Inside story : ବୈଷ୍ଣଦେବୀ ପୀଠରେ କାହିଁକି ଘଟିଲା ଏମିତି ଯନ୍ତ୍ରଣାଦାୟକ ଦୁର୍ଘଟଣା,ଏବେ ସାମ୍ନାକୁ ଆସିଲା ସବୁ କଥା !
ବୈଷ୍ଣଦେବୀ ଦୁର୍ଘଟଣାରେ ହୃଦୟ ଥରାଇ ଦେବାଭଳି ଫୋଟୋ ଏପର୍ଯ୍ୟନ୍ତ ଲୋକଙ୍କ ଦିଲ ଦିମାଗରେ ଛପି ଯାଇଛି। ଏହି ଦୁର୍ଘଟଣା ବିଷୟରେ ଜାଣିବା ସମସ୍ତଙ୍କୁ ଜରୁରୀ ହୋଇଯାଇଛି। ଏମିତି ଆଉଥରେ ଯେମିତି ନଘଟିବ ସେଥିପାଇଁ ପ୍ରଶାସନ ଶ୍ରଦ୍ଧାଳୁ ଓ ଭକ୍ତ ପ୍ରସ୍ତୁତ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ଦୁର୍ଘଟଣାର ଔପଚାରିକ ଯାଞ୍ଚ ଚାଲୁ ରହିଛି। କିନ୍ତୁ ଗ୍ରାଉଣ୍ଡରେ ଯାହା ସଫା ସଫା ଦେଖାଯାଇଛି ତାକୁ ଆମେ ଆଜି ଆପଣଙ୍କୁ କହିବୁ।
ଶ୍ରଦ୍ଧାଳୁ ମାନଙ୍କ ଭିଡ଼ର ଅନ୍ଦାଜ ଲଗା ଯାଉଛି:-
ଦୌଡା ଦୌଡ଼ିର କାରଣ ଏହାକି ଯେ, ନୂଆବର୍ଷରେ ଦେଶ ଓ ବିଦେଶରୁ ଭାରି ସଂଖ୍ୟାରେ ଶ୍ରଦ୍ଧାଳୁ ପହଞ୍ଚି ଯାଇଥିଲେ। ପ୍ରଥମ ଥର ପହଞ୍ଚିଥିବା ଶ୍ରଦ୍ଧାଳୁ ମାନଙ୍କ ପାଇଁ ସେଠାରେ ବ୍ୟବସ୍ଥା ହୋଇନଥିଲା। ସେହିପରି ଏକ ସ୍ଥାନୀୟ ହୋଟେଲ ମ୍ୟାନେଜର ସୂଚନା ଦେଲେ କି, ଦୁଇଟି ଫାଟକରେ ବିଆଇପି ଏଣ୍ଟ୍ରିକୁ ନେଇ ପାଟିତୁଣ୍ଡ ହୋଇଥିଲା। ସଠିକ କଥା କିନ୍ତୁ ଯାଞ୍ଚ ପରେ ସାମ୍ନାକୁ ଆସିବ। କିଛିଲୋକଙ୍କ କହିବା ହେଲାଜ଼ ପ୍ରଥମ ଥର ମାତାଙ୍କ ଦର୍ଶନ ପାଇଁ ଅଧିକରୁ ଅଧିକ ଲୋକଙ୍କୁ ଭିଆଇପି ଦର୍ଶନରେ ଦେଖାଯାଇଥିଲା।
ଦୁଇଟି ରାସ୍ତା ଥିବା ସତ୍ୱେ ମଧ୍ୟ ଭିଡ଼ର ଅନ୍ଦାଜ ଜଣାନଥିଲା:-
ମନ୍ଦିରକୁ ଯିବାପାଇଁ ଦୁଇଟି ଟ୍ରାକ ରହିଛି। ଏମାନଙ୍କ ମଧ୍ୟରୁ ଗୋଟିଏ ନୂଆ ଓ ଗୋଟିଏ ପୁରୁଣା ରାସ୍ତା ରହିଛି। ଯେଉଁଥିରେ ସମସ୍ତଙ୍କୁ ଯିବାପାଇଁ ଆଦେଶ ରହିଛି। ଦୁଇଟି ରାସ୍ତାରେ ଆପଣଙ୍କୁ ସିକ୍ୟୁରିଟି ଦେଖିବାକୁ ମିଳିବ। ଅନ୍ୟପଟରେ ଆପଣଙ୍କୁ ସୁରକ୍ଷା ଗାର୍ଡ ଦେଖିବାକୁ ମିଳିବନାହିଁ।
