ଓମିକ୍ରନର ଏହି ଲକ୍ଷଣ କେବଳ ଶରୀରର ଚର୍ମ ଉପରେ ଦେଖାଯାଉଛି ! ଯଦି ଏହି ଲକ୍ଷଣ ଆପଣଙ୍କ ଠାରେ ଦେଖାଯାଉଛି ତାହେଲେ ନିଶ୍ଚୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଆନ୍ତୁ !
କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ ଚିନ୍ତା ବଢ଼ାଇବାରେ ଲାଗିଛି। ରାଜ୍ୟରେ ସବୁ ବନ୍ଦ ହେବାର କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଡେ଼ଲ୍ଟା ତୁଳନାରେ ଓମିକ୍ରନ ହୁଏତ ବହୁତ ହାଲୁକା ଅଟେ କିନ୍ତୁ ଏହାର ସଂକ୍ରାମକତା ବହୁତ ଅଧିକ ଓ ଲୋକେ ଏହାର କରାଳରେ ବହୁତ ସହଜରେ ଚାଲି ଆସନ୍ତି। ଡେ଼ଲ୍ଟା ତୁଳନାରେ ଓମିକ୍ରନ ଲକ୍ଷଣ ମଧ୍ୟ ବହୁତ ଅଲଗା ଅଟେ। ହେଲଥ ଏକ୍ସପର୍ଟ ଲକ୍ଷଣ ଉପରେ ବିଶେଷ ଧ୍ୟାନ ଦେବାର ଉପଦେଶ ଦେଉଛନ୍ତି କାରଣ ସମୟ ରହିଥିବା ସମୟରେ ଏହାକୁ ବଢ଼ିବାରୁ ଅଟକାଇ ଯାଇପାରିବ।
ଓମିକ୍ରନ ର ଅସାମାନ୍ୟ ଲକ୍ଷଣ:-
ହେଲଥ ଏକ୍ସପର୍ଟଙ୍କ କହିବା ହେଲା ଏପର୍ଯ୍ୟନ୍ତ ଲୋକମାନେ ଓମିକ୍ରନର ବହୁତ ଲକ୍ଷଣ ବିଷୟରେ ଜାଣିସାରିଛନ୍ତି କିନ୍ତୁ ଏକ ଲକ୍ଷଣ ଏମିତି ଅଟେ ଯାହାଉପରେ ଲୋକଙ୍କ ଧ୍ୟାନ ଯାଉନାହିଁ। ଏକ୍ସପର୍ଟ ଲୋକଙ୍କୁ ନିଜ ସ୍କିନ ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ କହିଥିଲେ। ଏହି ଭ୍ୟାରିଏଣ୍ଟ କାରଣରୁ ସ୍କିନ ଉପରେ ରାସେଜ ହୋଇପାରେ। ZOE କୋଭିଡ଼ ଲକ୍ଷଣ ଷ୍ଟଡ଼ି ଆପ ଆନୁସାରେ, ଓମିକ୍ରନ ଦ୍ୱାରା ସଂକ୍ରମିତ ଅଧିକତର ଲୋକେ ସ୍କିନ ଉପରେ ଏକ ଦାଗ ର ଅନୁଭବ କରୁଛନ୍ତି। ଏକ୍ସପର୍ଟଙ୍କ କହିବାହେଲା, ଏହା ଏକ ପ୍ରମୁଖ ଲକ୍ଷଣ ଅଟେ ଓ ଏହାକୁ ବିଲକୁଲ ନଜର ଅନ୍ଦାଜ କରିବା ଉଚିତ ନୁହେଁ।
ଦୁଇପ୍ରକାରର ସ୍କିନ ରାସେଜ:-
