ଆସିଲା ଫଇସଲା, ସୁମିତଙ୍କ ଘରେ ରହିବେ ଡିମ୍ପଲ୍

0

Get real time updates directly on you device, subscribe now.

ତପସ୍ଵିନୀ ଓ ତାଙ୍କର ପତିଙ୍କ ମଧ୍ୟରେ ଚାଲିଥିବା ମନ ମାଳିନ୍ୟ ବା କଳହ ସମ୍ପର୍କରେ ସମସ୍ତଙ୍କୁ ଭଲ ଭାବରେ ଜଣା । ତେବେ ସେମାନେ କୋର୍ଟରେ ବିବାହ କରିବାର କିଛି ଦିନ ପର୍ଯ୍ୟନ୍ତ ସବୁକିଛି ଠିକ ଥିଲା । କିନ୍ତୁ ଏହାପରେ ସେମାନଙ୍କର ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଏହା ସହିତ ଏହାପରେ ସେମାନେ ପରସ୍ପରଠାରୁ ଅଲଗା ହୋଇ ଯାଇଥିଲା ।

ଏହା ସହିତ ସେମାନଙ୍କର କଳହ ଏତେ ଅଧିକ ବଢ଼ି ଯାଇଥିଲା କି ସେମାନଙ୍କର ଏହି ଘଟଣା କୋର୍ଟ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । ତେବେ ଏହାପରେ କୋର୍ଟ ମଧ୍ୟ ଏହାର ସମାଧାନ କରିବା ପାଇଁ ପ୍ରୟାସ କରିଥିଲେ । ପୁଣି ସୁମିତ ଫେରାର ହୋଇ ଯାଇଥିଲେ । ତପସ୍ଵିନୀ ଓ ସୁମିତ୍ ଆସ୍କା ଚିନି ଶିଳ୍ପ ଅତିଥି ଭବନରେ ରହୁଥିଲେ ସାତ ଦିନ ପାଇଁ ଆଉ ସାତ ଦିନ ପରେ ଯେତେବେଳେ ସୁମିତ ତପସ୍ଵିନୀ ଙ୍କୁ ଛାଡି ଚାଲି ଯାଇଥିଲେ ସେତେବେଳେ ତପସ୍ଵିନୀ ସମ୍ପୂର୍ଣ ରୂପେ ଏକାକୀ ହୋଇ ଯାଇଥିଲେ ।

ତାଙ୍କୁ ମଧ୍ୟ ତାପରେ ପରେ ସେହି ଅତିଥି ଭବନରୁ ବାହାର କରି ଦିଆ ଯାଉଥିଲା । ହେଲେ ପରେ ତପସ୍ଵିନୀ ନିଜ ଖର୍ଚ୍ଚ ନିଜେ ବହନ କରି ରହୁଥିଲେ । ତାଙ୍କ ପାଇଁ ତାଙ୍କ ସ୍ଵାମୀ ମଧ୍ୟ କିଛି ଖର୍ଚ୍ଚ ଉଠାଇ ନଥିଲେ । ହେଲେ ବାସ୍ତବ ରେ ଝିଅଟିଏ କେତେ କଷ୍ଟ ପାଇ ପରେ ତାହା ଆପଣମାନେ ତପସ୍ଵିନୀ lଙ୍କ ଠାରୁ ହିଁ ଜାଣି ପାରିବେ ।

ଏବେ ଭି ତପସ୍ଵିନୀଙ୍କ ମୁହଁରୁ ଗୋଟିଏ କଥା ସମସ୍ତେ ଶୁଣିବା ପାଇଁ ପାଇବେ କି ସେ କେବେ ଭି ଏଥି ପାଇଁ ଆହ୍ଲାଇବେନି । ସେ ନିଜ ଜିଦରେ ଅଟଳ ହୋଇ ରହିଛନ୍ତି । ସେ ନିଜ ସ୍ବାମୀ ଙ୍କୁ ହିଁ ପାଇ ରହିବେ ବୋଲି କହିଛନ୍ତି । ହେଲେ ତପସ୍ଵିନୀ ତା ପରେ ପରେ ଆସି ନିଜ ଶ୍ଵଶୁର ଘର ସାମ୍ନାରେ ବସିଥିଲେ ନ୍ୟାୟ ଭିକ୍ଷା ପାଇଁ । କି ତାଙ୍କ ଶ୍ବଶୁର ଘର ଲୋକ ଓ ତାଙ୍କ ସ୍ଵାମୀ ତାଙ୍କୁ ଘରକୁ ଖୁସି ଖୁସିରେ ଆପଣାଇ ନିଅନ୍ତୁ ।

ତେବେ ସବୁ କିଛି ଘଟଣା ପରେ ମଧ୍ୟ ତପସ୍ଵିନୀ ଆସି ପୁଣି ଥରେ ବସିଥିଲେ ସୁମିତଙ୍କ ଘର ସାମ୍ନା ରେ । ପୁଣି ଚାଲିଥିଲା ସେହି ଅନଶନ । ଶେଷରେ ଆଜି ଆସିଚି କୋର୍ଟ ର ରାୟ । ତପସ୍ଵିନୀ ରହିବେ ସୁମିତ ଙ୍କ ଘରେ , ସୁମିତ ପାଖରେ । ତେବେ ସୁମିତ, ତପସ୍ଵିନୀଙ୍କୁ ମାସକୁ ୧୭୦୦୦ ଟଙ୍କା ଦେବାକୁ ପଡିବ । ତପସ୍ଵିନୀଙ୍କୁ ଖର୍ଚ୍ଚ ଆଦି ବାବଦକୁ । ଏହି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ତେବେ ଏହି ରାୟ ରହିଛି ନିଶ୍ଚୟ ତପସ୍ଵିନୀଙ୍କ ସହିତ । କାରଣ ଏତେ ଦିନ ତପସ୍ୟା କରି , ଆସ୍କା ଜଙ୍ଗଲରେ ମଧ୍ୟ ସାତ ଦିନ କାଟି ଆସିଲା ପରେ ମଧ୍ୟ ଅସୁବିଧାରେ ପଡ଼ିଲେ ଓ ପୁଣି ବସିଲେ ଧାରଣା ରେ । ତେବେ ବର୍ତମାନ ରାୟ ଏହିପରି ରହିଛି ବୋଲି ଗଣମାଧ୍ୟମରୁ ଜଣା ପଡ଼ୁଚି ।

Leave A Reply

Your email address will not be published.