ଚିନ୍ତା ବଢାଉଛି ଓମିକ୍ରନ: ସାମ୍ନାକୁ ଆସିଲା ୨ ନୂଆ ଲକ୍ଷଣ, କରୋନାର ପୂରୁଣା ଭାରିଆଣ୍ଟ ମାନଙ୍କ ଠାରୁ ସଂପୂର୍ଣ୍ଣ ଅଲଗା !
କରୋନାର ନୂଆ ଭେରିଏଣ୍ଟ ଓମିକ୍ରନ ସାରା ବିଶ୍ୱ ପାଇଁ ବର୍ତ୍ତମାନ ଚିନ୍ତାର କାରଣ ପାଲଟି ଯାଇଛି। ବର୍ତ୍ତମାନ ଏହା ଦ୍ରୁତ ଗତିରେ ସବୁଠି ବ୍ୟାପୁଥିବା କାରଣରୁ ଏହାକୁ ନେଇ ସମସ୍ତ ସ୍ୱାସ୍ଥ୍ୟ ବିଶେଷଜ୍ଞ ଉଦବେଗ ପ୍ରକାଶ କରିଛନ୍ତି। ଏ ବିଷୟରେ ଲୋକଙ୍କୁ ସଚେତନ ରହିବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି।
ବିଶେଷ କରି ମାସ୍କ ପରିଧାନ, ସାମାଜିକ ଦୂରତା ନିୟମକୁ କଡାକଡି ପାଳନ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଏସବୁ ବାଦ ମଧ୍ୟ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଲକ୍ଷଣ ନେଇ ମଧ୍ୟ ଚେତାବନୀ ଦେଉଛନ୍ତି।
ଖାସ ଭାବରେ ଲୋକଙ୍କୁ ବଦଳୁଥିବା ଲକ୍ଷଣ ବିଷୟରେ ଅବଗତ କରାଇଦେଉଛନ୍ତି। ନିକଟରେ କିଙ୍ଗସ କଲେଜ ଲଣ୍ଡନରେ ଜେନେଟିକ ଏପିଡେମିଓଲୋଜିର ପ୍ରଫେସର ଟିମ ସ୍ପେକ୍ଟର କହିଛନ୍ତିକି ଓମିକ୍ରନର ଆଉ ୨ଟି ନୂଆ ଲକ୍ଷଣ ଦେଖିବାକୁ ମିଳିଲାଣି।
ଗୋଟିଏ ହେଉଛି ସଂକ୍ରମିତ ହୋଇଥିବା ଲୋକଙ୍କୁ ବାନ୍ତି ଲାଗିବା ଅନ୍ୟଟି ଭୋକ ନ ଲାଗିବା। ପୂର୍ବରୁ ଓମିକ୍ରନର ଲକ୍ଷଣ ସାମାନ୍ୟ ଥଣ୍ଡା, ସର୍ଦ୍ଦି, ଗଳା ଦରଜ ଆଦି ଥିବା ସମୟରେ ବର୍ତ୍ତମାନ ଏହି ୨ ଲକ୍ଷଣ ମଧ୍ୟ ଓମିକ୍ରନର ବୋଲି ବିଶେଷଜ୍ଞମାନେ କହିଲେଣି। ଏସବୁ ଲକ୍ଷଣ ଦେଖାଦେଲେ ତୁରନ୍ତ ଟେଷ୍ଟ କରିନେବା ପାଇଁ ପରାମର୍ଶ ଦିଆଯାଉଛି। ଏହା ଟିକା ନେଇଥିବା କିମ୍ୱା ବୁଷ୍ଟର ଡୋଜ ନେଇଥିବା ଲୋକମାନଙ୍କ ପାଖରେ ମଧ୍ୟ ଦେଖାଯାଉଛି।