ଦେଖନ୍ତୁ ଭୟଙ୍କର ଦୁର୍ଘଟଣା: ଓଃ ଅଳ୍ପକେ ବର୍ତ୍ତିଗଲା ବାଇକ ଆରୋହୀ ! କାର ଓ ଟ୍ରକ ମଝିରେ ଗଳିଗଲା ବାଇକ ! କିନ୍ତୁ ବାଇକ ଚାଳକଙ୍କ ହୁଶିଆରୀ କାରଣରୁ ବର୍ତ୍ତିଗଲା ଜୀବନ !

0

Get real time updates directly on you device, subscribe now.

ସଡ଼କ ଦୁର୍ଘଟଣା ସାଧାରଣ ଜିନିଷ ହୋଇଗଲାଣି ଓ ଏହା ଆମ ଆଖି ସାମ୍ନାରେ ମଧ୍ୟ ଘଟି ଯାଉଛି। ଅଧିକତର ସଡ଼କ ଦୁର୍ଘଟଣା ଗାଡ଼ି ଚାଳକଙ୍କ ଅବହେଳା କାରଣରୁ ହୋଇଥାଏ। ସେହିପରି ଯଦି ଗାଡ଼ିର ବେଗ ଅଧିକ ରହିଛି ତାହେଲେ ଏହା ବହୁତ ଗମ୍ଭୀର ହୋଇପାରେ ଓ କାହାର ଜୀବନ ମଧ୍ୟ ଯାଇପାରେ। କିନ୍ତୁ କିଛି ମାମଲାରେ ଲୋକେ ଏଥିରୁ ବର୍ତ୍ତି ମଧ୍ୟ ଯାଇଥାନ୍ତି ଯାହାକୁ ଆପଣ ତାଙ୍କର ଭାଗ୍ୟ ବୋଲି କହିପାରିବେ।

ଦୁର୍ଘଟଣା ହେବାରୁ ଅଳ୍ପକେ ବର୍ତ୍ତିଗଲେ ବ୍ୟକ୍ତି ଜଣକ:-

ଭାଗ୍ୟକୁ ଏମିତି ହିଁ ଜୀବନ ବଞ୍ଚି ଯାଇଥିବା ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଆପଣ ମଧ୍ୟ ଏହା ଦେଖିବାପରେ ମାନିବାକୁ ବାଧ୍ୟ ହୋଇଯିବେ କି, ବ୍ୟକ୍ତିର ଭାଗ୍ୟ ତା’ ସାଥ ଦେଇଦେଲା। ଏହି ଦୁର୍ଘଟଣାଟି ଏକ ବାଇକ, କାର ଓ ଏକ ଟ୍ରକ ମଧ୍ୟରେ ହୋଇଛି। ଏହି ଦୁର୍ଘଟଣାରେ କାର ଓ ଟ୍ରକ ପରସ୍ପର ସହ ଧକ୍କା ଖାଉଛନ୍ତି ଓ ବାଇକଟି ସେମାନଙ୍କ ଭିତର ଦେଇ ଚାଲି ଯାଉଛି।

ଏହି ଧକ୍କା ବହୁତ ଖତରନାକ ଓ ଭୟାନକ ଥିଲା କିନ୍ତୁ ବାଇକ ଚାଳକ ବହୁତ ହୁଶିଆରୀ ସହିତ ମଝିରେ ପଶି ଚାଲିଗଲା। ଯଦି ସେ ଗୋଟିଏ ସେକେଣ୍ଡ ମଧ୍ୟ ବିଳମ୍ବ କରିଥାନ୍ତା ତାହେଲେ କାର ଓ ଟ୍ରକ ମଝିରେ ପଶି ଆଳୁ ପରଟା ବନି ଯାଇଥାନ୍ତା। ଏହାପରେ ତାଙ୍କର ବଞ୍ଚିବା ମଧ୍ୟ ମୁସ୍କିଲ ହୋଇପଡ଼ିଥାନ୍ତା। କିନ୍ତୁ ବାଇକ ବାଲା ବ୍ୟକ୍ତି ଏତେ ଦ୍ରୁତ ବେଗରେ ଯାଉଥିଲା କି, ସେ ବହୁତ ଜୋରରେ ମଝିରେ ପଶି ଚାଲିଯାଇଥିଲା ଓ ତାଙ୍କର କିଛି ଅସୁବିଧା ହୋଇନଥିଲା।

ଲୋକମାନେ କହିଲେ ଦୁନିଆର ସବୁଠାରୁ ଭାଗ୍ୟଶାଳୀ ମଣିଷ:-

ଏହି ଭିଡ଼ିଓକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ଚକିତ ହେଉଥିବା ବେଳେ କେତେକ ଲୋକେ ଏଥିରେ କମେଣ୍ଟ କରିଛନ୍ତି। ଜଣେ କମେଣ୍ଟ କରି ଲେଖିଥିଲେ, ଏହି ବ୍ୟକ୍ତି ଦୁନିଆର ସବୁଠାରୁ ଲକି ମଣିଷ ସେହିପରି ଆଉଜଣେ ଲେଖିଥିଲେ, ଏହି ବ୍ୟକ୍ତି ଆର ଜନ୍ମରେ ଭଲ କାମ କରିଥିଲେ ଓ ଭଗବାନ ଏ ଜନ୍ମରେ ତାଙ୍କର ସାଥ ଦେଲେ। ଆଉଜଣେ ବ୍ୟକ୍ତି ମଜଳିଆ ସ୍ଵଭାବରେ ଲେଖିଥିଲେ, କେବେକେବେ ଓଭର ସ୍ପିଡ଼ ଆପଣଙ୍କ ଜୀବନ ମଧ୍ୟ ବଞ୍ଚାଇଥାଏ। ଆଉଜଣେ କମେଣ୍ଟ କରି ଲେଖିଥିଲେ, ବାଇକ ବାଲା କହୁଛି, ତୁମେ ଲଢ ମୁଁ ଚାଲିଲି।

ଏହି ଭିଡ଼ିଓକୁ ଇଂଷ୍ଟାଗ୍ରାମରେ ‘viral_in.india_1’ ନାମକ ଆକାଉଣ୍ଟରୁ ଶେୟର କରାଯାଇଛି। ଭିଡ଼ିଓ କୁ ବର୍ତ୍ତମାନ ସୁଦ୍ଧା 28 ଲକ୍ଷ ଲାଇକ ମିଳିସାରିଛି।

ଆପଣଙ୍କୁ ଏହି ଭିଡ଼ିଓ କେମିତି ଲାଗିଲା କମେଣ୍ଟ କରି ନିହାତି ଜଣାନ୍ତୁ ଏହାସହ ଭିଡ଼ିଓ ପସନ୍ଦ ଆସିଲେ ଏହାକୁ ଅନ୍ୟ ସହିତ ଶେୟର ମଧ୍ୟ କରନ୍ତୁ।

Leave A Reply

Your email address will not be published.