ଭବନ ପଖାରେ ତିଆରି ହୋଇଥିବା ଛଅ ବାଟାଲିୟନ ସିଆରପିଏଫ କ୍ୟାମ୍ପରେ ମଧ୍ୟ ଯବାନ କମ ଦେଖିବାକୁ ମିଳିଥିଲେ। ଦୁଇଟି ରାସ୍ତାରୁ ଶ୍ରଦ୍ଧଳୁ ଆସିବାପରେ ପ୍ରଶାସନକୁ ଏହାର ଗହଳି ସମ୍ପର୍କରେ ଜଣାପଡ଼ିଲା ନାହିଁ।
ମନ୍ଦିରର ଗୋଟିଏ ଗୁମ୍ଫା ବନ୍ଦ ହେବ କାରଣରୁ ବହୁତ ଗହଳି:-
ମନ୍ଦିରଏ ମୁଖ୍ୟ ଭବନରେ ମାତାଙ୍କ ପିଣ୍ଡି ଦର୍ଶନ ପାଇଁ ଗୁମ୍ଫା ବନି ହୋଇ ରହିଛି। 42 ମିଟର ଏହି ଗୁମ୍ଫା ଦେଇ ଯିବା ଦ୍ୱାରା ଭକ୍ତଙ୍କୁ ମାତାଙ୍କ ଦର୍ଶନ ମିଳିଥାଏ। ଏମାନଙ୍କ ମଧ୍ୟରୁ ଗୋଟିଏ ଗୁମ୍ଫା ମରାମତି କାରଣରୁ ବନ୍ଦ ପଡ଼ିଛି। ସେଥିପାଇଁ ଗୋଟିଏ ଗୁମ୍ଫା ଖୋଲା ରହିବା ଯୋଗୁଁ ଭିଡ଼ ବଢିଯାଇଥିଲା।
ଏତିକି ନୁହେଁ ପ୍ରଥମଥର ଭିଆଇପି ଦର୍ଶନ ପାଇଁ ସେନାର ଯବାନ ଲାଗିଥିଲେ। ଯିଏକି ପ୍ରତି ପାଞ୍ଚ ମିନିଟରେ ଭିଆଇପିକୁ ନେଇ ଦର୍ଶନ କରିବାକୁ ଯାଆନ୍ତି। ଏହାମଧ୍ୟରେ ଲାଇନରେ ଲାଗିଥିବା ଶ୍ରଦ୍ଧାଳୁଙ୍କୁ ମଧ୍ୟ ରୋକା ଯାଉଥିଲା। ଯାହାଦ୍ୱାରା ଲାଇନ ବଢ଼ୁଥିଲା ଓ ଭିଡ଼ ମଧ୍ୟ ବଢ଼ୁଥିଲା।
ଏଥିରୁ ମିଳିଲା ବଡ଼ ଶିକ୍ଷା:-
ଦଳାଚକଟାରୁ ଏକ ବଡ଼ ଶିକ୍ଷା ମିଳିଛି କାରଣ ଗହଳି କାରଣରୁ ଲାଇନରେ ଛିଡ଼ା ହୋଇଥିବା ଭକ୍ତଙ୍କ ମଧ୍ୟରୁ କେତେ ଦର୍ଶନ କରି ବାହାରକୁ ଗଲେ ଓ କେତେ ବାକି ରହିଲେ ଏହାର ସଠିକ ଗଣନା ନରହିବାରୁ ଶେଷରେ ଏହା ଦୁର୍ଘଟଣା ଘଟିଥିଲା।
ଭିଡ଼କୁ ସ୍ଥାନ ସ୍ଥାନରେ ରୋକିବା ଓ ଏହାର ନିୟନ୍ତ୍ରଣ କରିବା ପାଇଁ ସଠିକ କାର୍ଯ୍ୟକ୍ରମ କରାଯିବା ଉଚିତ। ଏହାସହ ଆଧୁନିକ ପଦ୍ଧତିର ବ୍ୟବହାର କରାଯିବା ଉଚିତ। ମୁଖ୍ୟ ଭବନ ଯିବା ରାସ୍ତାରେ ସୁରକ୍ଷା କର୍ମୀଙ୍କୁ ମୁତୟନ କରିବାକୁ ହେବ। ଅନ୍ୟ ପଟରେ ଶ୍ରଦ୍ଧାଳୁ ମାନଙ୍କୁ ମଧ୍ୟ ଏଥିରେ ପ୍ରଶାସନର ସଠିକ ସହାୟତା କରିବାକୁ ହେବ।