ପାନ୍ କାର୍ଡଧାରୀଙ୍କ ପାଇଁ ବଡ଼ ଖବର : ମାର୍ଚ୍ଚ ୩୧ ସୁଦ୍ଧା ସାରିଦିଅନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ ଦେବାକୁ ପଡିବ ୧୦ ହଜାର ଟଙ୍କା ଜୋରିମାନା !

0

Get real time updates directly on you device, subscribe now.

ବର୍ତ୍ତମାନ ସମୟରେ ଏକ ଗୁରୁତ୍ବପୂର୍ଣ୍ଣ ଖବର ସାମ୍ନାକୁ ଆସିଲା। ପାନ କାର୍ଡଧାରୀଙ୍କ ପାଇଁ ଏକ ବଡ଼ ଖବର ଆସିଛି। ଯଦି ଆପଣ ମଧ୍ୟ ଏକ ପାନକାର୍ଡ ଧାରକ ଅଟନ୍ତି, ତେବେ ତୁରନ୍ତ ଏହାକୁ ଆଧାର କାର୍ଡ ସହ ଲିଙ୍କ କରିଦିଅନ୍ତୁ। ଯଦି ଆପଣ ନ କରନ୍ତି ତେବେ ଆପଣଙ୍କୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ। ଏହି କାର୍ଯ୍ୟ କରିବାର ଶେଷ ତାରିଖ ୩୧ ମାର୍ଚ୍ଚ ।

ସୂଚନା ଅନୁସାରେ ପ୍ୟାନ କାର୍ଡ ଧାରକଙ୍କୁ ୩୧ ମାର୍ଚ୍ଚ ୨୦୨୨ ସୁଦ୍ଧା ନିଜର ପରମାନେଣ୍ଟ ଆକାଉଣ୍ଚ ନମ୍ୱର (ପ୍ୟାନ କାର୍ଡ)କୁ ନିଜର ଆଧାର କାର୍ଡ ନମ୍ୱର ସହିତ ଯୋଡ଼ି ଦେବାକୁ କୁହାଯାଇଛି। ଯଦି ଏହି ତାରିଖ ସୁଦ୍ଧା ପ୍ୟାନ କାର୍ଡ ଆଧାର ସହିତ ଯୋଡ଼ି ନ ହୋଇନାହିଁ ତେବେ ଏହା ଅମାନ୍ୟ ବା ଇନଭାଲିଡ ହୋଇଯିବ। ଏହା ସହିତ ଏହାପରେ ଆପଣଙ୍କୁ ପ୍ୟାନରେ ଆଧାରକୁ ଯୋଡ଼ିବା ପାଇଁ ୧,୦୦୦ ଟଙ୍କା ମଧ୍ୟ ଲାଗିବ।

କେବଳ ସେତିକି ନୁହେଁ, ପାନ କାର୍ଡଧାରୀଙ୍କର ସମସ୍ୟା ଏଠାରେ ଶେଷ ହେବ ନାହିଁ। କାରଣ ବ୍ୟକ୍ତି ଜଣକ ମ୍ୟୁଚୁଆଲ ଫଣ୍ଡ, ଷ୍ଟକ, ବ୍ୟାଙ୍କ ଆଦିରେ ସହଜରେ ଆକାଉଣ୍ଟ ଖୋଲି ପାରିବେ ନାହିଁ, କାରଣ ଏହି ସବୁ ପାଇଁ ପ୍ୟାନ କାର୍ଡର ଭାଲିଡ ରହିବା ଜରୁରୀ ହୋଇଥାଏ। ସର୍ବ ମୋଟରେ ଆଧାର କାର୍ଡ ଓ ପ୍ୟାନ କାର୍ଡକୁ ଲିଙ୍କ ନ କରିଲେ ଯଦି ପ୍ୟାନ୍‌ କାର୍ଡ ଲକ ହୋଇଯାଏ ତେବେ ଆପଣ ଏମିତି ସୁବିଧାର ଆଦୌ ଲାଭ ନେଇ ପାରିବେନାହିଁ, ଯେଉଁଠି ପ୍ୟାନ କାର୍ଡ ଅନିବାର୍ଯ୍ୟ ଅଛି।

ଯଦି କୌଣସି ବ୍ୟକ୍ତି ପ୍ୟାନ୍‌ କାର୍ଡ ତିଆରି କରନ୍ତି ଯାହାକି ବର୍ତ୍ତମାନ ବୈଧ ନାହିଁ , ଆୟକର ଅଧିନିୟମ ୧୯୬୧ର ଧାରା ୨୭୨ଏନ ଅନୁସାରେ ନିର୍ଦ୍ଧାରଣ ଅଧିକାରୀ ନିର୍ଦ୍ଦେଶ ଦେଇପାରନ୍ତିକି ଏମିତି ବ୍ୟକ୍ତି ଦଣ୍ଡ ସ୍ୱରୂପ ୧୦,୦୦୦ଟଙ୍କା ଦେବାକୁ ହେବ। ସାମାନ୍ୟ ଅସାବଧାନତା ହେତୁ ଆପଣଙ୍କୁ ବହୁମୂଲ୍ୟର ଜରିମାନା ଦେବା ପାଇଁ ପଡିପାରେ। ତେଣୁ ସମୟ ଥାଉ ଥାଉ ଏହାକୁ ଏଡାଇବା ପାଇଁ, ମାର୍ଚ୍ଚ ୩୧ ତାରିଖକୁ ଅପେକ୍ଷା କରିବା ପରିବର୍ତ୍ତେ, ଆଜି ହିଁ ପାନ-ଆଧାରକୁ ଲିଙ୍କ କରି ଦିଅନ୍ତୁ।

ଆୟକର ବିଭାଗର ପୋର୍ଟାଲ incometax.gov.in/କୁ ଯାଇ ଆପଣ ଏହାକୁ ଯୋଡିପାରିବେ। ଏଠାରେ ମଧ୍ୟ ଆପଣ ରିଜେଷ୍ଟେସନ କରନ୍ତୁ। ଏଥିପାଇଁ, ଆପଣଙ୍କର PAN ନମ୍ବରକୁ ୟୁଜର ID ଭାବରେ ବ୍ୟବହାର କରିବା ପାଇଁ ପଡିବ। ଆପଣଙ୍କର ୟୁଜର ID, ପାସୱାର୍ଡ ଏବଂ ଜନ୍ମ ତାରିଖ ସହ ଲଗଇନରେ ଏକ ନୂତନ ପେଜକୁ ଖୋଲନ୍ତୁ। ଏଠାରେ ଆପଣ ଲିଙ୍କ ଆଧାରର ବିକଳ୍ପ ଥିବାର ଦେଖିବେ। ଏହାକୁ କ୍ଲିକ କରି ସେଠାରେ ଆପଣଙ୍କୁ ଆଧାର ଏବଂ ପାନ କାର୍ଡର ବିବରଣୀ ଦେବା ପାଇଁ କୁହାଯିବ। ଏହା ବ୍ୟତୀତ, ଆପଣ ଏସଏମଏସର ସୁବିଧା ବ୍ୟବହାର କରି ଏହି ଜିନିଷଗୁଡ଼ିକୁ ମଧ୍ୟ ବହୁତ ସହଜରେ କରିପାରିବେ।

Leave A Reply

Your email address will not be published.