ବଢ଼ିଲା ବିକ୍କିଙ୍କ ଅଡୁଆ,ଚୋରି ଅଭିଯୋଗରେ ମାମଲା ରୁଜୁ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ନିକଟରେ ବିବାହ କରିଥିବା ବଲିଉଡ ଅଭିନେତା ବିକ୍କି କୌଶଲଙ୍କର ଅଡୁଆ ବଢ଼ିଲା। ତାଙ୍କ ନାଁରେ ଏକ ସାଙ୍ଘାତିକ ଅଭିଯୋଗ ଆସିଛି। ସେ କୁଆଡେ ଚୋର ବୋଲି ଜଣେ ବ୍ୟକ୍ତି ତାଙ୍କ ବିଷୟରେ ଅଭିଯୋଗ ଆଣିଛନ୍ତି। ଏହି ମାମଲା ବର୍ତ୍ତମାନ ଥାନାରେ ପହଞ୍ଚିଛି। ପୋଲିସ ବିକ୍କିଙ୍କ ନାଁରେ ଏକ ମାମଲା ମଧ୍ୟ ରୁଜୁ କରିଛି।

କିଛି ଦିନ ପୂର୍ବରୁ ବିକ୍କି କୌଶଲ ଓ ସାରା ଅଲ୍ଲି ଖାନଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଫଟୋରେ ଦୁହେଁ ବାଇକରେ ବସି ଇନ୍ଦୌରର ରାସ୍ତାରେ ବୁଲୁଥିବା ନଜର ଆସିଥିଲେ। ଉଭୟ ସେଲିବ୍ରିଟ ସେମାନଙ୍କର ଆଗାମୀ ଫିଲ୍ମ ‘ଲୁକା ଛୁପି ୨’ର ଶୁଟିଂ କରୁଥିଲେ। ତେବେ ବିକ୍କି ଓ ସାରା ଯେଉଁ ବାଇକ୍‌ରେ ବୁଲୁଥିଲେ, ସେଥିରେ ଚୋରା ନମ୍ବର ପ୍ଲେଟ ବ୍ୟବହାର ହୋଇଥିବାର ଅଭିଯୋଗ ହୋଇଛି।

ବିକ୍କି କୌଶଲଙ୍କ ବିରୋଧରେ ମଧ୍ୟପ୍ରଦେଶ ଇନ୍ଦୌରରେ ଏକ ମାମଲା ରୁଜୁ ହୋଇଛି। ଜଣେ ବ୍ୟକ୍ତି ଅଭିଯୋଗ କରିଛନ୍ତିଯେ, କିଛିଦିନ ପୂର୍ବରୁ ଭିକି କୌଶଲ ଓ ସାରା ଅଲ୍ଲି ଖାନ ଯେଉଁ ନମ୍ବର ବାଇକରେ ବୁଲୁଥିବାର ଦେଖିବାକୁ ମିଳିଥିଲା, ତାହା ତାଙ୍କର ସ୍କୁଟିର ନମ୍ବର। କିନ୍ତୁ ବିନା ଅନୁମତିରେ ସେମାନେ ତାଙ୍କର ସ୍କୁଟିର ନମ୍ବର ବ୍ୟବହାର କରିଥିଲେ। ଏହି ମାମଲାକୁ ନେଇ ବ୍ୟକ୍ତି ଜଣକ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି।

ଅଭିଯୋଗକାରୀ ଜୟ ସିଂହ ଯାଦବ କହିଛନ୍ତିଯେ, ‘ଫିଲ୍ମର ଏକ ଦୃଶ୍ୟରେ ମୋର ଗାଡ଼ି ନମ୍ବର ବ୍ୟବହୃତ ହୋଇଛି। ଫିଲ୍ମ ୟୁନିଟକୁ ଏ ବିଷୟରେ ଜଣା ଅଛି କି ନାହିଁ ମୁଁ ଜାଣିନାହିଁ, କିନ୍ତୁ ଏହା ବେଆଇନ ଅଟେ। ବିନା ଅନୁମତିରେ ସେମାନେ ମୋ ନମ୍ବରକୁ ବ୍ୟବହାର କରିପାରିବେ ନାହିଁ। ମୁଁ ପୋଲିସ ଷ୍ଟେସନରେ ଏ ବିଷୟରେ ଅଭିଯୋଗ କରିଛି। ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ ଅଟେ।

ଅନ୍ୟପଟେ ନମ୍ବର ପ୍ଲେଟକୁ ବେଆଇନ ଭାବରେ ବ୍ୟବହାର କରାଯାଇଛି କି ନାହିଁ, ସେନେଇ ପୋଲିସ ମଧ୍ୟ ତଦନ୍ତ ଆରମ୍ଭ କରିଦେଇଛି। ପୋଲିସ କହିଛିki, ବିକ୍କି କୌଶଲଙ୍କ ନାଁରେ ଅଭିଯୋଗ ହୋଇଛି। ମୋଟର ଯାନ ଅଧିନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନମ୍ବର ପ୍ଲେଟର ଅପବ୍ୟବହାର ହୋଇଛି କି ନାହିଁ ତାହା ମଧ୍ୟ ଦେଖାଯିବ। ଯଦି ଫିଲ୍ମ ୟୁନିଟ ଇନ୍ଦୋରରେ ଅଛି, ତେବେ ସେମାନଙ୍କୁ ମଧ୍ୟ ତଦନ୍ତ ପାଇଁ ଡକାଯିବ।

Leave A Reply

Your email address will not be published.