RAILWAY ବଦଳାଇଦେଲା ଏହି ଜରୁରୀ ନିୟମ ! ନିୟମଗୁଡିକୁ ଜାଣି ନିଅନ୍ତୁ,ଆପଣଙ୍କ ପାଇଁ ଏହା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ !

0

Get real time updates directly on you device, subscribe now.

ନୂଆଦିଲ୍ଲୀ: ଭାରତୀୟ ରେଳ ସହ ଜଡ଼ିତ ପରିବର୍ତ୍ତନ ସମ୍ପର୍କରେ ଲୋକମାନେ ସଦାବେଳେ ଜାଣିବାକୁ ଚାହାନ୍ତି|ଆଜିର ସମୟରେ ଦୈନିକ କୋଟି କୋଟି ଲୋକ ଟ୍ରେନରେ ଯାତ୍ରା କରିଥାନ୍ତି, ଏଥିପାଇଁ ଏହା ସମ୍ବନ୍ଧୀୟ ତଥ୍ୟ ରଖିବା ଆପଣଙ୍କ ଆବଶ୍ୟକ|ଆସନ୍ତୁ ସେ ପରିବର୍ତ୍ତନ ସମ୍ପର୍କରେ ଜାଣିବା|

ରେଳବାଇ କରୋନା ସମୟରେ ରିଫଣ୍ଡ ନିୟମରେ ପରିବର୍ତ୍ତନ କରିଥିଲେ|ଏଥିରେ ଟିକେଟ ନିରସ୍ତ୍ର ହେବାପରେ ରିଫଣ୍ଡ ସମୟସୀମାରେ ପରିବର୍ତ୍ତନ କରାଯାଇଥିଲା|କରୋନା କାଳ ପୂର୍ବରୁ ଟ୍ରେନ କ୍ୟାନସେଲ୍ ହେବାରେ ବା କ୍ୟାନସେଲ କରିବାରୁ ତିନି ଦିନ ମଧ୍ୟରେ ଆବେଦନ କରିବାର ଥିଲା|

କରୋନା ମହାମାରୀ ପରେ ରିଫଣ୍ଡ ଆବେଦନର ସମୟସୀମାକୁ ବଢାଇ ଛଅ ମାସ କରି ଦିଆଯାଇଥିଲା|ମିଡିଆ ରିପୋର୍ଟ ମୁତାବକ‌ ୩୦ ଡିସେମ୍ବର ପୂର୍ବର ପୁରୁଣା ନିୟମ ପୁଣି ଲାଗୁ କରାଯିବ|ତିନିଦିନରେ ରିଫଣ୍ଡ ଆବେଦନର ନିୟମ ୨୦୧୫ରେ ବନାଯାଇଥିଲା|

କରୋନା ସମୟରେ ଟିକେଟ କ୍ୟାନସେଲ କରିବା ଉପରେ ଛଅ ମାସ ପର୍ଯ୍ୟନ୍ତ ରିଫଣ୍ଡ ପାଇଁ ଫାଇଲ କରାଯାଇ ପାରୁଥିଲା|ଏହାର ଅର୍ଥ ଯଦି ଆପଣ ଆପଣଙ୍କ ଟିକେଟ କ୍ୟାନସେଲ କରିବା ପାଇଁ ଭାବୁଛନ୍ତି ବା କରିଛନ୍ତି ତେଵେ ୩ ଦିନ ମଧ୍ୟରେ ଟିଡିଆର ଭରିବାକୁ ମନେ ରଖନ୍ତୁ|ଏପରି ନକରିବା ପରେ ଆପଣଙ୍କୁ କ୍ୟାନସେଲେସନ ଟଙ୍କା ଫେରି ପାଇବେ ନାହିଁ|

ଟିଡିଆର ଫାଇଲ କରିବା ପ୍ରକ୍ରିୟାରେ ପରିବର୍ତ୍ତନ ସମ୍ପର୍କରେ ପଚାରାଯିବାରୁ ରେଳବାଇ କହିଛନ୍ତି ଏହା କିଛି ନୂଆ ନାହିଁ|ପ୍ରଥମରୁ ଏହା ଲାଗୁଥିଲା|କରୋନା ସମୟରେ ଲୋକଙ୍କୁ ଛୁଟ ଦିଆଯାଇଥିଲା ଯେତେବେଳେ ସାଧାରଣ ହେଲା ପୂରୁଣା ସିଷ୍ଟମ୍ ଲାଗୁହେଲା|

Leave A Reply

Your email address will not be published.