ମଧ୍ୟପ୍ରଦେଶର ଗ୍ୱାଲିୟରରେ ପଡୋଶୀ ଘରର କୁକୁର ପୁଅକୁ କାମୁଡିଦେଲା। ଫଳରେ ଜଣେ ବ୍ୟକ୍ତି ରାଗିଯାଇ ତାଙ୍କ କୁକୁର ଉପରକୁ ଗୁଳି ଚଳାଇଥିଲା। ତେବେ ସୌଭାଗ୍ୟ ବଶତଃ ଗୁଳିଟି ଟାର୍ଗେଟରେ ନବାଜି ଖସି ଯାଇଥିଲା। ଫଳରେ କୁକୁରଟି ସୁରକ୍ଷିତ ଥିବାର ଜଣାପଡିଛି। ଶୁକ୍ରବାର ଦିନ ଜଣେ ପୋଲିସ ଅଧିକାରୀ ଏହି ବିଷୟରେ ସୂଚନା ଦେଇଛନ୍ତି।
ସେ କହିଛନ୍ତିଯେ ଗୁରୁବାର ଦିନ ଗ୍ୱାଲିୟରର ଆମଖୋ ଅଞ୍ଚଳର ବିଜୟାନଗରରେ ଏହିBଭଳି ଘଟଣା ଘଟିଛି। ଗୁଳି ଚଳାଇଥିବା ବ୍ୟକ୍ତିଙ୍କର ପରିଚୟ ମଧ୍ୟ ମିଳିଛି। ସେ ହେଉଛନ୍ତି ଉପେନ୍ଦ୍ର ଜାଦୌନ। କାମ୍ପୁ ଷ୍ଟେସନର ଦାୟିତ୍ୱରେ ଥିବା ରାମନରେଶ ଯାଦବ କହିଛନ୍ତିଯେ ଅଭିଯୋଗକାରିଣୀ ପ୍ରୀତି ପରମାରଙ୍କ ଅଭିଯୋଗ ଅନୁସାରେ ପଡୋଶୀ ଉପେନ୍ଦ୍ର ଜାଦୌନ ଏବଂ ରାଜ ଜାଦୌନ ଗୁରୁବାର ଦିନ ସନ୍ଧ୍ୟା ସମୟରେ ଘରକୁ ଆସିଥିଲେ।
ଏହା ସହିତ ସେମାନେ ଦେଶୀ ପିସ୍ତଲ ସାହାଯ୍ୟରେ କୁକୁର ଉପରକୁ ଗୁଳି ଚଳାଇଥିଲେ। ତେବେ ଗୁଳିଟି ତାଙ୍କର କୁକୁର ସାଇଟ ଦେଇ ଚାଲି ଯାଇଥିଲା। କୁକୁରଟି ଅଳ୍ପକେ ବର୍ତ୍ତିଯାଇଥିଲା। ସୂଚନା ଅନୁସାରେ, କୁକୁର ପିଲାକୁ କାମୁଡ଼ିବା କାରଣରୁ ବାପା ଉପେନ୍ଦ୍ର ବହୁତ ଜୋରରେ ରାଗିଯାଇଥିଲେ। ଯାଦବ କହିଛନ୍ତିଯେ ଆଇପିସିର ଧାରା ଅଧୀନରେ ଏକ ମାମଲା ରୁଜୁ କରିବା ସହିତ ପୋଲିସ ଅଭିଯୁକ୍ତଙ୍କ ସନ୍ଧାନ କରୁଅଛି।