ଓମିକ୍ରନ୍ ପରେ ପରେ କରୋନାର ଆଉ ଏକ ଭାରିଆଣ୍ଟକୁ ଚିହ୍ନଟ କଲେ ବୈଜ୍ଞାନିକ ! ୪୬ ଥର ବଦଳିଲାଣି ରୂପ ! ଜାଣନ୍ତୁ ଏହି ନୂଆଁ ଭାରିଆଣ୍ଟ ବିଷୟରେ !
ଓମିକ୍ରନ୍ ପରେ କରୋନାର ଆଉ ଏକ ନୂଆ ଭାରିଆଣ୍ଟ (ଭାରିଆଣ୍ଟ IHU) ମିଳିଛି,କୋଭିଡ୍ ର ଏହି ଷ୍ଟ୍ରେନ୍ ୪୬ ଥର ପରିବର୍ତ୍ତନ ହେଇସାରିଲାଣି,ଏହା କୁ ନେଇ ଗବେଷକମାନେ ଏବେ ଚିନ୍ତା ରେ ଅଛନ୍ତି |
କରୋନା ସଙ୍କଟ ମଝିରେ ଆଉ ଗୋଟେ ଚିନ୍ତା ବଢେଇବା ବାଲା ଖବର ସାମ୍ନା କୁ ଆସିଛି,ଓମିକ୍ରନ୍ ପରେ ବୈଜ୍ଞାନିକ ମାନେ ଆଉ ଏକ କରୋନା ର ଅନ୍ୟ ଭାରିଆଣ୍ଟ (ଭାରିଆଣ୍ଟ IHU) ର ଚି଼ହ୍ନଟ କରିଛନ୍ତି,ମିଳିଥିବା ସୂଚନା ଅନୁସାରେ,ଭାରିଆଣ୍ଟ IHU ପୁରା ୪୬ଥର ନିଜର ରୂପ ପରିବର୍ତ୍ତନ କରିସାରିଛି, ବିଶ୍ୱାସ ଏହା କରାଯାଏ କି ଏହାର ମୂଳ କୋଭିଡ ଭାଇରସ ଅପେକ୍ଷା ଏହା ଅଧିକ ଟିକା ପ୍ରତିରୋଧି ଆଉ ସଂକ୍ରାମିତ ହୋଇପାରେ |
ନ୍ୟୁଜ୍ ୱେବସାଇଟ୍ ଡେଲି ମେଲ୍ ଅନୁଯାୟୀ,ଭାରିଆଣ୍ଟ IHU ଫ୍ରାନ୍ସରେ ଆବିଷ୍କୃତ ହୋଇଛି,ଫ୍ରାନ୍ସର ମାର୍ସେଲରେ (Variant IHU in Marseille), ଏହି ଭାରିଆଣ୍ଟ ର ୧୨ଟି ମାମଲା ସାମ୍ନା କୁ ଆସିଛି, ଏହି ମାମଲା ସେଇ ମାନଙ୍କ ପାଖରେ ଦେଖା ଯାଇଛି ଯେଉଁମାନେ ଆଫ୍ରିକୀୟ ଦେଶ କାମେରୁନରୁ ଫେରି କି ଆସିଛନ୍ତି |
ବର୍ତ୍ତମାନ କିନ୍ତୁ ଫ୍ରାନ୍ସ ରେ ଓମିକ୍ରନ୍ ର ଭୟ :-
ବର୍ତ୍ତମାନ, ଭାରିଆଣ୍ଟ IHU କେତେ ମାରାତ୍ମକ ଏବଂ ସଂକ୍ରାମକ ହେବ ତାହା ସ୍ପଷ୍ଟ ହୋଇନାହିଁ | କାରଣ ବର୍ତ୍ତମାନ ସମୟରେ ଓମିକ୍ରନ୍ ଭାରିଆଣ୍ଟ ଫ୍ରାନ୍ସରେ ହଇଚଇ ସୃଷ୍ଟି କରୁଛି | ଆସୁଥିବା ମୋଟ କରୋନା ମାମଲାଗୁଡ଼ିକ ମଧ୍ୟରୁ ୬୦ ପ୍ରତିଶତ ଓମିକ୍ରନ୍ ର ଅଟେ | ମେଡିଟେରାନି ଇନଫେକ୍ସନ୍ ଫାଉଣ୍ଡେସନ୍ ୧୦ଡିସେମ୍ବରରେ ଏହି ପ୍ରକାର ଭାରିଆଣ୍ଟ କୁ ଖୋଜିଥିଲା | ଭୟଭୀତ ନହେବାର ବିଷୟ ଯେ ବର୍ତ୍ତମାନ ଭାରିଆଣ୍ଟ IHU ଅତ୍ୟଧିକ ବିସ୍ତାର ହେଉନାହିଁ |
