଲ୍ୟ କାରଣରୁ ଚିନ୍ତିତ, ତେବେ ଆପଣଙ୍କ ପାଇଁ ଗୋଟିଏ ଭଲ ଖବର ରହିଛି | ବର୍ତ୍ତମାନ ଆପଣଙ୍କୁ କେବଳ ୬୩୩.୫ ଟଙ୍କାରେ LPG ସିଲିଣ୍ଡର ମିଳିବ | ଆପଣଙ୍କୁ କହିରଖୁଛୁ ଯେ ଗ୍ୟାସ ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ | ବରଂ ଆମେ କଥା ହେଉଛନ୍ତି ହାଲ୍କା ଓଜନ ଥିବା କମ୍ପୋଜିଟ ଗ୍ୟାସ ସିଲିଣ୍ଡର ବିଷୟରେ | ଆସନ୍ତୁ ଆପଣଙ୍କୁ କହିବୁ ଯେ କମ୍ପୋଜିଟ ଏଲପିଜି ସିଲିଣ୍ଡରର ଫାଇଦା |

କମ୍ପୋଜିଟ ସିଲିଣ୍ଡରର ଫାଇଦା :-

ଇଣ୍ଡେନର ନୂତନ କମ୍ପୋଜିଟ ସିଲିଣ୍ଡରରେ ଜଙ୍ଗ ଲାଗିବନାହିଁ | ସେହିପରି ସାଧାରଣତଃ ଏଲପିଜି ସିଲିଣ୍ଡର ପାଇଁ ବହୁତ ପଇସା ଦେବାକୁ ପଡିଥାଏ, କିନ୍ତୁ କମ୍ପୋଜିଟ ସିଲିଣ୍ଡର ପାଇଁ ଆପଣଙ୍କୁ ୬୩୩.୫୦ ଟଙ୍କା ଦେବାକୁ ପଡିଥାଏ | ଗ୍ୟାସର ଦାମରେ କୌଣସି ପ୍ରକାରର ପରିବର୍ତ୍ତନ ଘଟିନାହିଁ | ବାସ୍ତବରେ ଏହି ସିଲିଣ୍ଡରରେ ଆପଣଙ୍କୁ ୧୦ କିଲୋ ଗ୍ୟାସ ହିଁ ମିଳିଥାଏ | ଏହି ସିଲିଣ୍ଡରର ବିଶେଷତା ଏହା ଯେ ଏହାକୁ ନେଇ ଯିବାପାଇଁ ସହଜ ହୋଇଥାଏ ଏବଂ ଏହା ପାରଦର୍ଶୀ ହୋଇଥାଏ | କମ ସଦସ୍ୟ ଥିବା ପରିବାର ପାଇଁ ଏହି ଗ୍ୟାସ ସିଲିଣ୍ଡର ବହୁତ ସୁବିଧାଜନକ ଅଟେ |

ଜାଣନ୍ତୁ ଏହି ସିଲିଣ୍ଡରର ବିଶେଷତା :-

– କମ୍ପୋଜିଟ ଏଲପିଜି ସିଲିଣ୍ଡରର ଓଜନ ପ୍ରାୟ ୧୫ କିଲୋଗ୍ରାମ ଅଟେ, ଯାହା ବର୍ତ୍ତମାନର ଷ୍ଟିଲର ଘରୋଇ ସିଲିଣ୍ଡର ଠାରୁ ଯୋଜନାରେ ପ୍ରାୟ ଅଧା ହୋଇଥାଏ |

– ଖାଲି କମ୍ପୋଜିଟ ଏଲପିଜି ସିଲିଣ୍ଡରର ଓଜନ ୫କେଜି ଅଟେ |

– ୧୦ କେଜି ଗ୍ୟାସ ଭର୍ତ୍ତି କରିବାପରେ କମ୍ପୋଜିଟ ଗ୍ୟାସ ସିଲିଣ୍ଡରର ମୋଟ ଓଜନ ୧୫ କିଗ୍ରା ହୋଇଯାଏ |

– କମ୍ପୋଜିଟ ଏଲପିଜି ସିଲିଣ୍ଡର ବ୍ୟବହାର କରିବାରେ ମହିଳାମାନଙ୍କୁ ଏବଂ ବୃଦ୍ଧାମାନଙ୍କୁ ବହୁତ ସୁବିଧା ହୋଇଥାଏ |

– ଯଦି ନିଆଁ ଲାଗିବା ଭଳି ଦୁର୍ଘଟଣା ହୁଏ, ତେବେ ଏହା ତରଳି ଯିବ, କିନ୍ତୁ ଏଥିରେ ବ୍ଲାଷ୍ଟ ହେବନାହିଁ |

– କମ୍ପୋଜିଟ ଗ୍ୟାସ ସିଲିଣ୍ଡର ଦୁଇ ପ୍ରକାରର ହେବ, ଗୋଟିଏ ୧୦ କିଲୋ ଏବଂ ଅନ୍ୟଟି ୫ କିଲୋର ଅଟେ |

– କମ୍ପୋଜିଟ ଏଲପିଜି ଗ୍ୟାସ ସିଲିଣ୍ଡରରେ ଜଙ୍ଗ ଲାଗେନାହିଁ, କାରଣ ଏହା ଜଙ୍ଗରୋଧି ଅଟେ |

୨୮ଟି ସହରରେ ରହିଛି ଉପଲବ୍ଧ :-

ଇଣ୍ଡିଆନ ଅଏଲ ଅନୁଯାୟୀ, ୧୦ କିଲୋ ଗ୍ରାମ ଗ୍ୟାସ ଥିବା କମ୍ପୋଜିଟ ଗ୍ୟାସ ସିଲିଣ୍ଡର ମୁମ୍ବାଇରେ ୬୩୪ ଟଙ୍କା, କୋଲକାତାରେ ୬୫୨, ଚେନ୍ନାଇରେ ୬୪୫, ଲଖନଉରେ ୬୬୦ ଟଙ୍କାରେ ବିକ୍ରି ହେଉଛି | ସେହିପରି ଇନ୍ଦୋରରେ ଏହା ୬୫୩ ଟଙ୍କା, ଭୋପାଲରେ ଏହାର ମୂଲ୍ୟ ୬୩୮ ଟଙ୍କା ଏବଂ ଗୋରଖପୁରରେ ୬୭୭ ଟଙ୍କା ଅଟେ | ପାଟଣାରେ ଏହାର ମୂଲ୍ୟ ପ୍ରାୟ ୬୯୭ ଟଙ୍କା ଅଟେ | ବର୍ତ୍ତମାନ ଏହା ଦେଶର ପ୍ରାୟ ୨୮ଟି ସହରରେ ମିଳୁଛି | ଆଶା କରାଯାଉଛି ଯେ ଖୁବଶୀଘ୍ର ଅନ୍ୟ ସହରରେ ମଧ୍ୟ ଉପଲବ୍ଧ ହୋଇପାରିବ |

Leave A Reply

Your email address will not be published.