ଦେଖନ୍ତୁ ଭିଡିଓ : ମୟୂରର ମୃତ୍ୟୁ ପରେ ମୋକ୍ଷଧାମ ପର୍ଯ୍ୟନ୍ତ ଗୋଡ଼ାଇ ଗୋଡ଼ାଇ ଗଲା ମୟୂରୀ, ଭିଡ଼ିଓ ଦେଖିଲେ ଆପଣ ଭାବୁକ ହୋଇଯିବେ !
ଜୀବନରେ ସମସ୍ତଙ୍କୁ ଗୋଟେ ସାଥୀର ଆବଶ୍ୟକତା ରହିଛି,ଏକୁଟିଆ ଜୀବନ ଅତ୍ୟନ୍ତ ବିରକ୍ତିକର ଏବଂ ଚାପଗ୍ରସ୍ତ ହୋଇଥାଏ,ଯେତେବେଳେ ଜଣେ ସାଥୀ ଆପଣଙ୍କ ସହିତ ଥାଏ, ସେତେବେଳେ ଜୀବନ ଟା ଅତ୍ୟନ୍ତ ଖୁସିରେ କଟିଥାଏ,ଏହା ହେଉଛି କାରଣ ଯେ, ମଣିଷ ହେଉ କି ପଶୁ, ସମସ୍ତେ ଯୋଡିରେ ରହିବାକୁ ପସନ୍ଦ କରନ୍ତି, କିନ୍ତୁ ଯେତେବେଳେ ତୁମର ଜଣେ ସାଥି ମରିଯାଏ, ତାଙ୍କଠାରୁ ଅଲଗା ହେବାର ଦୁଃଖ କୁ ଶବ୍ଦରେ ପ୍ରକାଶ କରାଯାଇପାରିବ ନାହିଁ,ସାଥୀଙ୍କଠାରୁ ଅଲଗା ହେବାର ଦୁଃଖ କେବଳ ମଣିଷ କୁ ନୁହେଁ ବରଂ ପଶୁ ଏବଂ ପକ୍ଷୀମାନଙ୍କୁ ମଧ୍ୟ ଅନୁଭବ ହୁଏ |
ମୃତ ସାଥୀକୁ ମୋକ୍ଷଧାମ ପର୍ଯ୍ୟନ୍ତ ଗୋଡ଼ାଇଥିବାର ଦେଖା ଯାଇଥିଲା ମୟୂର ।
ଆଜିକାଲି ସୋସିଆଲ ମିଡିଆରେ ଏହି ଭାବପ୍ରବଣ ଭିଡିଓ ଭାଇରାଲ ହେବାରେ ଲାଗିଛି,ଏହି ଭିଡିଓରେ ଏକ ମୟୂର ତାଙ୍କ ସାଥି ମୟୂରର ମୃତ୍ୟୁରେ ଅତ୍ୟନ୍ତ ଦୁଃଖିତ ଥିବାର ଦେଖାଯାଏ,ସେ ଏବେ ବି ବିଶ୍ୱାସ କରିପାରୁ ନାହାନ୍ତି ଯେ ତାଙ୍କ ସାଥୀ ଆଉ ଏହି ଦୁନିଆରେ ନାହାନ୍ତି ବୋଲି,ଏହି ଦୁଃଖି ମୟୂର କିଛି ସମୟ ପାଇଁ ବି ନିଜ ସାଥୀ ମୟୂରକୁ ଛାଡି ଯିବାକୁ ପ୍ରସ୍ତୁତ ହେଉନଥାଏ |
साथी साथ छोड़कर स्वर्गवास को चल पङा🥲🥲
मोक्षधाम तक साथ जाते हुए राष्ट्रीय पक्षी मोर, पक्षी होते हुए भी मित्र के बिछङने का असहनीय दर्द, यह नजारा देखकर हर कोई भावुक हो गया🥲🥲😭
बिश्नोई जी पेज की ओर से राष्ट्रीय पक्षी मोरराजा को भावभीन श्रद्धांजली 💐💐🙏@sudhirbishnoi_ pic.twitter.com/3Iu6qWPo9P— Bishnoi official (@Bishnoiofficiai) January 2, 2022
ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଦୁଇ ପୁଅ ଏହି ମୃତ ମୟୂରକୁ ମୋକ୍ଷଧାମ ଆଡକୁ ନେଉଛନ୍ତି,ଏପରି ପରିସ୍ଥିତିରେ, ଜୀବନ୍ତ ମୟୂର ସେମାନଙ୍କ ପଛେ ପଛେ ମୋକ୍ଷଧାମ ପ୍ରଯ୍ୟନ୍ତ ଯାଏ,ବୋଧହୁଏ ତାଙ୍କ ମନରେ ଏବେ ବି ଗୋଟିଏ ଆଶାର କିରଣ ଜୀବନ୍ତ ଅଛି,ସେ ଭାବୁଛନ୍ତି ବୋଧହୁଏ ତାଙ୍କ ସାଥୀ ପୁଣି ଉଠିବ,ତାଙ୍କ ସହିତ ପୁଣି ଥରେ ଉଡ଼ିବୁଲିବ,କିନ୍ତୁ ଅବଶୋଷ କି ଏମିତି କିଛି ବି ଘଟିଲା ନାହିଁ |
ମୟୂରର ଏହି ଭାବପ୍ରବଣ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ @Bishnoiofficiai ନାମକ ଏକ ଆଇଡ଼ି ଦ୍ୱାରା ସେୟାର କରାଯାଇଛି,ଭିଡିଓ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, “ସାଥୀ ସାଥ ଛାଡି ସ୍ୱର୍ଗ କୁ ଚାଲିଗଲା,ମୋକ୍ଷଧାମ ପର୍ଯ୍ୟନ୍ତ ଯାଇଛି ଜାତୀୟ ପକ୍ଷୀ ମୟୂର, ପକ୍ଷୀ ହେବା ସତ୍ତ୍ୱେ ମଧ୍ୟ ବନ୍ଧୁଙ୍କ ଅଲଗା ହେବାର ଅସହ୍ୟ ଯନ୍ତ୍ରଣା ସହୁଛି, ଏହି ଦୃଶ୍ୟ ଦେଖିବା ପରେ ସମସ୍ତେ ଭାବପ୍ରବଣ ହୋଇଗଲେ,ଜାତୀୟ ପକ୍ଷୀ ମୟୁର ରାଜାଙ୍କୁ ହୃଦୟରୁ ଶ୍ରଦ୍ଧାଞ୍ଜଳି ଦେଲେ |
ଲୋକ ହୋଇଗଲେ ଭାବପ୍ରବଣ:-
साथी साथ छोड़कर स्वर्गवास को चल पङा🥲🥲
मोक्षधाम तक साथ जाते हुए राष्ट्रीय पक्षी मोर, पक्षी होते हुए भी मित्र के बिछङने का असहनीय दर्द, यह नजारा देखकर हर कोई भावुक हो गया🥲🥲😭
बिश्नोई जी पेज की ओर से राष्ट्रीय पक्षी मोरराजा को भावभीन श्रद्धांजली 💐💐🙏@sudhirbishnoi_ pic.twitter.com/3Iu6qWPo9P— Bishnoi official (@Bishnoiofficiai) January 2, 2022
ଏହି ଭିଡିଓ ଦେଖିବା ପରେ ଅନେକ ଲୋକ ଭାବପ୍ରବଣ ହୋଇଯାଉଛନ୍ତି,ସେମାନେ ଏହା ଉପରେ ମନ୍ତବ୍ୟ ଦେଇ ନିଜର ଦୁଃଖ ପ୍ରକାଶ କରୁଛନ୍ତି,ଜଣେ ୟୁଜର ଲେଖିଛନ୍ତି ‘ଆଖିରେ ଲୁହ ଆସିଗଲା’,ଏଥିସହିତ ଅନ୍ୟଜଣେ କହିଛନ୍ତି, ‘ପ୍ରେମର ଭାବ ପ୍ରେମ ପକ୍ଷୀଠାରୁ କେହି ଭଲ ଭାବରେ ଜାଣନ୍ତି ନାହିଁ,ଏମିତି ନେଇ ଯାଆନ୍ତୁ ନାହିଁ ,ଏହା ଏକ ଜାତୀୟ ପକ୍ଷୀ,ତିରଙ୍ଗା ରେ ସମ୍ମାନ ଦିଆଯିବା କଥା ଶେଷ ଯାତ୍ରା ସମୟରେ ‘।