ଓଡିଶାକୁ ଫେରିଲା ନାଇଟ କର୍ଫ୍ୟୁ ! ରାତି ୧୦ଟା ରୁ ଭୋର ୫ଟା ପର୍ଯ୍ୟନ୍ତ ସବୁ ବନ୍ଦ !

0

Get real time updates directly on you device, subscribe now.

ରାଜ୍ୟକୁ ନାଇଟ କର୍ଫ୍ୟୁ ଫେରିଲା। ଓମିକ୍ରନର ଭୟାବହତା ଏବଂ ନୂଆ ବର୍ଷର ସେଲିବ୍ରେସନକୁ ଦୃଷ୍ଟିରେ ରଖି ରାଜ୍ୟକୁ ନାଇଟ କର୍ଫ୍ୟୁ ପୁଣି ଥରେ ଫେରିଛି। ରାତି ୧୦ଟା ରୁ ଭୋର ୫ଟା ପର୍ଯ୍ୟନ୍ତ ରାଜ୍ୟର ସବୁ ସହରାଞ୍ଚଳରେ ପୁଣି ନାଇଟ କର୍ଫ୍ୟୁ ଲାଗୁହେବ।

ଜାନୁଆରୀ ମାସ ୧ ତାରିଖ ନୂଆ ବର୍ଷରୁ ହିଁ ରାଜ୍ୟର ସମସ୍ତ ସହରାଞ୍ଚଳରେ ନାଇଟ କର୍ଫ୍ୟୁ ଲାଗୁ କରାଯିବ। ଏହି ନିୟମ ମାସେ ପାଇଁ ଅର୍ଥାତ ୨୦୨୨ ମସିହା ଜାନୁଆରୀ ମାସ ୧ ତାରିଖରୁ ୨୦୨୨ ମସିହା ଫେବୃଆରୀ ୧ ତାରିଖ ପର୍ଯ୍ୟନ୍ତ ଲାଗୁରହିବ। ଭୋର ୫ଟା ରୁ ରାତି ୧୦ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ।

ଏସଆରସିଙ୍କ କାର୍ଯ୍ୟାଳୟ ତରଫରୁ ଜାରି ହୋଇଥିବା ଜାନୁୟାରୀ ମାସର ଗାଇଡଲାଇନ ଅନୁସାରେ, ସାମାଜିକ ତଥା ଧାର୍ମିକ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିବ। ୧୦୦ ଜଣଙ୍କୁ ନେଇ ରାଜନୈତିକ କାର୍ଯ୍ୟକ୍ରମ ହୋଇପାରିବ। ଏହି ସମୟରେ କୋଭିଡର ନିୟମ ପାଳନ କରିବା ସମ୍ପୂର୍ଣ ରୂପରେ ବାଧ୍ୟତାମୂଳକ କରାଯାଇଛି। ବାଣିଜ୍ୟ ମେଳା, ପ୍ରଦର୍ଶନୀ, ମେଳା ଆଦି ସମ୍ପୂର୍ଣ ରୂପରେ ବନ୍ଦ ରହିବ।

ଆଜି ରାଜ୍ୟରେ ପୁଣି ଥରେ ଚିହ୍ନଟ ହୋଇଛନ୍ତି ୫ ଜଣ ଓମିକ୍ରନ ଭେରିଏଣ୍ଟ କରୋନା ଆକ୍ରାନ୍ତ। ଦେଶର ବିଭିନ୍ନ ରାଜ୍ୟରେ ଓମିକ୍ରନ୍‌ ଭୟାନକ ଭାବରେ ବୃଦ୍ଧି ପାଉଥିବା ସମୟରେ ଓଡିଶାରେ ମଧ୍ୟ ବୃଦ୍ଧି ପାଇଲାଣି। ଏହାକୁ ଦୃଷ୍ଟିରେ ରଖି ଏବଂ ଆଗକୁ ନୂଆ ବର୍ଷ ଆସୁଥିବାରୁ ଭିଡ ଆଶଙ୍କା କରି ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି। ବିଶେଷ ଭାବରେ ସହରାଞ୍ଚଳରେ ସଂକ୍ରମଣ ବ୍ୟାପିବାର ଆଶଙ୍କା​‌ ଥିବା କାରଣରୁ ରାତି ୧୦ଟା ରୁ ଭୋର ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି।

Leave A Reply

Your email address will not be published.