ଖାତାରେ ଥିଲା ୧୯୮୩ ଟଙ୍କା, କିନ୍ତୁ ଭୁଲରେ ଆସିଗଲା କୋଟିକୋଟି ଟଙ୍କା,ଗୋଟିଏ ଦିନରେ ସପିଙ୍ଗରେ ଖର୍ଚ୍ଚ କରିଦେଲେ ୭୩ ଲକ୍ଷ ଟଙ୍କା !

0

Get real time updates directly on you device, subscribe now.

ପ୍ରାୟତଃ ଦେଖାଯାଇଛି ଯେ ଜାଲିଆତି ଏବଂ ଧୋକାର ଏପରି ଅନେକ ମାମଲା ଶୁଣିବାକୁ ଏବଂ ଦେଖିବାକୁ ମିଳେ, ଯାହାକୁ ଜାଣିବାପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି । ଆଜିକାଲି ବ୍ୟାଙ୍କ୍ ଫ୍ରଡ ସହିତ ଜଡିତ ଅନେକ ମାମଲା ମଧ୍ୟ ସାମ୍ନାକୁ ଆସୁଛି । ଏହା ମଧ୍ୟରେ ଲକ୍ଷ୍ନୌରେ ଧୋକା ର ଏପରି ମାମଲା ସାମ୍ନାକୁ ଆସିଛି, ଯାହା ବିଷୟରେ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ବାସ୍ତବରେ ରାଜଧାନୀ ଲକ୍ଷ୍ନୌ ରେ ଜଣେ ବ୍ୟକ୍ତି ରାତାରାତି କୋଟିପତି ହୋଇଗଲା । ଆଜ୍ଞା ହଁ, ଆପଣ ବିଲକୁଲ ଠିକ୍ ଶୁଣିଛନ୍ତି । ଏଠାରେ ସେଣ୍ଟ୍ରାଲ ବ୍ୟାଙ୍କର ବନ୍ଥରା ଶାଖାର ଆକାଉଣ୍ଟ ହୋଲ୍ଡର କରନ୍ ଶର୍ମା ରାତାରାତି କୋଟିପତି ହୋଇଗଲା । ବାସ୍ତବରେ, ଏହାପଛରେ ଟେକ୍ନିକାଲ ପ୍ରୋବଲେମ ରହିଛି, ଯେଉଁ କାରଣରୁ ତାର ଖାତା ସର୍ଭର ସହିତ ଲିଙ୍କ ହୋଇଗଲା ଏବଂ ତା ଖାତାରେ ଏକ କୋଟିରୁ ଅଧିକ ଟଙ୍କା ଜମା ହୋଇଗଲା ।

ଅଚାନକ ଏତେ ପଇସା ଆସିବା ଖୁସିରେ କରନ ଶର୍ମା ବହୁତ୍ ସପିଙ୍ଗ କରିଦେଲେ ଏବଂ ସେ 76 ଲକ୍ଷ ଟଙ୍କାରେ ସପିଂରେ ଖର୍ଚ୍ଚ କରିଦେଲା । ତେବେ ଚାଲନ୍ତୁ ଜାଣିବା ପ୍ରକୃତରେ ମାମଲା କଣ ରହିଛି ।

ମିଳିଥିବା ସୂଚନା ଅନୁଯାୟୀ, କରନ ଶର୍ମା କଞ୍ଚନପୁର ସିରବିୟା ଗାଁର ବାସିନ୍ଦା ଅଟନ୍ତି । କରନ ଶର୍ମାଙ୍କ ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ ଇଣ୍ଡିଆର ଲକ୍ଷ୍ନୌର ବନ୍ଥରା ଶାଖାରେ ଆକାଉଣ୍ଟ ଅଛି । କରନ ଶର୍ମା ଗୋଟିଏ ପେଟ୍ରୋଲ ପମ୍ପ ରେ ଚାକିରି କରନ୍ତି । କୁହାଯାଉଛି ଯେ କରନ ଶର୍ମା ଙ୍କ ଖାତାରେ ମାତ୍ର 1983 ଟଙ୍କା ହିଁ ଥିଲା । ସେ ଡିସେମ୍ବର 17 ତାରିଖରେ ଡେବିଟ କାର୍ଡ ଦ୍ଵାରା କିଣି କିଣାକିଣି କରିଥିଲେ, ସେତେବେଳେ ସେ ଜାଣିପାରିଲେ ଯେ ତାଙ୍କ ଆକାଉଣ୍ଟ ରେ ଏକ କୋଟିରୁ ଅଧିକ ଟଙ୍କା ଅଛି ।

ଯେତେବେଳେ କରନ ଶର୍ମା ଏକ କୋଟିରୁ ଅଧିକ ଟଙ୍କା ଥିବା ଜାଣିପାରିଲେ, ସେତେବେଳେ ସେ ବହୁତ୍ ଖୁଶି ହୋଇଗଲେ । ସେ ସେହି ପଇସା ପାଇ ବହୁତ୍ ଖୁସି ହେଲେ ଏବଂ ବହୁତ୍ ଜିନିଷ କିଣିଲେ । ଏହା ମଧ୍ୟ କୁହାଯାଇଛି ଯେ କରନ ଶର୍ମା ଗୋଟିଏ ଏକ୍ସୟୁଭି କାର ଏବଂ ବାଇକ୍ ବୁକ୍ କରିଦେଲେ । ସ୍ତ୍ରୀ ପାଇଁ ଗହଣା କିଣିଲେ । ଏହିପରି କିଣାକିଣି ରେ ସେ ପ୍ରାୟ 76 ଲକ୍ଷ ଟଙ୍କା ଖର୍ଚ୍ଚ କରିଦେଲେ ।

ଏହି ମାମଲାର ସୂଚନା ବ୍ୟାଙ୍କ୍ ଅଧିକାରୀଙ୍କୁ ମିଳିବା ମାତ୍ରେ ସେ ଯାଞ୍ଚ କରାଇଲେ । ଯାଞ୍ଚ ରେ ଏହା ଜଣାପଡ଼ିଲା ଯେ ଖାତା ବ୍ୟାଙ୍କ୍ ସର୍ଭର ସହିତ ଲିଙ୍କ ହୋଇଗଲା । ଏହାପରେ ଆକାଉଣ୍ଟ କୁ ଫ୍ରିଜ୍ କରାଗଲା । ସେତେବେଳେ ମଧ୍ୟ ଖାତାରେ 41.21 ଲକ୍ଷ ଟଙ୍କା ଥିଲା । ବ୍ୟାଙ୍କ୍ ମ୍ୟାନେଜର ପୋଲିସ ଠାରେ ଏହାର ଅଭିଯୋଗ କଲେ । ଯାହା ପରେ ପୋଲିସ କରନ ଶର୍ମା ଏବଂ ତାଙ୍କ ସ୍ତ୍ରୀକୁ ଗିରଫ କରିନେଲା ।

Leave A Reply

Your email address will not be published.