ଆଶ୍ଚର୍ଯ୍ୟଜନକ ଭିଡିଓ : ଲୋକମାନେ ଜଙ୍ଗଲ ସଫାରି ମଧ୍ୟରେ ଥାଇ LIVE ଦେଖିଲେ ବାଘର ଆକ୍ରମଣ ! ଦେଖନ୍ତୁ କେମିତି ଲମ୍ପ ମାରି ଶିକାର କରୁଛି ବାଘ !
Tiger Attacks Dog Live Video: ଜଙ୍ଗଲରେ, ସିଂହ, ଚିତା, ବାଘ ପରି ଭୟାନକ ପ୍ରାଣୀ ସେମାନଙ୍କର କ୍ଷୁଧା ମେଣ୍ଟାଇବା ପାଇଁ ଛୋଟ ଆଉ ଦୁର୍ବଳ ପ୍ରାଣୀମାନଙ୍କୁ ଆକ୍ରମଣ କରିଥାନ୍ତି,ଭାରତରେ ଅନେକ ବଡ ବଡ ଜାତୀୟ ଉଦ୍ୟାନ ସବୁ ଅଛି,ଯେଉଁଠି ଜଙ୍ଗଲ ସଫାରି କରାଯାଏ,ବଡ ପାର୍କରେ କେତେ ସାରା ଜଙ୍ଗଲୀ ଜନ୍ତୁ ମଧ୍ୟ ଥାନ୍ତି, ଯେଉଁଠି ଆମେ ତାଙ୍କୁ ଲାଇଭି ମଧ୍ୟ ଦେଖି ପରୁଥାଉ,ସୋସିଆଲ ମେଡ଼ିଆ ରେ ବର୍ତମାନ ଗୋଟେ ଭିଡିଓ ଭାଇରାଲ ହେବାରେ ଲାଗିଛି,ଯେଉଁଠି ଗୋଟେ ବାଘ ଜଙ୍ଗଲ ସଫାରି କରୁଥିବା ଲୋକଙ୍କ ସାମ୍ନା ରେ ଲାଇଭି ଶିକାର କଲା,ସଫାରି କରୁଥିବା ଲୋକମାନଙ୍କ ମଧ୍ୟରୁ ଜଣେ ତାଙ୍କ କ୍ୟାମେରାରେ ଏହି ଘଟଣାକୁ କଏଦ କରିଥିଲେ, ଲାଇଭି ଶିକାର ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ |
ନ୍ୟାସନାଲ ପାର୍କରେ ସଫାରି ସମୟରେ ଦେଖିଲେ ଲାଇଭ୍ ଆକ୍ରମଣ :-
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଯେତେବେଳେ କିଛି ଲୋକ ରଣଥମ୍ବୋର ଜାତୀୟ ଉଦ୍ୟାନରେ ଜଙ୍ଗଲ ସଫାରି କରିବା ପାଇଁ ଜିପ୍ ରେ ଜଙ୍ଗଲ ଭିତରେ ପହଞ୍ଚିଲେ, ସେମାନେ ଏପରି ଏକ ଘଟଣା ଦେଖିଲେ ଯାହାକୁ ସେମାନେ କେବେବି ଭୁଲି ପାରିବେ ନାହିଁ, ସଫାରି ସମୟରେ ଲୋକମାନେ ଦୁଇ-ତିନୋଟି ଜିପ୍ରେ ଠିଆ ହୋଇ ନିକଟସ୍ଥ ପଶୁମାନଙ୍କୁ ଦେଖୁଥିଲେ, କିନ୍ତୁ
ସେହି ସମୟରେ ଗୋଟିଏ କୁକୁର ଦୌଡ଼ିକି ଆସି ଜିପ୍ ପଛରେ ଲୁଚିଗଲା |
ହେଲେ ବାଘର ନଜର ସେହି କୁକୁର ଉପରେ ହିଁ ଥିଲା, କୁକୁରଟି ସେଠାରୁ ଖସିଯିବା ପାଇଁ ଆଗକୁ ଯିବା ମାତ୍ରେ ବାଘଟି ତାକୁ ପଛପଟୁ ଜାବୁଡି ଧରିଥିଲା, ଭୋକିଲା ବାଘଟି ଝପଟ୍ କରିକି କୁକୁର କୁ ନିଜ ଶିକାର ବନେଇଲା,ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଜଙ୍ଗଲ ସଫାରି କରିବାକୁ ଆସିଥିବା ଲୋକଙ୍କ ସାମ୍ନାରେ ଲାଇଭି ଶିକାର ହେଲା, ଯାହାକୁ ସମସ୍ତେ ଦେଖିଥିଲେ |
Tiger kills dog inside R'bhore. In doing so it is exposing itself to deadly diseases such as canine distemper that can decimate a tiger population in no time. Dogs have emerged as a big threat to wildlife. Their presence inside sanctuaries needs to be controlled @ParveenKaswan pic.twitter.com/t7qDR1MvNl
— Anish Andheria (@anishandheria) December 27, 2021
ଟ୍ୱିଟରରେ ଭିଡିଓ ସେୟାର କରିଥିବା ବ୍ୟକ୍ତି ଏହି ଚିନ୍ତା ଦର୍ଶାଇ କହିଛନ୍ତି
ଏହି ଭିଡିଓ ଅନିଶ ଆଣ୍ଡେରିଆ ଟ୍ୱିଟରରେ ସେୟାର କରିଛନ୍ତି। ଭିଡିଓ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ‘ବାଘଟି ରଣମ୍ବୋର ଭିତରେ କୁକୁରକୁ ଶିକାର କରିଦେଲା । ଏହା କରିବା ଦ୍ଵାରା ଏହା ନିଜକୁ ମାରାତ୍ମକ ରୋଗରେ ଆକ୍ରାନ୍ତ କରେ ଯେପରିକି କଏନ୍ ଡିଷ୍ଟମର୍ ଯାହା ଟାଇଗର ଜନସଂଖ୍ୟାକୁ ବିନାଶ କରିପାରେ | କୁକୁରମାନେ ବନ୍ୟଜନ୍ତୁଙ୍କ ପାଇଁ ଏକ ବଡ଼ ବିପଦ ଭାବରେ ଉଭା ହୋଇଛନ୍ତି। ଅଭୟାରଣ୍ୟ ଭିତରେ ସେମାନଙ୍କ ଉପସ୍ଥିତିକୁ ନିୟନ୍ତ୍ରଣ କରିବାର ଆବଶ୍ୟକତା ଅଛି | ତାଙ୍କ କ୍ୟାପସନରେ ସେ ଆଇଏଫଏସ ଅଧିକାରୀ ପ୍ରବୀଣ କାସୱାନଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି।