ଅପେକ୍ଷାର ଅନ୍ତ ହେବାପାଇଁ ଯାଉଅଛି। ବହୁତ ଶୀଘ୍ର ଆପଣଙ୍କୁ ୫ଜି ସେବା ମିଳିବାକୁ ଯାଉଅଛି। ଆପଣଙ୍କର ଏହି ସେବା ଆସନ୍ତା ୨୦୨୨ ମସିହାରେ ଆରମ୍ଭ ହେବାପାଇଁ ଯାଉଛି। ବହୁତ ଲମ୍ବା ସମୟ ଧରି ଲୋକମାନେ ୫ଜି ନେଟଓ୍ଵାର୍କକୁ ଅପେକ୍ଷା କରି ରହିଥିଲେ। ଯାହାର ଅପେକ୍ଷା ଆସନ୍ତା ୨୦୨୨ ମସିହାରେ ଶେଷ ହେବାପାଇଁ ଯାଉଛି। ୫ଜି ସେବାର ଶୁଭାରମ୍ଭ ଦେଶର ୧୩ଟି ପ୍ରମୁଖ ସହରରେ ପ୍ରଥମେ କରାଯିବ।
ସରକାର ଦେଶର ୧୩ଟି ପ୍ରମୁଖ ସହରରେ ଏହି ସେବାକୁ ପ୍ରଥମେ ଲଞ୍ଚ କରିବେ ବା କାର୍ଯ୍ୟକାରୀ ହେବ। ଏହି ୧୩ଟି ସହର ମଧ୍ୟରୁ ଦେଶର ଚାରୋଟି ମେଟ୍ରୋ ସହର ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇ ସାମିଲ ଅଛି। ଏହି ମହାନଗର ବ୍ୟତୀତ ଗୁରୁଗ୍ରାମ, ଚଣ୍ଡିଗଡ, ଲକ୍ଷ୍ନୌ, ପୁନେ, ବାଙ୍ଗାଲୁରୁ, ଜାମନଗର, ଅହମ୍ମଦାବାନ, ଗାନ୍ଧୀନଗର ଓ ହାଇଦ୍ରାବାଦ ମଧ୍ୟ ସାମିଲ ଅଛି।
ଦୂରସଞ୍ଚାର ବିଭାଗ ସ୍ପଷ୍ଟ କରିଛିଯେ ୨୦୨୨ ମସିହାରେ ହିଁ ଦେଶରେ ୫ଜି ସେବାକୁ ଲଞ୍ଚ କରିଦିଆଯିବ। ଦେଶର ଯେଉଁ ୧୩ଟି ସହରରେ ୨୦୨୨ ମସିହାରେ ୫ଜି ସେବାକୁ ଲଞ୍ଚ୍ କରିବା ପାଇଁ ମନୋନିତ କରାଯାଇଛି। ସେଠାରେ ପୂର୍ବରୁ ଟେଲିକମ କମ୍ପାନୀ ଟ୍ରାଏଲ ରୂପରେ ୫ଜି ସର୍ଭିସେଜର ଟେଷ୍ଟିଙ୍ଗ କରୁଛି। କେବଳ ଏତିକି ନୁହେଁ ଟେଲିକମ୍ କମ୍ପାନୀଙ୍କ ନିକଟରେ ସମ୍ପୂର୍ଣ୍ଣ ଭାବରେ ସେବା ଆରମ୍ଭ କରିବା ପାଇଁ ପର୍ଯ୍ୟାପ୍ତ ଇନଫ୍ରାଷ୍ଟ୍ରକଚର ମଧ୍ୟ ରହିଛି।
ଲଞ୍ଚ ହେବା ପରେ ୫ଜି ସେବା ଯଦି ସଫଳ ହୁଏ ତେବେ ଏହି ସହରରେ ଅଧିକ ଜନସଂଖ୍ୟାଙ୍କ ପାଖରେ ଏହି ସେବାକୁ ପହଁଚାଯିବ। ରିପୋର୍ଟ ମୁତାବିକ ୫ଜି ସେବାର ନୂଆ ସ୍ପେକ୍ଟ୍ରମର ନିଲାମୀ ମାର୍ଚ୍ଚ-ଏପ୍ରିଲ ୨୦୨୨ ମସିହାରେ ହେବ। ଏବଂ ଏହାପରେ ୫ଜି ନେଟଓ୍ଵାର୍କକୁ ଲଞ୍ଚ କରାଯିବ। ସ୍ପେକ୍ଟ୍ରମର ଦାମକୁ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ବୟାନ ସାମ୍ନାକୁ ଆସିନାହିଁ। ଯଦି ସ୍ପେକ୍ଟ୍ରର ଦାମ ଅଧିକ ହେବ ତେବେ ୫ଜିର ପ୍ଲାନ ମଧ୍ୟ ଅଧିକ ହେବ।
ଆପଣଙ୍କୁ ଜଣାଇବାକୁ ଚାହିଁବୁକି ଭାରତୀୟ ବଜାରରେ ଗତ ଦୁଇ ବର୍ଷ ମଧ୍ୟରେ ପ୍ରାୟ ୧୦୦ରୁ ଅଧିକ ୫ଜି ସ୍ମାର୍ଟଫୋନ ଲଞ୍ଚ ହୋଇଛି। ଏହାବ୍ୟତୀତ ଅନ୍ୟ ୫ଜି ଡିଭାଇସ ମଧ୍ୟ ବର୍ତ୍ତମାନ ବଜାରରେ ମହଜୁଦ ରହିଛି। ବର୍ତ୍ତମାନ କେବଳ ୫ଜିର ଲଞ୍ଚିଙ୍ଗକୁ ନେଇ ଅପେକ୍ଷା କରାଯାଇଛି।