‘ କରୋନା ’ ଏହି ଶବ୍ଦଟିକୁ ଶୁଣିଲା ବେଳକୁ ଲୋକ ମାନଙ୍କର ମନରେ ଅନେକ ବହୁତ ବଡ ବଡ ଦୁଃଖଦ ତଥା ଅସହାୟ ଚିତ୍ର ଆଖି ସାମ୍ନାକୁ ଆସିଯାଉଥିବ। ଏହି କରୋନା ଦେଢ ବର୍ଷ ହେବ ସାରା ବିଶ୍ୱକୁ ପୁରା ହଲଚଲ୍ କରି ରଖି ଦେଇଛି। କୌଣସି ରାଜ୍ୟ, ଦେଶ ର ସରକାର ମାନେ ଶାନ୍ତି ରେ ନିଶ୍ୱାସ ଟିକେ ମଧ୍ୟ ନେଇ ପାରୁ ନାହାନ୍ତି। କେଜାଣି ଏହି କରୋନା ମହାମାରୀ କେତେ କଣ ଲୋକ ମାନଙ୍କ ପାଖରୁ ଛଡାଇ ନେଲାଣି। ଏହି କରୋନା କଉ ପିଲା ର ମୁଣ୍ଡ ଉପରୁ ନିଜ ବାପା ମାଆଙ୍କର ହାତକୁ ସବୁଦିନ ପାଇଁ ଛଡାଇ ନେଇଛି ତ ଆଉ କେଉଁ କଅଁଳ ଶିଶୁକୁ ନିଜ ବାପା, ମାଆ ବୋଲି କିଏ ଜାଣିବା ପୂର୍ବରୁ ତାହା ଠାରୁ ତାର ବାପା ମାଆଙ୍କୁ ଛଡାଇ ନେଇଛି। ଏହି କରୋନା ଅନେକ ବାପା ମାଆଙ୍କ କୋଳକୁ ମଧ୍ୟ ଖାଲି କରି ଦେଇଛି। ଏହି ମହାମାରୀଟି ଏପରି ଯେ ଯଦି ସାମ୍ନା ରେ ଜଣେ ନିଜ ଲୋକ ଛଟପଟ ହୋଇ ମରୁଥିବ ତାର ମରିବା ସମୟ ରେ ପାଟି ରେ ପାଣି ଟିକେ ଦେବା ପାଇଁ ମନ ଡାକୁଥିଲେ ବି ଠୁପେ ପାଣି ମଧ୍ୟ ଦେଇପାରିବ ନାହିଁ। ସତରେ କରୋନାର ଏହି ରୂପ କୁ ଦେଖି ଲୋକ ମାନଙ୍କ ମନରେ ଗୋଟିଏ ପ୍ରଶ୍ନ ଆସୁଛି, ସତରେ କଣ ଏଡେ ନିର୍ଦୟ ହୋଇପାରେ ଏହି ଭୂତାଣୁ?
ଥମିବାର ନାଁ ଧରୁନି କରୋନା ମହାମାରୀ। ନୂଆ ନୂଆ ରୂପରେ ବାରମ୍ବାର ସାମ୍ନାକୁ ଆସୁଛି କୋଭିଡ। ଡେଲ୍ଟା ଭ୍ୟାରିଏଣ୍ଟ ପରେ ଏବେ ଓମିକ୍ରନ ନୂଆ ବିପଦ ହୋଇ ସାମ୍ନାକୁ ଆସିଛି। ପୂର୍ବରୁ ଡେଲ୍ଟା ଯେଭଳି ବିପଦପୂର୍ଣ୍ଣ ଥିଲା ଓମିକ୍ରନ ତା ଠାରୁ ଅଧିକ ଭୟଙ୍କର ହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି। ରାଜସ୍ଥାନରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା କାରଣରୁ ରାଜ୍ୟ ସରକାର ଆକ୍ସନ ମୋଡ୍କୁ ଚାଲି ଆସିଛନ୍ତି । ଉଭୟ ଡୋଜ୍ ଟିକା ନେଇ ନଥିବା ବ୍ୟକ୍ତି ଘରୁ ବାହାରିବା ଉପରେ ପ୍ରତିବନ୍ଧକ ଲଗାଯିବ ବୋଲି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଘୋଷଣା କରିଛନ୍ତି । ଫେବ୍ରୁଆରୀ ୧ରୁ ନୂଆ ନିୟମ କାର୍ଯ୍ୟକାରୀ ହେବ।
ଶୁକ୍ରବାର ଗେହଲଟଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଗେହଲଟ କହିଥିଲେ ଯେ, ଡେଲ୍ଟା ସଂକ୍ରମଣ ସମୟରେ ରାଜ୍ୟରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିଲା । ଡେଲ୍ଟା ଭାରିଆଣ୍ଟରେ କରୋନା ଭାଇରସ ଏହାର ରୂପ ବଦଳାଇ ଦେଇଥିଲା । ଏବେ ଓମିକ୍ରନ ଭାରିଆଣ୍ଟ ଏହାର ରୂପ ନ ବଦଳାଇବ ଏହାର କୌଣସି ଗ୍ୟାରେଣ୍ଟି ନାହିଁ । ଆମେରିକାରେ ପ୍ରତ୍ୟେକ ଦିନ ୫ ଲକ୍ଷ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏଣୁ ଏହାକୁ ହାଲୁକା ଭାବରେ ନନେଇ ଏବେଠାରୁ ସଚେତନ ହେବା ଆବଶ୍ୟକ ବୋଲି ଗେହଲଟ କହିଛନ୍ତି।