ମଝି ରାସ୍ତାରେ କାରକୁ ଅଟକାଇଲା ବାଘ,ଆଉ କଲା ଏମିତି ହଇରାଣ,ଭିତରେ ବସିଥିବା ଲୋକଙ୍କ ଅଟକିଗଲା ନିଃଶ୍ୱାସ ! ଦେଖନ୍ତୁ ଭିଡ଼ିଓ

0

Get real time updates directly on you device, subscribe now.

ଆନନ୍ଦ ମହିନ୍ଦ୍ରା ଟୁଇଟର ଭିଡିଓ: ମହିନ୍ଦ୍ରା ଏବଂ ମହିନ୍ଦ୍ରାର ଚେୟାରପର୍ସନ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ସକ୍ରିୟ ପାଇଁ ଜଣାଶୁଣା|ଦେଶର ଜଣାଶୁଣା ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା ଏବେ ନିଜର ଟୁଇଟର ଏକାଉଣ୍ଟରେ କିଛି ନା କିଛି ଭିଡିଓ ପୋଷ୍ଟ କରିଥାନ୍ତି|ତାହା ପ୍ରେରଣାଦାୟୀ ହୋଇଥାଏ ନଚେତ୍ ମଜାଦାର|

ନିଜର ଫଲୋୟର୍ସକୁ ଏହି ପେଜ ମଧ୍ୟ ସେୟାର କରିଥାନ୍ତି|ଗୁରୁବାର ଦିନ ମହିନ୍ଦ୍ରା ଟୁଇଟ କରିଛନ୍ତି ଯେଉଁଥିରେ ଗୋଟିଏ ବାଘ ମଝି ରାସ୍ତାରେ ଗାଡି ଅଟକାଇଥିଲେ|ପୁଣି ଭିତରେ ବସିଥିବା ଲୋକ ଡରିଗଲେ|

ଆନନ୍ଦ ମହିନ୍ଦ୍ରା ସେୟାର କରିଥିବା ପୋଷ୍ଟରେ ଆପଣଙ୍କୁ ଗୋଟିଏ ବାଘର ଭିଡିଓ ଦେଖାଯିବ|ବାଘକୁ ଦେଖିବା ପରେ ଡ୍ରାଇଭର ଗାଡିର ସ୍ପିଡକୁ ଦ୍ରୁତ,କମ କରି ଅଟକାଇଦେଲେ,ବାଘ ଗାଡିର ପଛକୁ ଗଲା ଓ ଚୋବାଇବା ଆରମ୍ଭ କଲା|ଏପରି କରି ବାଘ ଗାଡିକୁ ୨-୩ ଫୁଟ ପଛକୁ ଟାଣିନେଲା|ଏଭଳି ଘଟଣାକୁ ଦେଖି ଭିତରେ ବସିଥିବା ଲୋକ ଆଶ୍ଚର୍ଯ୍ୟ ହୋଇଗଲେ|ସେହି ରାସ୍ତା ଦେଇ ଯାଉଥିବା ବସରେ ବସିଥିବା ଜଣେ ବ୍ୟକ୍ତି ଏହି ଭିଡିଓର ରେକଡିଙ୍ଗ କରିଥିଲେ|

ବ୍ୟବସାୟୀ ମାଷ୍ଟର ଆନନ୍ଦ ମହିନ୍ଦ୍ରା ଏହି ଭିଡିଓ ସେୟାର କରି ଲେଖିଛନ୍ତି ଯେ “ଏହି ଦୃଶ୍ୟ ଉଟିରୁ ମୈସୁର ଯାଉଥିବା ସଡକରେ ଥେପକାଡୁ ପାଖରେ ଦେଖାଗଲା|ସେ କାର ଯାଇଲୋ ଅଟେ|ସେ ଵାଘ କାରକୁ ଏପରି ଚୋବାଉଛି ମୋତେ ଆଶ୍ଚର୍ଯ୍ୟ ଲାଗିଲା ନାହିଁ|ମୋ ମତରେ ମହିନନ୍ଦ୍ରା କାର ସ୍ୱାଦିଷ୍ଟ ହୋଇଥାଏ ଏଭଳି ମଧ୍ୟ ଅନୁଭୂତ ହେଉଛି|”

ତାଙ୍କର ଏହି ମଜାଳିଆ ପୋଷ୍ଟ ଲୋକଙ୍କୁ ଖୁବ ପସନ୍ଦ ହୋଇଛି|ତାଙ୍କର ଏହି ପୋଷ୍ଟରେ ଲୋକମାନେ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି|ଜଣେ ୟୁଜର ଲେଖିଛନ୍ତି ବାଘର ଦାନ୍ତ ବହୁତ ମଜବୁତ ଦେଖାଯାଉଛି, କ’ଣ ସେ କେବେ କଲଗେଟ ବା ପେପ୍ସୋଡେଣ୍ଟ କରିଛି? ପୋଷ୍ଟକୁ ଏପର୍ଯ୍ୟନ୍ତ ୯ ହଜାରରୁ ଉର୍ଦ୍ଧ୍ବ ଲାଇକ ଓ ୮୦୦ ରୁ ଉର୍ଦ୍ଧ୍ବ ରିଟୁଇଟ୍ ମିଳିଛି|ଏହାକୁ ୧ ଲକ୍ଷ ୪୫ ହଜାରରୁ ଉର୍ଦ୍ଧ୍ବ ଥର ଦେଖାଯାଇ ସାରିଲେଣି|

Leave A Reply

Your email address will not be published.