ଜାନୁୟାରୀ ୩ ତାରିଖରୁ ପ୍ରଥମରୁ ପଞ୍ଚମ ଶ୍ରେଣୀଙ୍କ ପିଲାଙ୍କର ଖୋଲିବ ସ୍କୁଲ,ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାସଙ୍କ ବଡ ଘୋଷଣା ! ଜାଣନ୍ତୁ କଣ କଣ ସବୁ ଗାଇଡଲାଇନ ରହିଛି !

0

Get real time updates directly on you device, subscribe now.

କରୋନା ମହାମାରୀ କାରଣରୁ ଅନେକ ଦିନ ଧରି ସ୍କୁଲ ବନ୍ଦ ରହିଥିବା ସମୟରେ ଆସନ୍ତା ଜାନୁୟାରୀ ୩ ତାରିଖରୁ ସ୍କୁଲ ଖୋଲିବା ପାଇଁ ଯାଉଛି। ଏଥର ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ର-ଛାତ୍ରୀମାନେ ସ୍କୁଲକୁ ଯାଇ ଶ୍ରେଣୀଗୃହରେ ଶିକ୍ଷା ଲାଭ କରିବେ। ଏ ବିଷୟରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି। ବିଗତ ଦିନରେ ସ୍କୁଲ ବନ୍ଦ ରଖା ଯାଇଥିବା ସମୟରେ ଅନଲାଇନ ମାଧ୍ୟମରେ ପାଠପଢା ଚାଲିଥିଲା। କରୋନାର ଦାଉ କମିବା ପରେ ଧୀରେ ଧୀରେ ବିଭିନ୍ନ ଶ୍ରେଣୀର ପିଲାମାନଙ୍କ ପାଇଁ ସରକାର ସ୍କୁଲରେ ପାଠପଢା ଖୋଲୁଛନ୍ତି।

ପ୍ରଥମେ କଲେଜ ଓ ୟୁନିଭର୍ସିଟି ଖୋଲିଲା ଓ ନବମ ଦଶମ ଶ୍ରେଣୀଙ୍କ ପାଇଁ ମଧ୍ୟ ଆରମ୍ଭ ହେଲା ପାଠପଢା। ଆଉ ତା’ପରେ ଷଷ୍ଠ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମଧ୍ୟ ସ୍କୁଲ ଆରମ୍ଭ ହେଲା ପାଠପଢା। କିନ୍ତୁ ପ୍ରଥମ ରୁ ପଞ୍ଚମ ଶ୍ରେଣୀଗୃହ ପାଠପଢା ଆରମ୍ଭ କରିବା ପାଇଁ ଗଣଶିକ୍ଷା ମନ୍ତ୍ରୀ ବଡ ଘୋଷଣା କରିଛନ୍ତି। ବର୍ତ୍ତମାନ ରାଜ୍ୟରେ ପାଖାପାଖି ୨୭ ହଜାର ସ୍କୁଲ ଖୋଲିବ ଓ ସମସ୍ତେ ସ୍କୁଲକୁ ଯାଇ ପାଠ ପଢିପାରିବେ।

ଅନଲାଇନ ମାଧ୍ୟମରେ ଯେଉଁ ପିଲାମାନେ ପାଠ ପଢୁଥିଲେ ଅନେକ ସମୟରେ ସେମାନଙ୍କୁ ସମସ୍ଯାର ସାମ୍ନା ହେବାକୁ ପଡୁଥିଲା। ଅନେକ ପିଲା ଅନଲାଇନ ମାଧ୍ୟମରେ ପାଠ ପଢିବାକୁ ସକ୍ଷମ ହୋଇପାରୁନଥିଲେ। ବର୍ତ୍ତମାନ ପିଲାମାନଙ୍କର ଏହି ସମସ୍ତ ସମସ୍ଯାର ସମାଧାନ ହୋଇଯିବ ଓ ଯେଉଁମାନଙ୍କ ପାଇଁ ଅନଲାଇନ ପାଠପଢା ସମ୍ଭବ ହୋଇପାରୁ ନଥିଲା ସେମାନେ ମଧ୍ୟ ବର୍ତ୍ତମାନ ସହଜରେ ପାଠ ପଢିପାରିବେ। ତେବେ ଛାତ୍ର-ଛାତ୍ରୀମାନେ ଯେପରି କୋଭିଡ ସମ୍ବନ୍ଧିତ ସମସ୍ତ ନିୟମକୁ ପାଳନ କରିବେ ସେଥିପାଇଁ ବିଶେଷ ଧ୍ୟାନ ଦିଆଯିବ ।

ପିଲାମାନେ ମାସ୍କ ପିନ୍ଧିବା, ହାତ ସାନିଟାଇଜ କରିବା ଓ ଶ୍ରେଣୀଗୃହରେ ଦୂରତା ରକ୍ଷା କରି ବସିବା ଆଦି ସବୁ ନିୟମକୁ କଡାକଡି ଭାବରେ ପାଳନ କରିବେ। ଏହା ସହିତ ନିୟମିତ ଶ୍ରେଣୀଗୃହକୁ ମଧ୍ୟ ସାନିଟାଇଜ କରାଯିବ। ତେବେ ବର୍ତ୍ତମାନ ପାଇଁ କେବଳ ସକାଳ ୯ଟା ରୁ ଦିନ ୧୨ଟା ପର୍ଯ୍ୟନ୍ତ ପିଲାଙ୍କର କ୍ଳାସ କରାଯିବ। ଓ ତା’ପରେ ସେମାନଙ୍କୁ ଛୁଟି ଦିଆଯିବ। ତେବେ ଅନେକ ସ୍ଥାନରେ ଆସନ୍ତା ୫ ତାରିଖ ରୁ ୧୦ ତାରିଖ ପର୍ଯ୍ୟନ୍ତ ଦଶମ ଶ୍ରେଣୀ ପରୀକ୍ଷା ଅନୁଷ୍ଠିତ ହେବା ପାଇଁ ଯାଉଛି।

ଯେଉଁ ସ୍କୁଲମାନଙ୍କରେ ଏହି ପରୀକ୍ଷା ହେବ ସେଠାରେ ସେହି ସମୟରେ ଅନ୍ୟ କ୍ଳାସ ଗୁଡିକୁ ସ୍ଥଗିତ ରଖାଯିବ। ତେବେ ଏହି ସମୟରେ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି କୌଣସି ସରକାରୀ ସ୍କୁଲରେ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବ ନାହିଁ। ତେବେ ଦୀର୍ଘ ଦିନ ଧରି ଘରେ ରହିବା ପରେ ସ୍କୁଲ ଖୋଲିବାକୁ ନେଇ ଅନେକ ଛାତ୍ର-ଛାତ୍ରୀ ନିଶ୍ଚିତ ଭାବରେ ଖୁସି ହେଉଛନ୍ତି।

Leave A Reply

Your email address will not be published.