ଏବେ ଏହା ବି ଦେଖିବାର ଅଛି କି ଭାରିଆଣ୍ଟ IHU ଅନ୍ୟ ଦେଶ ମାନଙ୍କରେ ପହଞ୍ଚିଛି କି ନାହିଁ | ତା’ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏହାକୁ ଭାରିଆଣ୍ଟ ଅଣ୍ଡର ଇନଭେଷ୍ଟିଗେସନ୍ ନାମରେ ନାମିତ କରି ଅଧିକ ଅନୁସନ୍ଧାନ କରିବ | ଭାରିଆଣ୍ଟ IHU କୁ B.1.640.2 ମଧ୍ୟ କୁହାଯାଏ | ରିପୋର୍ଟ ହୋଇଛି ଯେ ଏହା B.1.640 ଠାରୁ ଭିନ୍ନ ଯାହା ସେପ୍ଟେମ୍ବରରେ କାଙ୍ଗୋରେ ମିଳିଥିଲା |
ନୂତନ ପ୍ରକାର ଆବିଷ୍କାର କରିଥିବା ଦଳର ମୁଖ୍ୟ ପ୍ରଫେସର ଫିଲିପ କଲସନ କହିଛନ୍ତି ଯେ ପରୀକ୍ଷଣରୁ ଏହା ଜଣାପଡିଛି ଯେ ଏହା E484K ମ୍ୟୁଟେସନ୍ ଦ୍ୱାରା ନିର୍ମିତ, ଯାହା ଏହାକୁ ଅଧିକ ଟିକା ପ୍ରତିରୋଧକ କରିଥାଏ। ଅର୍ଥାତ୍ ଏହା ଉପରେ ଟିକାର ପ୍ରଭାବ ପଡିବା ସମ୍ଭାବନା ବହୁତ କମ୍ ଅଟେ |
ଭାରତରେ ଓମିକ୍ରନର ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି
ଭାରିଆଣ୍ଟ IHU ପୂର୍ବରୁ ଓମିକ୍ରନ୍ ର ଭାରିଆଣ୍ଟ ମିଳିଥିଲା | ଆଫ୍ରିକା ମାଧ୍ୟମରେ ଏହି ଭାରିଆଣ୍ଟ ବହୁତ ଦେଶରେ ବ୍ୟାପି ଗଲାଣି,ଏଥିରେ ଭାରତ ବି ସାମିଲ ଅଛି | ଏହା ଡେଲଟା କିମ୍ବା ଡେଲଟା ପ୍ଲସ୍ ପରି ମାରାତ୍ମକ ବୋଲି ବିବେଚନା କରାଯାଇ ନାହିଁ, କିନ୍ତୁ ଏହା ସେମାନଙ୍କ ଅପେକ୍ଷା ଅଧିକ ଦ୍ରୁତ ଗତିରେ ବ୍ୟାପୁଛି |
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଦେଶରେ ମୋଟ ଓମିକ୍ରନ୍ ମାମଲା ୧,୮୯୨ କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ର ଏବଂ ଦିଲ୍ଲୀର ସର୍ବାଧିକ ସଂଖ୍ୟା ୫୬୮ ଏବଂ ୩୮୨ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛି। ଓମିକ୍ରନ୍ ର ୧୮୯୨ରୋଗୀଙ୍କ ମଧ୍ୟରୁ ୭୬୬ରୋଗୀ ସୁସ୍ଥ ହୋଇ ସାରିଛନ୍ତି ।