ଏକ୍ସପର୍ଟଙ୍କ କହିବାହେଲା ଓମିକ୍ରନରେ ଦୁଇ ଦୁଇ ପ୍ରକାର ସ୍କିନ ରାସେଜ ଦେଖିବାକୁ ମିଳିଥାଏ। ପ୍ରଥମେ ସ୍କିନ ରାସେଜ ବହୁତ ଅଧିକ ଓ ଅଚାନକ ଦେଖା ଦେଇଥାଏ। ଏହା ଛୋଟ ଛୋଟ ହୋଇଥାଏ ଯାହାକି ବହୁତ କୁଣ୍ଡେଇ ହେବାକୁ ଲାଗେ। ସାଧାରଣତଃ ଏହା ହାତ ପାପୁଲି ତଳେ କୁଣ୍ଡେଇ ହେବାକୁ ଲାଗେ। ଦ୍ଵିତୀୟ ପ୍ରକାରର ରାସେଜରେ ଘିମିରି ପରି ଏହା ଶରୀରରେ ବ୍ୟାପି ଯାଇଥାଏ। ଏହାସହ କହୁଣୀ, ଅଣ୍ଟା ଓ ହାତ ଗୋଡ଼ର ସ୍କିନ ଉପରେ ଅଧିକ ଦେଖା ଦେଇଥାଏ।
ଡ଼କ୍ଟର୍ସ ଦେଲେ ଚେତାବନୀ:-
ଲଣ୍ଡନର ଏକ ଡ଼କ୍ଟର ପୂର୍ବରୁ ଚେତାବନୀ ଦେଇଥିଲେ କି, ଓମିକ୍ରନ ସଂକ୍ରମିତ ପିଲାଙ୍କ ଠାରେ ଏହି ରାସେଜ ଦେଖା ଦେଇଥାଏ। ବଡ଼ ଲୋକଙ୍କ ଠାରେ ଏହି ଲକ୍ଷଣ କମ ଦେଖିବାକୁ ମିଳିଛି। ଡ଼କ୍ଟର ଡେଭିଡ଼ ଲୟଡ଼ ଦ ସନକୁ ସୂଚନା ଦେଇଥିଲେ କି, ସେମାନେ ପାଖାପାଖି 15 ପ୍ରତିଶତ ଯୁବାଙ୍କ ଠାରେ ରାସେଜ ଦେଖିବାକୁ ପାଇଛନ୍ତି। ଏହାସହ ଏଥିରେ ଥକାପଣ, ମୁଣ୍ଡବିନ୍ଧା ଓ ଭୋକ ନଲାଗିବା ଭଳି ସମସ୍ୟା ମାନ ଦେଖିବାକୁ ମିଳିଛି। ହେଲଥ ଏକ୍ସପର୍ଟଙ୍କ କହିବାହେଲା ରାସେଜ ସହିତ ଏହି ଲକ୍ଷଣର ପରିଚୟ କରିବା ବହୁତ ଜରୁରୀ ଅଟେ। ଏକ୍ସପର୍ଟଙ୍କ କହିବାହେଲା ଲକ୍ଷଣ ଉପରେ ଧ୍ୟାନ ନଦେଲେ କରୋନା ମାମଲା ବଢ଼ିପାରେ।
ଏହି ଲକ୍ଷଣ ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ:-
କରୋନାର ମୁଖ୍ୟ ଲକ୍ଷଣରେ ଏବେବି ଲଗାତାର କାଶ, ଜ୍ୱର, ଖାଦ୍ୟରେ ସୁଗନ୍ଧ ଚାଲିଯିବା ଭଳି ଲକ୍ଷଣ ଓମିକ୍ରନରେ ଦେଖିବାକୁ ମିଳେନାହିଁ। ଡାଟା ଅନୁସାରେ, ଓମିକ୍ରନ ଭ୍ୟାରିଏଣ୍ଟ କରାଳରେ ପାଖାପାଖି 48 ଘଣ୍ଟା ମଧ୍ୟରେ ଲକ୍ଷଣ ନଜର ଆସିଥାଏ। ଏଥିରେ ନାକରୁ ପାଣି ବାହାରିବା, ଗଳା ବସିଯିବା, ମୁଣ୍ଡବିନ୍ଧା, ଥକାପଣ ଭଳି ଲକ୍ଷଣ ମାନ ରହିଛି। ଏହାସହ ପିଠିର ତଳ ଭାଗରେ ଯନ୍ତ୍ରଣା, ମାଂସପେଶୀରେ ଯନ୍ତ୍ରଣା ଓ ରାତିରେ ଝାଳ ବାହାରିବା ମଧ୍ୟ ଓମିକ୍ରନର ଖାଆସ ଲକ୍ଷଣ ଅଟେ। ଯେଉଁମାନେ ଏପର୍ଯ୍ୟନ୍ତ ଭ୍ୟାକ୍ସିନ ଲଗାଇ ନାହାଁନ୍ତି ସେମାନଙ୍କ ଠାରେ ଏହି ରୋଗ ଗମ୍ଭୀର ହୋଇପାରେ।