ଭୁଶୁଡିଲା ସୁଦାନ ସୁନା ଖଣି : ଖଣି ତଳେ ଚାପି ହୋଇ ଚାଲିଗଲା ୩୮ ଶ୍ରମିକଙ୍କ ଜୀବନ,ଆହୁରି ବଢ଼ିପାରେ ମୃତ୍ୟୁ ସଂଖ୍ୟା !

0

Get real time updates directly on you device, subscribe now.

ସୁଦାନର ପଶ୍ଚିମ କୋର୍ଡୋଫାନ ଅଞ୍ଚଳରେ ଥିବା ଏକ ସୁନା ଖଣିରେ ବଡ଼ ଧରଣର ଅଘଟଣ ଘଟିଛି। ସୁନା ଖଣି ମଧ୍ୟରେ ଶ୍ରମିକମାନେ ରହି କାର୍ଯ୍ୟ କରୁଥିବା ସମୟରେ ହଠାତ ଖଣିର କିଛି ଅଂଶ ଭୁଶୁଡ଼ି ପଡ଼ିବା ଫଳରେ ମାଟି ତଳେ ଚାପି ହୋଇ ରହିଥିବା ୩୮ଜଣ ଶ୍ରମିକଙ୍କର ଜୀବନ ଚାଲିଯାଇଛି।

ତେବେ ଏହି ଅଞ୍ଚଳକୁ ନିଷେଧ କରାଯାଇଥିଲେ ମଧ୍ୟ ସ୍ଥାନୀୟ ଖଣି ମାଲିକମାନେ ଏହାକୁ ଖୋଲିବାକୁ ଶ୍ରମିକ ଲଗାଇଥିଲେ। ଫଳରେ ଏପରି ଅଘଟଣ ଘଟିଥିବା ସୁଦାନ ସରକାରଙ୍କ ତରଫରୁ କୁହାଯାଇଛି।

ରାଜଧାନୀ ଖର୍ତୁମ ଠାରୁ ଦକ୍ଷିଣରେ ପ୍ରାୟ ୭୦୦ କିଲୋମିଟର ଦୂରରେ ଫୁଜ ନାମକ ଗାଁରେ ଏହି ଦୁର୍ଘଟଣା ଘଟିଛି। ସୁଦାନ ସରକାରଙ୍କ ତରଫରୁ ସୂଚନା ଦିଆଯାଇ କୁହାଯାଇଛି। ଉକ୍ତ ସୁନା ଖଣିଟି ବନ୍ଦ ପଡ଼ିଥିଲା। ଏକ ସରକାରୀ କମ୍ପାନୀ ଦ୍ୱାରା ଏହି ଖଣି ପରିଚାଳିତ ହେଉଥିଲା। କିନ୍ତୁ ବର୍ତ୍ତମାନ ଅନୁମତି ନ ଥିବା ସତ୍ତ୍ବେ ଏହା ଭିତରେ କାର୍ଯ୍ୟ କରାଯାଉଥିବା ତାହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

ଖଣି ମଧ୍ୟରେ କେତେକ ଲୋକ ଫସି ରହିଥିବାରୁ ମୃତକଙ୍କର ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ଉଦ୍ଧାରକାରୀ ଦଳ ପହଞ୍ଚି ସେଠାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। କେବେଠାରୁ ଖଣିଟିକୁ ବନ୍ଦ କରିଦିଆଯାଇଥିଲା, ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ।

Leave A Reply

Your email address will not be published.