ଏବେ ସପ୍ତାହକୁ ମାତ୍ର ୪ ଦିନ ଖୋଲା ରହିବ ଅଫିସ୍‌, ୩ ଦିନ ମିଳିବ ଛୁଟି,ଜାଣନ୍ତୁ କେବେଠାରୁ ଲାଗୁ ହେବ ଏହି ନିୟମ !

0

Get real time updates directly on you device, subscribe now.

ନୂଆ ଶ୍ରମ ଆଇନ ନିୟମକୁ ସରକାର ଲାଗୁ କରିବାକୁ ଯାଉଛନ୍ତି। ସରକାର ଏହାକୁ ଲାଗୁ କରିବା ପୂର୍ବରୁ ଏହାକୁ ନେଇ ଲୋକମାନଙ୍କୁ ସଚେତନ କରୁଛନ୍ତି। କାମ କରିବା ସମୟ ଠାରୁ ଆରମ୍ଭ କରି ଦରମା ପାଇବା ପର୍ଯ୍ୟନ୍ତ ସବୁ ନିୟମରେ ପରିବର୍ତ୍ତନ ହେବା ପାଇଁ ଯାଉଛି

ଏହାକୁ ଏପ୍ରିଲ ୧ତାରିଖରୁ ଲାଗୁ କରାଯିବାର ପ୍ଲାନ ଥିଲା। ପରେ ଜୁଲାଇ ମାସରେ ହେବ ବୋଲି ନିଷ୍ପତ୍ତି ମଧ୍ୟ ନିଆଯାଇଥିଲା। ଏହାପରେ ପୁଣି ଅକ୍ଟୋବର ୧ ତାରିଖରେ ନିୟମକୁ ଲାଗୁ କରାଯିବ ବୋଲି କୁହାଗଲା। ବର୍ତ୍ତମାନ ନୂଆ ବର୍ଷରେ ଏହି ନିୟମକୁ ଲାଗୁ କରାଯିବ ବୋଲି ଆଶା କରାଯାଉଛି।

ନୂଆବର୍ଷରୁ ଅଫିସ କର୍ମଚାରୀମାନଙ୍କ ପାଇଁ ଦରମାକୁ ନେଇ ବଡ଼ ପରିବର୍ତ୍ତନ ହେବା ପାଇଁ ଯାଉଛି। କର୍ମଚାରୀଙ୍କର ଟେକ ହୋମ ସ୍ୟାଲେରୀକୁ କମ କରାଯିବ ବୋଲି କୁହାଯାଉଛି। ଏହା ବ୍ୟତିତ କାମକୁ ନେଇ ଘଣ୍ଟା, ଓଭରଟାଇମ, ବ୍ରେକ ଟାଇମକୁ ନେଇ ନୂଆ ଲେବର କୋଡ଼ ମଧ୍ୟ ପ୍ରାବଧାନ କରାଯିବ।

ସରକାର ୨୯ ଶ୍ରମ ଆଇନକୁ ମିଶାଇ ୪ ନୂଆ ୱେଜ କୋଡ଼ ପ୍ରସ୍ତୁତ କରିଛନ୍ତି। ସଂସଦ ଅଗଷ୍ଟ ୨୦୧୯ ମସିହାରେ ୩ ଲେବର କୋଡ ଇଣ୍ଡଷ୍ଟ୍ରିୟାଲ ରିଲେସନ, କାମର ସୁରକ୍ଷା, ହେଲ୍ଥ ଏବଂ ଓ୍ଵାର୍କିଂ କଣ୍ଡିସନ୍‌ ଏବଂ ସୋସିଆଲ ସିକ୍ୟୁରିଟି ସହ ଜଡ଼ିତ କିଛି ନିୟମରେ ମଧ୍ୟ ପରିବର୍ତ୍ତନ କରିଥିଲେ। ଏହା ସେପ୍ଟେମ୍ବର ୨୦୨୦ ମସିହାରେ କରଯାଇଥିଲ।

ସେହି ୪ଟି କୋଡ଼ ହେଉଛି:-

– କୋଡ଼ ଅନୱେଜେସ

– ଇଣ୍ଡଷ୍ଟ୍ରିଆଲ ରିଲେସନ କୋଡ଼

– ଅକ୍ୟୁପେସନାଲ ସେଫ୍ଟି ଆଣ୍ଡ ହେଲ୍ଥ

– ସୋସିଆଲ ସିକ୍ୟୁରିଟି କୋଡ଼

ସୁଚନା ଅନୁସାରେ ଏହି ସମସ୍ତ କୋଡ଼କୁ ଏକାଥରେ ଲାଗୁ କରାଯିବ। Wage Code Act ୨୦୧୯ ଅନୁସାରେ କୌଣସି କର୍ମଚାରୀମାନଙ୍କର ବେସିକ ସ୍ୟାଲେରୀ କମ୍ପାନୀ (Cost To Company –CTC)ର ୫୦ ପ୍ରତିଶତରୁ କମ ହେବ ନାହିଁ। ବର୍ତ୍ତମାନ ଅନେକ କମ୍ପାନୀ ବେସିକ ସ୍ୟାଲେରୀକୁ କମ କରି ଏହା ଉପରେ ଭତ୍ତା ଅଧିକ ଦେଇଥାନ୍ତି।ଏହାଦ୍ୱାରା କମ୍ପାନୀ ଉପରେ ପ୍ରେସର ମଧ୍ୟ କମ ପଡ଼ିବ।

ନୂଆ ଡ୍ରାଫ୍ଟ ନିୟମ ଅନୁସାରେ ୧୫ ରୁ ୩୦ ମିିନିଟ ମଧ୍ୟରେ ଅତିରିକ୍ତ କାମକୁ ମଧ୍ୟ ୩୦ ମିନିଟ ଗଣାଯାଇ ଓଭରଟାଇମରେ ସାମିଲ କରାଯାଇପାରିବ। ଏହା ସହ ୩୦ ମିନିଟରୁ କମ ସମୟ ହୋଇଥିଲେ ଏହାକୁ ଓଭରଟାଇମରେ ଅନ୍ତର୍ଭୁକ୍ତ କରାଯିବା ନାହିଁ। ଏହି ନିୟମରେ କୌଣସି କର୍ମଚାରୀ ଲଗାତାର ଭାବରେ ୫ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ କାର୍ଯ୍ୟ କରିହେବେ ନାହିଁ। ଏହାରି ମଧ୍ୟରେ ୩୦ ମିନିଟର ବ୍ରେକ ମଧ୍ୟ ଦିଆଯିବ। ଏହାସହ ବାର୍ଷିକ ଛୁଟିକୁ ବଢ଼ାଯାଇ ୨୪୦ ରୁ ୩୦୦ ମଧ୍ୟ କରାଯିବ। ପିଏଫ ସହ ଗ୍ରାଚୁଇଟିକୁ ମଧ୍ୟ ବଢ଼ିଯିବ। ଅର୍ଥାତ ଟେକ ହୋମ ସ୍ୟାଲେରୀ କମିଗଲେ ମଧ୍ୟ ରିଟାୟାର୍ମେଣ୍ଟ ସମୟରେ ଅଧିକ ଟଙ୍କା ମିଳିପାରିବ।

Leave A Reply

Your email address will not be published.