ଇ- ଶ୍ରମ କାର୍ଡ : କ’ଣ EPF ଧାରୀ ମାନେ ମଧ୍ୟ ବନାଇ ପାରିବେ ନିଜର ଇ- ଶ୍ରମ କାର୍ଡ, ଜାଣନ୍ତୁ କିଏ କିଏ ଆବେଦନ କରି ପାରିବେ !

0

Get real time updates directly on you device, subscribe now.

ଭାରତରେ ଆଜିକାଲି ବଡ ପରିମାଣରେ ଅସଙ୍ଗଠିତ କ୍ଷେତ୍ର ସହିତ ଜଡିତ ଶ୍ରମିକ ଏବଂ ମଜୁରିଆମାନେ ଇ ଶ୍ରମିକ ପୋର୍ଟାଲରେ ଭିଜିଟ କରି ନିଜର ଶ୍ରମ କାର୍ଡ କରୁଛନ୍ତି | ଭାରତ ସରକାର ଏହି ପୋର୍ଟାଲର ଆରମ୍ଭ ୨୦୨୧ରେ କରିଥିଲେ | ଇ ଶ୍ରମ ପୋର୍ଟାଲକୁ ଆରମ୍ଭ କରିବାର ଉଦ୍ଦେଶ୍ୟ ହେଉଛି ଅସଂଗଠିତ କ୍ଷେତ୍ର ସହିତ ଜଡିତ ମଜୁରିଆ ଏବଂ ଶ୍ରମିକମାନଙ୍କ ପର୍ଯ୍ୟନ୍ତ ସରକାରଙ୍କ ମହତ୍ୱାକାଂକ୍ଷୀ ଯୋଜନାଗୁଡିକର ଲାଭ ପହଞ୍ଚାଇବା |

ଗଣନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଇ ଶ୍ରମ ପୋର୍ଟାଲରୁ ମୋଟ ୧୮ କୋଟିରୁ ଅଧିକ ଶ୍ରମିକ ରେଜିଷ୍ଟର ହୋଇଛନ୍ତି | ଇ ଶ୍ରମ କାର୍ଡର ଅନେକ ଫାଇଦା ରହିଛି | ଏହାଦ୍ୱାରା ଇ ଶ୍ରମିକ ଏବଂ ମଜୁରିଆମାନଙ୍କୁ ରୋଜଗାର ମିଳିବାର ସମ୍ଭାବନା ବଢିଯାଏ | ଏହାବ୍ୟତୀତ ସେମାନଙ୍କୁ ସରକାରଙ୍କ ତରଫରୁ ୨ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ମଧ୍ୟ ଦିଆଯାଇଥାଏ | ସେହିପରି ଅନ୍ୟ ପଟରେ ଅନେକ ଲୋକ ଏହାକୁ ନେଇ ଅସାମଞ୍ଜସ୍ୟ ପରିସ୍ଥିତିରେ ମଧ୍ୟ ଅଛନ୍ତି | ସେମାନଙ୍କ ମଧ୍ୟରେ ପ୍ରଶ୍ନ ଉଠୁଛି ଯେ ପ୍ରକୃତରେ କିଏ କିଏ ଇ ଶ୍ରମ କାର୍ଡକୁ କରିବାପାଇଁ ଆବେଦନ କରିପାରିବେ | ଏହାବ୍ୟତୀତ ଅନେକ ଲୋକ ଏହି ପ୍ରଶ୍ନ ମଧ୍ୟ କରିଛନ୍ତି ଯେ କଣ ପିଏଫ ଧାରୀମାନେ ମଧ୍ୟ ନିଜର ଇ ଶ୍ରମ କାର୍ଡ କରିପାରିବେ ? ଆସନ୍ତୁ ଜାଣିବା ଏହି ପ୍ରଶ୍ନର ଉତ୍ତର …

ନିକଟରେ ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ଏକ ଟୁଇଟ କରି ଏହି କଥାର ସୂଚନା ଦେଇଛି ଯେ ଯେକୌଣସି ଅସଂଗଠିତ କ୍ଷେତ୍ର ସହିତ ଜଡିତ ମଜୁରିଆ କିମ୍ବା ଶ୍ରମିକ ନିଜର ଇ ଶ୍ରମ କାର୍ଡ ତିଆରି କରିପାରିବେ | ଆପଣଙ୍କୁ କହିରଖୁଛୁ ଯେ ଟ୍ୱିଟ କରି ଜଣେ ୟୁଜର ପ୍ରଶ୍ନ କରିଛନ୍ତି ଯେ କଣ କନ୍ଷ୍ଟ୍ରକ୍ସନ ୱାର୍କ୍ସର ମଧ୍ୟ ଇ-ଶ୍ରମ କାର୍ଡ ତିଆରି ହୋଇପାରିବ ?

ଏହାର ଉତ୍ତରରେ ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ କହିଛି ଯେ କନ୍ଷ୍ଟ୍ରକ୍ସନ ୱାର୍କ୍ସର, ରାଜ୍ୟ ବାହାରର ଶ୍ରମିକ, ଷ୍ଟ୍ରିଟ ୱେଣ୍ଡର, ଘରୋଇ କାମ କରୁଥିବା ବ୍ୟକ୍ତି, କୃଷି ଶ୍ରମିକ ଏବଂ ଅନ୍ୟ ଯେକୌଣସି ୱାର୍କର ମଧ୍ୟ ନିଜର ଇ ଶ୍ରମ କାର୍ଡ କରିପାରିବେ | ଯେଉଁମାନେ ESIC ଏବଂ EPFO ର ସଦସ୍ୟ ହୋଇନଥିବେ, କେବଳ ସେମାନେ ହିଁ ଏହି ଇ ଶ୍ରମ କାର୍ଡର ଲାଭ ନେଇପାରିବେ | ESIC ଏବଂ EPFO ର ସଦସ୍ୟମାନେ ଏହି କାର୍ଡ କରିପାରିବେ ନାହିଁ | ଏହାକୁ ବିଶେଷ ଭାବରେ ଅସଂଗଠିତ କ୍ଷେତ୍ର ସହିତ ଜଡିତ ଲୋକଙ୍କୁ ଧ୍ୟାନରେ ରଖି ତିଆରି କରାଯାଇଛି |

ଇ ଶ୍ରମ କାର୍ଡ ତିଆରି କରିବା ଦ୍ୱାରା ଶ୍ରମିକମାନଙ୍କର ରେକର୍ଡ ସରକାରଙ୍କ ପାଖକୁ ଆସିଯାଏ | ଏପରି ପରିସ୍ଥିତିରେ ସରକାରଙ୍କ ମହତ୍ୱାକାଂକ୍ଷୀ ଯୋଜନାର ଲାଭ ସିଧା ଏହି ଲୋକମାନଙ୍କ ପର୍ଯ୍ୟନ୍ତ ପହଞ୍ଚାଇବାରେ ସହଜ ହୋଇଥାଏ |

Leave A Reply

Your email address will not be published.