ଭାରତ ବନାମ ଦକ୍ଷିଣ ଆଫ୍ରିକା ! ମ୍ୟାଚ ହାରିବା ପରେ ହଠାତ ୨୯ ବର୍ଷୀୟ କ୍ୱିଣ୍ଟନ ଡ଼ି କକ ଟେଷ୍ଟରୁ ନେଇଗଲେ ସନ୍ୟାସ ! ସମସ୍ତେ ଆଶ୍ଚର୍ଯ୍ୟ !

0

Get real time updates directly on you device, subscribe now.

ଟିମ ଇଣ୍ଡିଆ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନିମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳୁଛି। ଭାରତୀୟ ଟିମ ପ୍ରଥମ ଟେଷ୍ଟକୁ 113 ରନରେ ଜିତିନେଇ ସିରିଜ 1-0 କରିଦେଇଛନ୍ତି। କିନ୍ତୁ ଏହି ସିରିଜ ଠିକ ପୂର୍ବରୁ ଏକ ହଇରାଣ କରିଦେବା ପରି ଘଟଣା ସାମ୍ନାକୁ ଆସିଲା। କଥା ଏହା କି ଯେ, ଜଣେ କ୍ରିକେଟର ଏହି ସିରିଜ ମଧ୍ୟରେ ଅବସର ଘୋଷଣା କରିଦେଇଥିଲେ।

ଜଣାଇଦେଉଛୁ କି, ଭାରତ ଓ ଦକ୍ଷିଣ ଆଫ୍ରିକା ସିରିଜ ଚାଲୁଥିବା ସମୟରେ ଏହି କ୍ରିକେଟର ଅବସର ଘୋଷଣା କରି ସମସ୍ତଙ୍କୁ ଚକିତ କରିଛନ୍ତି। ଏହି କ୍ରିକେଟର ଆଉ କେହି ନୁହଁନ୍ତି ବରଂ ସାଉଥ ଆଫ୍ରିକାର ଫେମସ ଉଇକେଟ କିପର ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡ଼ି କକ ଅଟନ୍ତି। ତାଙ୍କର ଏହି ଫଇସଲା ସମସ୍ତଙ୍କୁ ହଇରାଣ କରି ରଖିଦେଇଛି।

ସାମ୍ନାକୁ ଆସିଲା ଏହି ବଡ଼ କାରଣ:-

କ୍ୱିଣ୍ଟନ ଡ଼ି କକ ଏହି ଫଇସଲାରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଏହା ଉପରେ ଏକ ବଡ଼ କାରଣ ସେ କହିଥିଲେ। କ୍ୱିଣ୍ଟନ ଡ଼ି କକ କହିଛନ୍ତି, ତାଙ୍କର ପରିବାର ବଢୁଥିବାରୁ ସେ ନିଜ ପରିବାରକୁ ସମୟ ଦେଇ ପାରୁନାହାଁନ୍ତି ଓ ସେ ଟେଷ୍ଟରୁ ସନ୍ୟାସ ନେବା ଉଚିତ ମନେ କରିଛନ୍ତି। ସେ ଭାରତ ବିପକ୍ଷରେ ଦ୍ଵିତୀୟ ଓ ତୃତୀୟ ଟେଷ୍ଟରୁ ପାର୍ଟରନିଟି ଅବକାଶ ନେବାର ଥିଲା କିନ୍ତୁ ସେ ଏହି ଲମ୍ବା ଫର୍ମାଟରୁ ଅବସର ଗ୍ରହଣ କରି ଦେଇଥିଲେ ଓ ସେ ଦକ୍ଷିଣ ଆଫ୍ରିକା ପାଇଁ ହ୍ଵାଇଟ ବଲରେ ଉପସ୍ଥିତ ରହିବେ।

ଡ଼ି କକ କହିଛନ୍ତି, ମୋତେ ଟେଷ୍ଟ କ୍ରିକେଟ ପସନ୍ଦ ଅଟେ ଓ ମୋ ଦେଶ ପାଇଁ ଉପସ୍ଥିତ ରହିବା ପସନ୍ଦ ଅଟେ। ଏହି ସମୟ ମଧ୍ୟରେ ମୁଁ ବିଜୟ, ପରାଜୟ, ଉତ୍ସବ ଓ ନିରାଶଭାବ ଦେଖିବାକୁ ପାଇଛି ଯାହାକି ମୋତେ ଖୁସି ଅନୁଭବ କରାଇଛି କିନ୍ତୁ ବର୍ତ୍ତମାନ ଏବେ କିଛି ଆହୁରି ଅଧିକ ମୋତେ ମିଳିଛି ଯାହାକୁ ମୁଁ ପସନ୍ଦ କରୁଛି।

ଇତିହାସ ରଚିଲା ଟିମ ଇଣ୍ଡିଆ:-

ଭାରତ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ ସେଞ୍ଚୁରିୟନରେ ଶେଷ ହୋଇଯାଇଛି। ଟିମ ଇଣ୍ଡିଆ ଏହି ମ୍ୟାଚରେ 113 ରନରେ ବିଜୟୀ ହୋଇଛି। ଭାରତୀୟ ବୋଲିଂ ବାହିନୀ ଚମତ୍କାର ପ୍ରଦର୍ଶନ କରି ସେଞ୍ଚୁରିୟନରେ ଭାରତକୁ ପ୍ରଥମ ବିଜୟ ଭେଟି ଦେଇଛନ୍ତି। ଆଫ୍ରିକା ଦଳର 305 ରନ ଲକ୍ଷ୍ୟକୁ ପିଛା କରି 191 ରନରେ ଅଲଆଉଟ ହୋଇଯାଇଥିଲା। ବର୍ତ୍ତମାନ ଭାରତୀୟ ଦଳ 3-0 ରେ ଆଗୁଆ ରହିଛି

ବୋଲିଂ ଦେଲା ବିଜୟ:-

ଏହି ମ୍ୟାଚରେ ଭାରତୀୟ ବୋଲର ଚମତ୍କାର ପ୍ରଦର୍ଶନ କରିଥିଲେ। ବୁମରା ଏହି ପାଳିରେ 3ଟି ଉଇକେଟ ନେଇଥିଲେ। ସେହିପରି ଅନ୍ୟ ବୋଲର ମହମ୍ମଦ ଶାମି ମଧ୍ୟ 3ଟି, ମହମ୍ମଦ ସିରାଜ ଓ ଅଶ୍ୱିନ ମଧ୍ୟ 2-2 ଟି ଉଇକେଟ ପାଇଥିଲେ।

Leave A Reply

Your email address will not be published.