ପ୍ରାୟ ସବୁଦିନ ସୋସିଆଲ ମେଡ଼ିଆ କିମ୍ବା ଖବର କାଗଜ ରେ ଏହିପରି ଖବର ସାମ୍ନା କୁ ଆସନ୍ତି,ଯାହା କି ମଣିଷ ମାନଙ୍କୁ ଭାବିବାକୁ ବାଧ୍ୟ କରିଦେଇଥାଏ,ଆଜି ମଧ୍ୟ ସେହିପରି ଏକ ଖବର ସାମ୍ନା କୁ ଆସିଛି,ଯେଉଁଥିରେ 20 ବର୍ଷ ବୟସ ର ଜଣେ ଝିଅ ପ୍ଲେନ ରେ ପିଲା କୁ ଜନ୍ମ ଦେଲା ଆଉ ତା ସହ ବହୁତ ଖରାପ କାମ କଲା |
ସୋସିଆଲ ମିଡିଆରେ କିମ୍ବା ଅନ୍ୟାନ୍ୟ ସ୍ଥାନରେ ଭିନ୍ନ-ଭିନ୍ନ ପ୍ରକାରର ଖବର ଶୁଣିବାକୁ ମିଳେ,ଆଉ ସେଇଥିରୁ କିଛି ଖବର ଏମିତି ବି ହୋଇଥାଏ,ଯାହା ମଣିଷ ଙ୍କୁ ଭିତରୁ ହିଁ କମ୍ପିତ କରିଦେଇଥାଏ,ଆଉ ଭାବିବାକୁ ବାଧ୍ୟ କରିଦିଏ କି ଆଜିର ସମୟରେ ଏମିତି ବି ହେଇପାରେ କି?
ଆଜି ପୁଣି ମଣିଷ ମାନଙ୍କୁ ଭିତରୁ ଥରେଇ କି ରଖିଦେବା ଭଳି ଖବର ସାମ୍ନା କୁ ଆସିଛି,ଯେଉଁଥିରେ କି ଜଣେ ମା ନିଜ ପିଲା କୁ ଜନ୍ମ ହେବା ପରେ ହିଁ ତା ନିଜଠୁ ଅଲଗା କରିଦିଏ, ଆଉ ତାକୁ ଡଷ୍ଟବିନରେ ଫିଙ୍ଗି ଦିଏ, ଆଉ ଏହି ସବୁ ପରେ ପୋଲିସ ଆସି ସେହି ମହିଳା ଙ୍କୁ ଗିରଫ କରେ |
କ’ଣ ଏହି ପୁରା ଘଟଣା :-
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,ମାଡାଗାସ୍କର (Madagascar,East Africa) ର ଜଣେ 20 ବର୍ଷର ବାଳିକା ଏକ ଏୟାର ମରିସସ୍ ବିମାନରେ ଯାତ୍ରା କରୁଥିଲା,ଏହି 20 ବର୍ଷ ର ମହିଳା 1ଜାନୁଆରୀ କୁସର ସେଭସାଗୁର ରାମଗୁଲାମ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଓ-ଲେହେଇ ଥିଲେ |
ବିମାନ ଷ୍ଟାପ ମାନଙ୍କୁ ଏହି ମହିଳା ଙ୍କ ଉପରେ ସନ୍ଧେହ ହୋଇଥିଲା, ସିଏ ଜଣେ ଶିଶୁ କୁ ଜନ୍ମ ଦେଇଛନ୍ତି,ଏହା ପରେ,ଏୟାରଫୋର୍ସ ଅଧିକାରୀମାନେ ରୁଟିନ୍ କଷ୍ଟମ୍ ଯାଞ୍ଚ ସମୟରେ ବାଥରୁମ୍ ମଧ୍ୟ ଯାଞ୍ଚ କରିଥିଲେ,ଆଉ ସେତେବେଳେ ତାଙ୍କ ଆଖି ସେମିତି କୁ ସେମିତି ହିଁ ରହିଗଲା,ସେମାନେ ଦେଖିଲେ କି ବାଥରୁମ୍ ର ଡଷ୍ଟବିନରେ ଏକ ନବଜାତ ଶିଶୁ ପଡିଛି,ସେଇ ପିଲା ଟି ଟାଏଲେଟ ପେପର ରେ ଗୁରିଆ ହୋଇଛି,ଆଉ ପିଲା ଟି ରକ୍ତ ରେ ଜୁଡୁ-ବୁଡୁ ମଧ୍ୟ ହୋଇଥିଲା |
ଶିଶୁ ର ଅବସ୍ଥା ସମ୍ପୂର୍ଣ୍ଣ ଠିକ ଅଛି :-
ଷ୍ଟାପ ମାନେ ଶିଶୁଟିକୁ ଯେତେବେଳେ ଏପରି ପରିସ୍ଥିତିରେ ଦେଖିଲେ ତାକୁ ସାଙ୍ଗେ ସାଙ୍ଗେ ନେଇ ମେଡିକାଲରେ ଆଡ଼ମିଟି କଲେ,ଆଉ ସେହି ଶିଶୁଟିର ଚିକିତ୍ସା କରେଇଲେ,ମିଳିଥିବା ସୂଚନା ଅନୁସାରେ ପିଲାଟି ବର୍ତ୍ତମାନ ସୁସ୍ଥ ଅଛି,ଏହାପରେ ଏକ ସନ୍ଦେହଜନକ ମହିଳାଙ୍କୁ ଧରି ତାଙ୍କୁ ପଚାରିଲେ କି ଏହି ଶିଶୁଟି ତାଙ୍କର କି ନାଇଁ, ଆଉ ସିଏ ଏହି କଥା କୁ ଅଶ୍ୱିକାର କଲେ,ଏହାପରେ ଯେତେବେଳେ ତାଙ୍କର ମେଡିକାଲ ଯାଞ୍ଜ କରାଗଲା,ସେତେବେଳେ ଯାଇ ସ୍ପଷ୍ଟ ହେଲା କି ଏହି ଶିଶୁ ତାଙ୍କର ହିଁ ଅଟେ, ଆଉ ଉକ୍ତ ମହିଳା ଜଣଙ୍କ ଏବେଯାଏ ମଧ୍ୟ ପୋଲିସ କଷ୍ଟଡିରେ ହିଁ ଅଛନ୍ତି |
ଦୁଇ ବର୍ଷର କାର୍ଯ୍ୟ ଅନୁମତି ନେଇ ମରିସସରେ ପହଞ୍ଚିଥିବା ଝିଅ ଟି ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ନବଜାତ ଶିଶୁକୁ ଛାଡି ଦେଇଥିବା ଅଭିଯୋଗରେ ତାଙ୍କୁ ପଚରାଉଚରା କରାଯିବ |