ପଞ୍ଜାବରେ ଆଗକୁ ବିଧାନସଭା ନିର୍ବାଚନ ହେବାର ଅଛି। ଏହା ପୂର୍ବରୁ ଭୋଟରମାନଙ୍କୁ ହାତେଇବା ପାଇଁ ରାଜନେତାଙ୍କ ତରଫରୁ ଲଗାତାର ଅନେକ ପ୍ରକାର ପ୍ରତିଶୃତି ଦେବା ଆରମ୍ଭ ହୋଇସାରିଲାଣି। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ପଞ୍ଜାବର ଜନତାମାନଙ୍କୁ ନାନା ପ୍ରକାର ପ୍ରତିଶୃତି ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ପଞ୍ଜାବର କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ ଘୋଷଣା କରିଛନ୍ତିକି କଂଗ୍ରେସ ଯଦି କ୍ଷମତାକୁ ଆସିବ ତେବେ ପ୍ରତ୍ୟେକ ମହିଳାମାନଙ୍କୁ ମାସକୁ ୨ ହଜାର ଟଙ୍କା ଓ ଏହା ସହିତ ବର୍ଷକୁ ୮ଟି ଗ୍ୟାସ ସିଲିଣ୍ଡର ମଧ୍ୟ ଦିଆଯିବ।
ନବଜୋତ ସିଂ ସିଦ୍ଧୁ ବରନାଲା ରାଲିରେ ଯାଇଥିଲେ। ସେଠାରେ ପଞ୍ଜାବର ମହିଳାଙ୍କୁ ମାସକୁ ୨ ହଜାର ଟଙ୍କା ଲେଖାଏଁ ଦିଆଯିବ ବୋଲି ଘୋଷଣା କରିଥିଲେ। ଏହା ପୂର୍ବରୁ କେଜ୍ରିୱାଲ ଘୋଷଣା କରିଥିଲେକି ପ୍ରତ୍ୟେକ ମହିଳାମାନଙ୍କୁ ମାସିକ ହଜାରେ ଟଙ୍କା ଲେଖାଏଁ ଦିଆଯିବ। ବର୍ତ୍ତମାନ ସମୟରେ କଂଗ୍ରେସ ୨ ହଜାର ଟଙ୍କା ଲେଖାଏଁ ଦେବ ବୋଲି ଘୋଷଣା କରିଛି। ଏହାର ଅର୍ଥ ପ୍ରତ୍ୟେକ ଗୃହିଣୀମାନଙ୍କୁ ମାସକୁ ୨ ହଜାର ଟଙ୍କା ଲେଖାଁଏ ଦିଆଯିବ।
ନବଜୋତ ସିଂ ସିଦ୍ଧୁଙ୍କ ଘୋଷଣା:-
୧। ୫ ହଜାର ଟଙ୍କା ଲେଖାଏଁ ପଞ୍ଚମ ପାସ ଶିଶୁ କନ୍ୟାଙ୍କୁ
୨। ୧୫ ହଜାର ଟଙ୍କା ଦଶମ ପାସ ବାଳିକାମାନଙ୍କୁ
୩। ଦ୍ୱାଦଶ ପାସ ହୋଇଥିବା ବାଳିକାମାନଙ୍କୁ ୨୦ ହଜାର ଟଙ୍କା
୪। କଲେଜରେ ଆଡ଼ମିସନ ଫର୍ମ ଦେଖାଇଲେ ଯୁବତୀଙ୍କୁ ସ୍କୁଟି ମିଳିବ
୫। ବିଦେଶ ଯାଉଥିବା ବାଳିକାଙ୍କୁ ଟ୍ୟାବ ମିଳିବ
୬। ଯୁବତୀଙ୍କ ନାମରେ ମାଗଣାରେ ଜମି ମଧ୍ୟ ପଞ୍ଜିକରଣ
୭। ମହିଳାଙ୍କୁ ଘରୋଇ କାମ ପାଇଁ ବିନା ସୁଧରେ ୨ ଲକ୍ଷ ଟଙ୍କା ଋଣ ମଧ୍ୟ ଦିଆଯିବ
୮। କଂଗ୍ରେସର ମହିଳାମାନଙ୍କୁ ଅନେକ ପ୍ରକାର ଉପହାର ଦିଆଯିବ
୯। ୫ ଏକରରୁ କମ ଜମି ଥିବା ଚାଷୀ ବା ଶ୍ରମିକମାନଙ୍କୁ ଦୈନିକ ୪୦୦ ଟଙ୍କା ଲେଖାଁଏ ମିଳିବ
ପଞ୍ଜାବର କଂଗ୍ରେସ ଅଧ୍ୟକ୍ଷ କହିଛନ୍ତିକି କଂଗ୍ରେସ ପ୍ରତ୍ୟେକ ଗାଁରେ ମହିଳାମାନଙ୍କର ଗୋଟିଏ ଲେଖାଏଁ କମାଣ୍ଡୋ ବାଟାଲିୟନ ହେବ। ଏହି ବାଟାଲିୟନରେ ପ୍ରତ୍ୟେକ ଗାଁରେ ଦୁଇଟି ଲେଖାଏଁ ମହିଳା ରହିବେ।