ଆସିଗଲା ସେହି ତାରିଖ,ଯେଉଁ ଦିନ ସମ୍ପୂର୍ଣ୍ଣ ଭାବେ ଜଳିପୋଡି ପାଉଁଶ ହୋଇଯିବ ସୂର୍ଯ୍ୟ, ଜାଣନ୍ତୁ ଆପଣଙ୍କର ଅବସ୍ଥା କଣ ହେବ !

0

Get real time updates directly on you device, subscribe now.

5 ବିଲିୟନ ବର୍ଷ ମଧ୍ୟରେ ଥଣ୍ଡା ହୋଇଯିବ ସୂର୍ଯ୍ୟ|ହାର୍ବଡ କଲେଜ ଅବଜର୍ଭେଟରି, ସ୍ମିଥସୋନୀୟନ ଏଷ୍ଟ୍ରଫିଜିକଲ ଅବଜର୍ଭେଟରି ଏବଂ ଦ ସେଣ୍ଟର୍ ଫର୍ ଏଷ୍ଟ୍ର ଫିଜିକ୍ସର ବୈଜ୍ଞାନିକମାନେ କହିଛନ୍ତି ଯେ ଆସନ୍ତା 5 ବିଲିଅନ ବର୍ଷ ମଧ୍ୟରେ ଆମ ସୁର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ଥଣ୍ଡା ହୋଇଯିବ । ବୈଜ୍ଞାନିକମାନେ ଏହା ମଧ୍ୟ କହିଛନ୍ତି ଯେ ସୂର୍ଯ୍ୟ ବର୍ତ୍ତମାନ ନିଜର ମଧ୍ୟାବସ୍ଥାରେ ରହିଛି ।

ନ୍ୟୁକ୍ଲିୟର ରିଆକ୍ସନରୁ ଆକଳନ କରାଯାଇଛି ତାରିଖ :-

ବୈଜ୍ଞାନିକମାନେ ସୂର୍ଯ୍ୟରେ ହେଉଥିବା ନ୍ୟୁକ୍ଲୀୟର ରିଆକ୍ସନ ହିସାବରେ ଏହି ତାରିଖ ଆକଳନ କରିଛନ୍ତି । ଏହି ପ୍ରୋଜେକ୍ଟ ରେ କାମ କରୁଥିବା ବୈଜ୍ଞାନିକ ପାଓଲା ଟେଷ୍ଟା କହିଛନ୍ତି ଯେ ଏହି କାଲ୍କୁଲେଶନ ନ୍ୟୁକ୍ଲିୟର ରିଆକ୍ସନକୁ ଆଧାର କରି କରାଯାଇଛି ।

ନ୍ୟୁକ୍ଲିୟର ରିଆକ୍ସନରୁ ସୂର୍ଯ୍ୟକୁ ମିଳିଥାଏ ଶକ୍ତି :-

ପାଓଲା ଟେଷ୍ଟା କହିଛନ୍ତି ଯେ 1930 ମସିହା ପୂର୍ବରୁ କୁହାଯାଉଥିଲା ଯେ ସୂର୍ଯ୍ୟର ଶକ୍ତି ଗ୍ରୋଭିଟେଶନାଲ ଫୋର୍ସ ରୁ ଆସିଥାଏ । କିନ୍ତୁ ବୈଜ୍ଞାନିକମାନଙ୍କୁ ବର୍ତ୍ତମାନ ନ୍ୟୁକ୍ଳିୟର ପାୱାର ବିଷୟରେ ଜଣାପଡିଛି । ତେବେ ବିଜ୍ଞାନ ବର୍ତ୍ତମାନ ମଧ୍ୟ ଅନେକ କଥା ବିଷୟରେ ଜାଣିପାରି ନାହିଁ ।

ନ୍ୟୁକ୍ଳିୟର ଏନର୍ଜି ଶେଷ ହେବାପରେ ସୂର୍ଯ୍ୟ ମଧ୍ୟ ଶେଷ ହୋଇଯିବ :-

ପାଓଲା ଟେଷ୍ଟା କହିଛନ୍ତି ଯେ ସୂର୍ଯ୍ୟ ବର୍ତ୍ତମାନ ନ୍ୟୁକ୍ଳିୟର ଏନର୍ଜି ଦ୍ଵାରା ଜଳୁଛି । ଯେଉଁ ଦିନ ନ୍ୟୁକ୍ଳିୟର ଏନର୍ଜି ଶେଷ ହୋଇଯିବ, ସେଦିନ ଆମ ସୂର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ଜଳି ପୋଡ଼ି ପାଉଁଶ ହୋଇଯିବ ଏବଂ ଏହାର ଅସ୍ତିତ୍ବ ଶେଷ ହୋଇଯିବ ।

ପୃଥିବୀର ମଧ୍ୟ ହେବ ଅନ୍ତ :-

ବୈଜ୍ଞାନିକମାନେ ନିଜ ରିସର୍ଚ୍ଚ ରେ ଏହା ମଧ୍ୟ କହିଛନ୍ତି ଯେ ଯେଉଁ ଦିନ ସୂର୍ଯ୍ୟ ଶେଷ ହେବ, ସେଦିନ ଆମ ପୃଥିବୀର ମଧ୍ୟ ଅନ୍ତ ହୋଇଯିବ । ବୈଜ୍ଞାନିକମାନଙ୍କ ଅନୁଯାୟୀ, ଏହା ଏଥିପାଇଁ ହେବ, କାରଣ ପୃଥିବୀ ନିଜ ସର୍ଭାଇବଲ୍ ପାଇଁ କେବଳ ସୂର୍ଯ୍ୟ ଉପରେ ହିଁ ନିର୍ଭର କରେ । ତେବେ ଏପରି ହେବାପାଇଁ 5 ବିଲିଅନ ବର୍ଷ ବାକି ରହିଛି ।

Leave A Reply

Your email address will not be published.