ବାହାଘର ଦିନ କନ୍ୟାର ପେଟ ହଠାତ ଯନ୍ତ୍ରଣା ହେଲା, ଆଉ ହସ୍ପିଟାଲରେ ଅଲ୍ଟ୍ରାସାଉଣ୍ଡ କରିବା ପରେ,ଦେଖାଗଲା ପାଞ୍ଚମାସର ଯାଆଁଳା ଛୁଆ !

0

Get real time updates directly on you device, subscribe now.

ୟୁପିର ମେରଠ ରେ ବିବାହର ଖୁସି ସେହିସମୟରେ ଶେଷ ହୋଇଗଲା ଯେତେବେଳେ ବିବାହର ଦୁଇଦିନ ପରେ ସ୍ୱାମୀଙ୍କୁ ଜଣାପଡିଥିଲା କି, ତାଙ୍କ ପତ୍ନୀ 5 ମାସର ଗର୍ଭବତୀ ଅଛନ୍ତି। ଏହି ଖବର ଦ୍ୱାରା ସାରା ପରିବାରରେ ଆଶ୍ଚର୍ଯ୍ୟକର ପରିସ୍ଥିତି ଖେଳିଗଲା। ପତି ନିଜ ମାଆଙ୍କୁ ଏହି ବିଷୟରେ କହିବାପରେ ସନ୍ଦେହ ମାହୋଲ ସୃଷ୍ଟି ହୋଇଥିଲା। ଏହାପରେ କନ୍ୟାର ଅଲ୍ଟ୍ରାସାଉଣ୍ଡ କରିବାପରେ 5 ମାସର ଯାଆଁଳା ପିଲାର ସେ ଗର୍ଭବତୀ ଥିଲେ।

ଓଲଟା ବର କୁ ମିଛ ମାମଲାରେ ଫସାଇବାକୁ ଚେଷ୍ଟା କରାଗଲା:-

ଏହି ମାମଲା ଉପରେ ଯେତେବେଳେ ପତି ନିଜ ଶଶୁର ଘର ଲୋକଙ୍କ ସହିତ କଥାବାର୍ତା ଆରମ୍ଭ କରିଥିଲେ ସେତେବେଳେ ସେମାନେ ଏହାକୁ ମିଛ ମାମଲାରେ ଫସାଇ ଧମକ ଦେବା ଆରମ୍ଭ କଲେ। ଏତିକି ମଧ୍ୟ ନୁହେଁ ତାଙ୍କୁ ବର୍ତ୍ତମାନ 10 ଲକ୍ଷ ଟଙ୍କା ମାଗିବା ଆରମ୍ଭ କରିଦେଇଛନ୍ତି। ପୀଡ଼ିତ ଗୁରୁବାର ଦିନ ପୋଲିସ ଷ୍ଟେସନ ପହଞ୍ଚି ଲିଖିତ ଅଭିଯୋଗ କ୍ରମରେ କାର୍ଯ୍ୟବାହୀ କରିବାକୁ ପୋଲିସକୁ କହିଲେ।

ରିପୋର୍ଟରେ ପତ୍ନୀ 5 ମାସର ଗର୍ଭବତୀ:-

ଘଟଣାଟି ଖରଖୋଉଦା ଥାନା କ୍ଷେତ୍ରର ଗ୍ରାମ ପିପାଲିଖେଡ଼ା ଅଞ୍ଚଳର ଅଟେ। ସୂଚନା ଅନୁସାରେ, ଏଠାରେ ରହୁଥିବା ସଲମାନଙ୍କ ବିବାହ ଡ଼ିସେମ୍ବର 25 ତାରିଖରେ ମେରଠ ର ଜାକିର କଲୋନୀରେ ରହୁଥିବା ସାନିଆଙ୍କ ସହିତ ହୋଇଥିଲା। ବିବାହ ଦିନ ପତ୍ନୀ ନିଜ ପତିକୁ କହିଥିଲେ କି, ତାଙ୍କ ପେଟ ବହୁତ ଜୋରରେ ଯନ୍ତ୍ରଣା ହେଉଛି।

ପତି ଯେତେବେଳେ ନିଜ ମାଆକୁ ଏହାବିଷୟରେ ଜଣାଇଥିଲେ ସେତେବେଳେ ମାଆ ଚକିତ ହୋଇଥିଲେ ଓ ହସ୍ପିଟାଲ ନେଇଯାଇଥିଲେ। ଅଲ୍ଟ୍ରାସାଉଣ୍ଡ କରାଯିବା ପରେ ଯେଉଁକଥା ଏହାପରେ ସାମ୍ନାକୁ ଆସିଲା ସେତେବେଳେ ପତି ଓ ପରିବାର ଲୋକଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ରିପୋର୍ଟରେ ପତ୍ନୀ 5 ମାସର ଗର୍ଭବତୀ ବାହାରିଥିଲେ ଓ ତାଙ୍କ ପେଟରେ ଦୁଇଟି ଯାଆଁଳା ଛୁଆ ବଢ଼ୁଥିଲେ।

Leave A Reply

Your email address will not be published.