କରୋନା କାରଣରୁ ପିଲାଟିର ହେଲା ଏପରି ଅବସ୍ଥା, ୭ ଦିନରେ ହିଁ ଚାଲିଯାଇଥିଲା ଦୃଷ୍ଟିଶକ୍ତି ! ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

କୋଭିଡର ନୂତନ ଭାରିଆଣ୍ଟ ଅମିକ୍ରନ ଗୋଟିଏ ରହସ୍ୟମୟୀ ଏବଂ ଭୟଙ୍କର ଭାଇରସ ଅଟେ | ସାଉଥ ଆଫ୍ରିକାରୁ ଆରମ୍ଭ ହୋଇଥିଲା ଏବଂ ବର୍ତ୍ତମାନ ଦୁନିଆର ଅନେକ ଦେଶରେ ପହଞ୍ଚି ସାରିଛି | ଅନେକ ଷ୍ଟଡି ମଧ୍ୟ କରାଯାଉଛି | କିନ୍ତୁ ଅମିକ୍ରନର କେବଳ କିଛି ଲକ୍ଷଣ ହିଁ ସାମ୍ନାକୁ ଆସିଛି | ବର୍ତ୍ତମାନ ନିକଟରେ ଗୋଟିଏ କେସ ସାମ୍ନାକୁ ଆସିଛି, ଯେଉଁଥିରେ ଅମିକ୍ରନ ଦ୍ୱାରା ସଂକ୍ରମିତ ଜଣେ ୯ ବର୍ଷୀୟ ପିଲାର ଦୃଷ୍ଟିଶକ୍ତି ପ୍ରାୟ ଚାଲିଗଲା | ଖ୍ରୀଷ୍ଟମାସର ଠିକ ପୂର୍ବରୁ ସେ ସଂକ୍ରମିତ ହୋଇଗଲା | ଗୋଟିଏ ସପ୍ତାହ ମଧ୍ୟରେ ହିଁ ତାର ବାମ ଆଖିର ଦୃଷ୍ଟିଶକ୍ତି ଯିବାକୁ ଲାଗିଲା |

ଖ୍ରୀଷ୍ଟମାସ ସମୟରେ ୯ ବର୍ଷୀୟ ଜ୍ୟାକ ମୋରେ କୋଭିଡ ସଂକ୍ରମିତ ହେଲେ | ହସ୍ପିଟାଲରେ ଭର୍ତ୍ତି କରାଯିବ ପରେ ଜଣାପଡିଲା ଯେ ତାଙ୍କୁ ‘କୋଭିଡ ଆଇ’ ହୋଇଛି | ଏହା ଏମିତି ଏକ ରୋଗ, ଯାହାଦ୍ୱାରା ଧୀରେ ଧୀରେ ଦୃଷ୍ଟିଶକ୍ତି ଯିବାକୁ ଲାଗେ | ଜ୍ୟାକ କୋଭିଡ ପାଇଁ ଟେଷ୍ଟ କରିବାର ଗୋଟିଏ ସପ୍ତାହରୁ କମ ସମୟରେ ମଧ୍ୟ ନିଜ ବାମ ଆଖିର ଦୃଷ୍ଟିଶକ୍ତି ହରାଇଦେଲେ | ତାଙ୍କ ଆଖି ଆର୍ବିଟଲ ସେଲ୍ୟୁଲାଇଟିସର କାରଣ ପ୍ରାୟ ସମ୍ପୂର୍ଣ ଭାବେ ବନ୍ଦ ହୋଇଗଲା | ଏହା ଗୋଟିଏ ସ୍କିନ ସଂକ୍ରମଣ ଅଟେ, ଯାହାକୁ କିଛି ବୈଜ୍ଞାନିକ ଭାଇରସ ସହିତ ଯୋଡ଼ିଛନ୍ତି |

ବ୍ରିସଟଲରେ ରହୁଥିବା ଜ୍ୟାକ ବର୍ତ୍ତମାନ ସମ୍ପୂର୍ଣ ଭାବେ ଠିକ ହୋଇ ଯାଇଛନ୍ତି, କିନ୍ତୁ ପରିବାର ଫଟୋ ସେୟାର କରି ଚେତାବନୀ ଜାରି କରିଛନ୍ତି | ୩୭ ବର୍ଷୀୟ ମା ଏଞ୍ଜେଲା କହିଛନ୍ତି ଯେ ତାର ଆଖିକୁ ଦେଖି ଏପରି ଲାଗୁଥିଲା ଯେପରି ତାହା ଫାଟିଯିବ | ଏପରି କୌଣସି ରାସ୍ତା ନଥିଲା, ଯାହା ଦ୍ୱାରା ସେ ସ୍କିନକୁ ଟାଣିବା ବିନା ଖୋଲିପାରିବେ | ଡିସେମ୍ବର ୧୬ ତାରିଖରେ ନିଜ ମା ଏବଂ ଚାରି ଭାଇ ଭଉଣୀଙ୍କ ସହିତ କୋଭିଡ ପାଇଁ ପଜିଟିଭ ହେବାପରେ ଜ୍ୟାକଙ୍କ ଆଖିର ସମସ୍ୟା ଆରମ୍ଭ ହେଲା |

ପ୍ରଥମେ ଲାଗିଲା କମ୍ପ୍ୟୁଟର ଗେମ ଖେଳିବା କାରଣରୁ ଏପରି ହୋଇଛି :-

ମା କହିଛନ୍ତି ଯେ ତାଙ୍କୁ ଲାଗିଲା ଯେ ଘରେ କମ୍ପ୍ୟୁଟର ଗେମ କହିବା କାରଣରୁ ଏପରି ହୋଇଥିବ | କିନ୍ତୁ ଡିସେମ୍ବର ୨୨ ତାରିଖରେ ଯେତେବେଳେ ସେ ଦୁଇଥର କୋଭିଡ ପାଇଁ ଟେଷ୍ଟ କଲେ, ସେତେବେଳେ ତାଙ୍କ ବାମ ଆଖିରେ ଯନ୍ତ୍ରଣା ହେଲା | ଏଞ୍ଜେଲା କହିଛନ୍ତି,ମୁଁ ଭାବୁଥିଲି ଯେ କମ୍ପ୍ୟୁଟର କାରଣରୁ ଏପରି ହୋଇଛି | କିନ୍ତୁ ଖ୍ରୀଷ୍ଟମାସର ପୂର୍ବ ସନ୍ଧ୍ୟା ବେଳକୁ ଆଖିରେ ଆହୁରି ଫୁଲା ସୃଷ୍ଟି ହେଲା | ଆମେ ତାକୁ ହସ୍ପିଟାଲ ନେଇଗଲୁ ଏବଂ ତାକୁ ବକ୍ସିଂଗ ଡେ ପର୍ଯ୍ୟନ୍ତ ଆଣ୍ଟିବାୟୋଟିକ ଡ୍ରପ ଦିଆଗଲା | ଡାକ୍ତର କହିଛନ୍ତି ଯେ ଏହି ଭାଇରସ ଦ୍ୱାରା ଆଲର୍ଜିର ପତିକ୍ରିୟା ଥିଲା, ଯାହା ପିଲାମାନଙ୍କୁ ପ୍ରଭାବିତ କରିଥାଏ |

Leave A Reply

Your email address will not be published.