୩୫ ଟଙ୍କାର କ୍ୟାପ୍ସୁଲ,୫ଦିନର କୋର୍ସ,କରୋନା ମାରିବ ଛୁ , ଜାଣନ୍ତୁ କିପରି ପ୍ରଭାବ ରହିବ ଏହି କ୍ୟାପ୍ସୁଲର !

0

Get real time updates directly on you device, subscribe now.

କରୋନା ବିରୋଧରେ ଟିକାକୁ ସବୁଠାରୁ ବଡ଼ ହତିଆର ବୋଲି ବିଶ୍ୱାସ କରାଯାଉଛି | ଦେଶରେ ଦ୍ରୁତ ଗତିରେ ଟୀକାକରଣ କରାଯାଉଛି |ବର୍ତ୍ତମାନ କରୋନା ବିରୋଧରେ ଲଢ଼ିବା ପାଇଁ ଅନେକ ଔଷଧ ମଧ୍ୟ ତିଆରି କରାଯାଉଛି | ଏହିପରି ଗୋଟିଏ ଔଷଧ ରହିଛି Molnupiravir , ଯାହାକୁ ଜରୁରୀକାଳୀନ ଅନୁମତି ଦିଆଯାଇଛି | ଏହି ଔଷଧକୁ ୧୩ ଟି ଭାରତୀୟ କମ୍ପାନୀ ମିଶି ପ୍ରସ୍ତୁତ କରିଛନ୍ତି | ମୋଲନୁପିରାବୀର ବ୍ୟତୀତ କୋଭୋଭାକ୍ସ ଏବଂ କର୍ବେଭ୍ୟାକ୍ସକୁ ମଧ୍ୟ କେନ୍ଦ୍ରୀୟ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ(CDSCO) ଅନୁମୋଦନ କରିଛି |

ମୋଲନୁପିରାବୀର କରୋନା ବିପକ୍ଷରେ ଏକ ପ୍ରଭାବଶାଳୀ ଔଷଧ ବୋଲି କୁହାଯାଉଛି | ଏହି ଔଷଧ ସେବନ କରିବା ଦ୍ୱାରା ରୋଗୀମାନଙ୍କ ଠାରେ କରୋନା ସଂକ୍ରମଣ କମିଯାଏ, ଏହାସହିତ କରୋନା ହୋଇଥିବା ରୋଗୀମାନେ ଶୀଘ୍ର ସୁସ୍ଥ ହୋଇଯାନ୍ତି | ଏହି ଔଷଧ କରୋନା ସଂକ୍ରମିତ ରୋଗୀଙ୍କୁ ୧୨ ଘଣ୍ଟାରେ ୪ ଥର ଦିଆଯାଏ |

ସୋମବାର ଦିନ ପୁରା ୫ ଦିନର କୋର୍ସ ସହିତ ମୋଲନୁପିରାବୀରକୁ ୧୩୯୯ ଟଙ୍କାରେ ଲଞ୍ଚ କରାଗଲା | ରିପୋର୍ଟ ଅନୁଯାୟୀ, ମ୍ୟାନକାଇଣ୍ଡ ଫାର୍ମାର ଚେୟାରମ୍ୟାନ ଆରସି ଜୁନେଯା କହିଛନ୍ତି ଯେ ଏହି ଔଷଧ ବର୍ତ୍ତମାନ ସୁଦ୍ଧା ସବୁଠାରୁ ଶସ୍ତା ଆଣ୍ଟିଭାଇରାଲ ଔଷଧ ଅଟେ, ଯାହାର ଗୋଟିଏ ଟାବଲେଟ ୩୫ ଟଙ୍କାରେ ମିଳିବ ଏବଂ ୫ ଦିନିଆ କୋର୍ସ ୧୩୯୯ ଟଙ୍କାରେ ମିଳିବ | ଏହି ଔଷଧ ସହଜରେ ମେଡିକାଲ ଦୋକାନଗୁଡିକରେ ମିଳିଯିବ |

ଆସନ୍ତା କିଛି ଦିନ ମଧ୍ୟରେ ଏହି ଔଷଧ ଦେଶର ସବୁ ରାଜ୍ୟରେ ମିଳିବ | ବର୍ତ୍ତମାନ ଏହାର ଯୋଗାଣ କେବଳ ସେହି ରାଜ୍ୟଗୁଡିକରେ ଅଛି ଯେଉଁଠାରେ କରୋନାର ଅଧିକ ମାମଲା ରହିଛି | କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡଭିଆଙ୍କ ଅନୁଯାୟୀ, ଭାରତର ପ୍ରାୟ ୧୩ ଟି ଫାର୍ମାସ୍ୟୁଟିକାଲ କମ୍ପାନୀ ଘରୋଇ ଭାବରେ ମୋଲନୁପିରାବୀର ତିଆରି କରିବେ | ଏହି କମ୍ପାନୀଗୁଡିକରେ ଡକ୍ଟର ରେଡ୍ଡୀଜ ଲାବୋରେଟୋରୀ, ନ୍ୟଟକୋ ଫାର୍ମା, ସିପ୍ଲା, ଷ୍ଟ୍ରିଡସ, ହେଟେରୋ ଏବଂ ଅପ୍ଟିମସ ଫାର୍ମା ପ୍ରାଇଭେଟ ଲିମିଟେଡ ସାମିଲ ରହିଛି |

Leave A Reply

Your email address will not be published.