Divorce ପରେ ପୁଣି ଏକାଠି ହେଲେ ନାଗା-ସମନ୍ଥା !

0

Get real time updates directly on you device, subscribe now.

ସାଉଥର ସୁପରହିଟ ଯୋଡି ସମନ୍ଥା ଓ ନାଗା ଚୈତନ୍ୟ ପୁଣି ଏକାଠି ହେଲେ। ଛାଡପତ୍ର ପରେ ଦୁଇଜଣ ପ୍ରଥମଥର ପାଇଁ ଏକାଠି ହୋଇଛନ୍ତି। ନିକଟରେ ସମନ୍ଥା ଓ ନାଗା ଚୈତନ୍ୟ ପରସ୍ପରଠାରୁ ଛାଡପତ୍ର ନେବେ ବୋଲି ଘୋଷଣା କରିଥିଲେ। ଏହି ଖବର ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକମାନଙ୍କୁ ବଡ ଝଟକା ଦେଇଥିଲା।

ଦୁହେଁ ଛାଡପତ୍ର ଘୋଷଣା କରିବା ପରେ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। ଏପରିକି ସେମାନଙ୍କୁ କୌଣସି ସ୍ଥାନରେ ଏକାଠି ଦେଖିବାକୁ ମଧ୍ୟ ମିଳିନଥିଲା। କିନ୍ତୁ ନିକଟରେ ଦୁହିଁଙ୍କୁ ଗୋଟିଏ ସ୍ଥାନରେ ଦେଖିବା ପାଇଁ ମିଳିଥିଲା। ହାଇଦ୍ରାବାଦର ରାମନାଇଡୁଙ୍କ ଷ୍ଟୁଡିଓରେ ସାମନ୍ଥା ଏବଂ ନାଗା ଚୈତନ୍ୟ ସ୍ପଟ ହୋଇଥିଲେ।

ଖବର ଅନୁସାରେ, ଗତ ସପ୍ତାହରେ ସମନ୍ଥା ଓ ନାଗା ଚୈତନ୍ୟ ନିଜ ନିଜ ଫିଲ୍ମର ଶୁଟିଂ ପାଇଁ ହାଇଦ୍ରାବାଦର ରାମାନାଇଡୁଙ୍କ ଷ୍ଟୁଡିଓ ପହଞ୍ଚିଥିଲେ। ଦୁହେଁ ସେମାନଙ୍କର ଫିଲ୍ମର ସୁଟିଂ ହେତୁ ଏଠାକୁ ଆସିଥିଲେ। ନାଗା ତାଙ୍କ ଫିଲ୍ମ ‘ବଙ୍ଗାରରାଜୁ’ର ସୁଟିଂ ପାଇଁ ସେଠାରେ ପହଞ୍ଚିଥିବାବେଳେ ସାମନ୍ଥା ତାଙ୍କ ଫିଲ୍ମ’ ଯଶୋଦା’ର ସୁଟିଂ ପାଇଁ ସେଠାରେ ପହଞ୍ଚିଥିଲେ। ହେଲେ ଏଠାରେ ପରସ୍ପର ଭେଟାଭେଟି ହେବା ପରେ ଉଭୟ ଦୂରେଇ ଯାଇଥିଲେ। ଏପରିକି ପରସ୍ପର ଠାରୁ ଲୁଚିବାକୁ ମଧ୍ୟ ଚେଷ୍ଟା କରିଥିଲେ।

ନାଗା-ସାମନ୍ଥା ହୁଏତ ଗୋଟିଏ ସ୍ଥାନରେ ଉପସ୍ଥିତ ଥିଲେ। କିନ୍ତୁ ଉଭୟ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ କୌଣସି ବାର୍ତ୍ତାଳାପ ମଧ୍ୟ ହୋଇନଥିଲା। ସୁଟିଂ ପରେ ଉଭୟ ନିଜ ନିଜର ଗାଡିରେ ବସି ସେହି ସ୍ଥାନ ଛାଡି ଚାଲିଯାଇଥିଲେ। ଛାଡପତ୍ର ଘୋଷଣା ପରେ ଦୁହେଁ ଭଲ ବନ୍ଧୁ ହୋଇ ରହିବେ ବୋଲି କହିଥିଲେ। କିନ୍ତୁ ବର୍ତ୍ତମାନ ଏମାନଙ୍କୁ ଦେଖିଲା ପରେ ଏଭଳି କିଛି ଥିଲା ଭଳି ମନେ ହେଉନାହିଁ।

ସୂଚନା ଅନୁସାରେ, ଅକ୍ଟୋବର ୨ ତାରିଖରେ ନାଗା ଚୈତନ୍ୟ ଓ ସାମନ୍ଥା ଛାଡପତ୍ର ନେବେ ବୋଲି ଘୋଷଣା କରିଥିଲେ। ସମନ୍ଥା ଓ ନାଗା ୩ ବର୍ଷ ଧରି ପରସ୍ପରକୁ ଡେଟ କରିବା ପରେ ୨୦୧୭ ମସିହାରେ ବିବାହ କରିଥିଲେ। ତେବେ ବିବାହର ୪ ବର୍ଷ ପୂର୍ତ୍ତି ହେବା ପୂର୍ବରୁ ଏହି ଦମ୍ପତ୍ତି ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। ସମନ୍ଥା ନିଜର ସରନେମ୍‌ରୁ ଅକ୍କିନେନି ମଧ୍ୟ ହଟାଇ ଦେଇଥିଲେ।

Leave A Reply

Your email address will not be published.