ଏଠାରେ ଘରର ସଦସ୍ୟଙ୍କ ପରି ରୁହନ୍ତି ତିନୋଟି ଗାଈ,ସେମାନଙ୍କ ପାଇଁ ପର୍ସନାଲ ବେଡ଼ରୁମ ସହିତ ରହିଛି ମହଙ୍ଗା ଗଦି ଓ ବେଡ଼ସିଟ !
ଆପଣ ଲୋକମାନଙ୍କ ଘର ଭିତରେ କୁକୁର ଓ ବିଲେଇ ଭଳି ଜୀବକୁ ସେମାନଙ୍କ ବେଡ଼ ରେ ଚଢିଯାଉଥିବାର ଦେଖିଥିବେ। କଣ ଆପଣ ଏକ ଗାଈକୁ ଏପରି କରୁଥିବାର ଦେଖିଛନ୍ତି କି ? ତ ଅଧିକତର ଲୋକେ ନା କହିଥାନ୍ତି। କିନ୍ତୁ ରାଜସ୍ଥାନର ଏକ ପରିବାର ଏହାକୁ ବାସ୍ତବରେ ବଦଳାଇଛନ୍ତି ଓ ନିଜର ତିନୋଟି ଗାଈ ମାନଙ୍କୁ ସେ ନିଜ ଘରେ ରଖୁଛନ୍ତି।
ଗାଈ ମାନଙ୍କ ପାଇଁ ଏହି ପରିବାର ପର୍ସନାଲ ରୁମ ବନାଇଛନ୍ତି ଓ ଏହି ରୁମରେ ସେମାନଙ୍କ ପାଇଁ ମହଙ୍ଗା ଗଦି ଓ ବେଡ଼ସିଟ ପକାଇଛନ୍ତି। ସୋସିଆଲ ମିଡ଼ିଆରେ ଏହି ପରିବାର ସେମାନଙ୍କ ଭିଡ଼ିଓ ପଠାଇବା ପରେ ଏହା ଭାଇରାଲ ହେବାରେ ଲାଗିଛି।
ରାଜସ୍ଥାନ ର ଏହି ପରିବାର ଯାହାଙ୍କ ଇଂଷ୍ଟାଗ୍ରାମ ହ୍ୟାଣ୍ଡଲ @ cowsblike ଅଟେ। ପରିବାର ଏଥିରେ ନିଜର ଦୁଇ ଗାଈ ଓ ତିନୋଟି ବାଛୁରୀ ଫୋଟୋ ଶେୟର କରି ସେଥିରେ ଲେଖିଥିଲେ, ଏମାନଙ୍କ ନାମ ଗୋପି, ଗଙ୍ଗା ଓ ପୃଥୁ ଅଟେ।
ଗାଈ ମାନଙ୍କ ଏମିତି ଭିଡ଼ିଓ ଆପଣ ଦେଖିନଥିବେ:-
ଏହି ଭିଡ଼ିଓରେ ଗାଈ ଏକ ଆନନ୍ଦଦାୟକ ବେଡ଼ ଉପରେ ଆରାମ କରୁଛି। ଥଣ୍ଡା ହେଉଥିବାରୁ ଗରମ ଚାଦର ମଧ୍ୟ ତା’ଉପରେ ଘୋଡ଼ାଇ ଦିଆଯାଇଛି। ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇଂଷ୍ଟାଗ୍ରାମରେ ଦୁଇ ସପ୍ତାହ ପୂର୍ବରୁ ଏହାକୁ ଶେୟର କରାଯାଇଥିଲା ଯାହାକି ବର୍ତ୍ତମାନ ବହୁତ ଲାଇକ ପାଇସାରିଛି।
ଏହି ଭିଡ଼ିଓକୁ ବର୍ତ୍ତମାନ ସୁଦ୍ଧା 60 ମିଲିୟନରୁ ଉର୍ଦ୍ଧ୍ବ ଭିୟୁ ମିଳିସାରିଛି। ଏହାକୁ ସୋସିଆଲ ମିଡ଼ିଆର ଅନ୍ୟ ପ୍ଲାଟଫର୍ମରେ ମଧ୍ୟ ଶେୟର କରାଯାଉଛି।
ବେଡ଼ ଉପରେ ଖେଳୁଛି ପୃଥୁ:-
ବେଡ଼ ଉପରେ ଏକ ବାଛୁରୀ ଯାହାର ନାମ ପୃଥୁ ସେ ବହୁତ ନାଚିବାରେ ଲାଗୁଛି ଓ ଲୋକମାନେ ଏହାର ଫୋଟୋକୁ ବହୁତ ପସନ୍ଦ ମଧ୍ୟ କରୁଛନ୍ତି।
ଏହି ଭିଡ଼ିଓରେ ଏକ ଗାଈ ଚଷମା ଲଗାଇ ଶାନ୍ତିରେ ବସିଥିବାର ଦେଖିବାକୁ ମିଳିଛି। ରାଜସ୍ଥାନର ଏହି ପରିବାରର ଜଣେ ବ୍ୟକ୍ତି ନିଜ ଗାଈ ମାନଙ୍କ ଫୋଟୋକୁ ଏହିପରି ଶେୟର କରିଥିବାର ଦେଖିବାକୁ ମିଳିଛି।