ଏହିଠାରେ ହୁଏ କେବଳ ୪୦ ମିନିଟର ରାତି,କେବେ ବି ହୁଏ ନାହିଁ ସୂର୍ଯ୍ୟାସ୍ତ,ଜାଣନ୍ତୁ ଏହି ସ୍ଥାନ ବିଷୟରେ !

0

Get real time updates directly on you device, subscribe now.

ଏଇ ପୁରା ଦୁନିଆ ପ୍ରକୃତିର ନିୟମ ଅନୁସାରେ ଚାଲିଥାଏ, ପ୍ରକୃତିର ଯେଉଁ ନିୟମ ଅଛି ତାହା ବ୍ୟତୀତ ଏହି ପୃଥିବୀରେ କିଛି ବି ଘଟେ ନାହିଁ,ଏକ ନିର୍ଦ୍ଦିଷ୍ଟ ସମୟରେ ଦିନ ଆଉ ରାତି ହେବା ହେଉଛି ପ୍ରକୃତି ଦ୍ୱାରା ନିର୍ମିତ ନିୟମ ଅଟେ, ଏକ ନିର୍ଦ୍ଧାରିତ ସମୟରେ ସୂର୍ଯ୍ୟ ଉଦୟ ହୁଏ ଆଉ ତ ପରେ ଚନ୍ଦ୍ରର ଦୁଧିଆ ଆଲୋକ ପୃଥିବୀ ଉପରେ ବିଛାରିତ ହୋଇଯାଏ,ହେଲେ,ବିଭିନ୍ନ ସ୍ଥାନରେ ଦିନରାତି ମଧ୍ୟରେ ସମୟର ପାର୍ଥକ୍ୟ ଅଛି,ପୃଥିବୀରେ ଏପରି ଅନେକ ସ୍ଥାନ ଅଛି ଯେଉଁଠାରେ ଦିନ ବଡ ଆଉ ରାତି ଛୋଟ ହୋଇଥାଏ,କିନ୍ତୁ ଏପରି ଏକ ଦେଶ ମଧ୍ୟ ଅଛି ଯେଉଁଠାରେ କି କେବେ ରାତି ହି ହୁଏ ନାହିଁ, ଯେଉଁଠାରେ ରାତି ହଉଥିଲେ ମଧ୍ୟ ଏହା କେବଳ ନାମ କ ମାତ୍ର, ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଯେ ଏପରି ଏକ ଦେଶ ଅଛି ଯେଉଁଠାରେ ସୂର୍ଯ୍ୟ ଖୁବ୍ କମ୍ ସମୟ ପାଇଁ ଅସ୍ତ ହୁଅନ୍ତି, ଯେଉଁଥିପାଇଁ କି ସେଇଠାରେ ବହୁତ କମ ସମୟ ପାଇଁ ରାତି ହୋଇଥାଏ, ଆସନ୍ତୁ ଜାଣିବା ସେହି ଦେଶ ବିଷୟରେ |

ନାର୍ବେ ରେ କେବେବି ଅସ୍ତ ହୁଅନ୍ତି ନାହିଁ ସୂର୍ଯ୍ୟ :-

ନାର୍ବେ ବିଶ୍ ମାନଚିତ୍ରରେ ୟୁରୋପର ମହାଦ୍ୱୀପରେ ଏକ ଦେଶ,ଏହା ମହାଦ୍ୱୀପର ଉତ୍ତରରେ ଅଛି, ଉତ୍ତରି ଦ୍ରୁଭ ର ଅତି ନିକଟବର୍ତ୍ତୀ ହୋଇଥିବା କାରଣ ରୁ ଏହା ଅତ୍ୟନ୍ତ ଥଣ୍ଡା ଦେଶ ଅଟେ,ଏହି ଦେଶରେ ବରଫ ର ପାହାଡ ସବୁ ଅଛି ଆଉ ଏହା ଗ୍ଲେସିୟରରେ ପରିପୂର୍ଣ୍ଣ ଅଟେ, ନାର୍ବେ ଏପରି ଏକ ଦେଶ ଯାହା ବିଷୟରେ କୁହାଯାଏ କି ଏଇ ଦେଶ ରେ କେବେ ଦିନ ଢଳେନି,ହଁ ଆଜ୍ଞା,ଏଠାରେ ମାତ୍ର 40 ମିନିଟ୍ ପାଇଁ ରାତି ହୁଏ , ଆଉ ବାକି ସବୁ ସମୟ ଏଠାରେ ସୂର୍ଯ୍ୟ ଙ୍କର କିରଣ ଥାଏ |

ଏଠାରେ ରାତି 12 ବାଜିକରି 43ମିନିଟ ରେ ସୂର୍ଯ୍ୟ ଅସ୍ତ ହୋଇଯାନ୍ତି ଆଉ ମାତ୍ର 40 ମିନିଟ୍ ପରେ ପୁଣି ଉଦୟ ହୋଇଯାନ୍ତି,ଯେମିତି ରାତି ଦେଢ଼ଟା ହେବା ମାତ୍ରେ ହି ସକାଳ ହୋଇଯାଏ,ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଯେ ଏହି କ୍ରମ ଗୋଟିଏ କି ଦୁଇ ଦିନ ନୁହେଁ, ଅଢେଇ ମାସ ପର୍ଯ୍ୟନ୍ତ ଚାଲିଥାଏ, ନାର୍ବେ କୁ ‘କଣ୍ଟ୍ରି ଅଫ ମିଡ଼ନାଇଟ ସନ’ବୋଲି ମଧ୍ୟ କୁହାଯାଏ |

କାହିଁକି ହୁଏ ନାହିଁ ସୂର୍ଯ୍ୟଅସ୍ତ :-

ଏହି ଦେଶ ଆର୍କଟିକ୍ ସର୍କଲ୍ ରେ ଅନର୍ଭୁକ୍ତ ଅଟେ ମେ ଆଉ ଜୁଲାଇ ମଧ୍ୟରେ 76 ଦିନ ପର୍ଯ୍ୟନ୍ତ ଏହିଠାରେ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ, ଏହି ସମାନ ଦୃଶ୍ୟ ହେମରଫେଷ୍ଟ ସହରରେ ମଧ୍ୟ ଦେଖିବାକୁ ମିଳିଥାଏ,ଏହା ଦେଖିବାକୁ ବହୁତ ସୁନ୍ଦର ଦେଖାଯାଇଥାଏ |

ନାର୍ବେ ଗୋଟିଏ ଏମିତି ଦେଶ ମଧ୍ୟ ଅଛି କି ଯେଉଁଠାରେ 100 ବର୍ଷ ଧରି ସୂର୍ଯ୍ୟକିରଣ ପହଞ୍ଚି ନାହିଁ, ଏହାର କାରଣ ହେଉଛି ଏହି ପୁରା ସହର ପର୍ବତ ଦ୍ୱାରା ଘେରି ହୋଇ ରହିଛି, ଏହି ଦେଶ ର ଏହି ସ୍ଥାନ ପର୍ଯ୍ୟଟକଙ୍କ ପାଇଁ ତାଙ୍କର ପ୍ରଥମ ପସନ୍ଦ ଅଟେ |

Leave A Reply

Your email address will not be published.