ରିଲାଏନ୍ସ ଜିଓ ନିଜର ଗ୍ରାହକମାନଙ୍କୁ ସତର୍କ କରାଇଛି। ଇ-କେଓ୍ଵାସୀର ସ୍କାମକୁ ନେଇ ଜିଓ ନିଜର ଗ୍ରାହକମାନଙ୍କ ପାଇଁ ସତର୍କ ସୂଚନା ଜାରି କରିଛି। ଦେଶର ସବୁଠାରୁ ବଡ ଦୂରସଞ୍ଚାର ସେବା ପ୍ରଦାନ କରୁଥିବା ଟେଲିକମ କମ୍ପାନୀ ମଧ୍ୟରୁ ଅନ୍ୟତମ ଥିବା କମ୍ପାନୀ ଜିଓ ନିଜର ଗ୍ରାହକମାନଙ୍କୁ ଠକାମୀକୁ ନେଇ ସତର୍କ କରାଇଛି। ଜିଓ ନିଜର ଗ୍ରାହକମାନଙ୍କୁ ସତର୍କ କରାଇବା ସହିତ ଏହି ୬ଟି ଗୁରୁତ୍ୱପୂର୍ଣ୍ଣ କାମକୁ ନ କରିବା ପାଇଁ କହିଛି। ତେବେ ଜାଣନ୍ତୁ ଜିଓ କଣ କହିଛି ଏବଂ କାହିଁକି?
ଇ-କେଓ୍ଵାସି ଭେରିଭିକେସନ ପାଇଁ କୌଣସି କଲ କିମ୍ବା ମେସେଜର ଉତ୍ତର ଦିଅନ୍ତୁନାହିଁ:-
ଯଦି ଭେରିଫିକେସନକୁ ନେଇ କୌଣସି ଅଜଣା ନମ୍ବର ରୁ କଲ କିମ୍ବା ମେସେଜ ଆସିଥାଏ ତେବେ ସେହି ଫୋନକୁ ଅଣଦେଖା କରନ୍ତୁ। ଫୋନର ଉତ୍ତର ଦିଅନ୍ତୁନାହିଁ।
ଜମାବି ଭେରିଫିକେସନ ପାଇଁ କୌଶସି ବି ଆପ ଡାଉନଲୋଡ କରନ୍ତୁନାହିଁ:-
ଜିଓ ସୂଚିତ କରାଇଛି ଯେ କେଓ୍ଵାସି/ଆଧାର ବିବରଣକୁ ଅପଡେଟ କରିବା ପାଇଁ କୌଣସି ପ୍ରକାର ଆପକୁ ଡାଉନଲୋଡ କରନ୍ତୁନାହିଁ। ଜିଓ ଜଣାଇଛନ୍ତି କେବେବି କମ୍ପାନୀ ତାର ଗ୍ରାହକମାନଙ୍କୁ କୌଣସି ଥାର୍ଡ ପାର୍ଟି ଆପକୁ ଡାଉନଲୋଡ କରିବା ପାଇଁ କହି ନଥାଏ। କଲ ଓ ମେସେଜ ପ୍ରତି ଯଥେଷ୍ଟ ସତର୍କ ରୁହନ୍ତୁ। ନଚେତ ଆପଣ ଆର୍ଥିକ କ୍ଷତି ସହିପାରନ୍ତି। କେବେ ବି ରିମୋଟ ଆକ୍ସେସ ଆପକୁ ଡାଉନଲୋଡ କରନ୍ତୁନାହିଁ।
ନିଜର ଆଧାର ନମ୍ବର, ଓଟିପି କିମ୍ବା ବ୍ୟାଙ୍କ ଆକାଉଣ୍ଟ ନମ୍ବର କାହାକୁ ବି ମଧ୍ୟ ଦିଅନ୍ତୁନାହିଁ:-
କମ୍ପାନୀ କହିଛିଯେ ବର୍ତ୍ତମାନ ଠକାମିର ମାମଲା ବହୁତ ସାମ୍ନାକୁ ଆସୁଛି। କିଛି ଠକ ନିଜକୁ ଜିଓର ପ୍ରତିନିଧି କହି ଇ-କେଓ୍ଵାସୀ ବାହାନାରେ ଗ୍ରାହକମାନଙ୍କ ଆଧାର, ବ୍ୟାଙ୍କ ଖାତା, ଓଟିପି ଆଦି ମାଗି ଲୋକମାନଙ୍କ ସହ ଫ୍ରଡ କରୁଛନ୍ତି।
କଲ୍ କରୁଥିବା ବ୍ୟକ୍ତିଙ୍କୁ ଆଦୌ ବିଶ୍ୱାସ କରନ୍ତୁନାହିଁ:-
ଜିଓ ନିଜର ଗ୍ରାହକଙ୍କୁ ଜଣାଇଛିଯେ କୌଣସିବି ଏସଏମଏସ/କଲକୁ ବିଶ୍ୱାସ କରନ୍ତୁନାହିଁ। ଯେଉଁମାନେ ଇ-କେଓ୍ଵାସୀ ପୂରା କରିବା ପାଇଁ ଆପଣଙ୍କୁ କହୁଛନ୍ତି ସେମାନଙ୍କର କଲକୁ କାଟି ଦିଅନ୍ତୁ।
ଇ-କେଓ୍ଵାସୀ ପାଇଁ ଏସଏମଏସରେ ଦିଆଯାଇଥିବା ନମ୍ବରକୁ ଆଦୌ କଲବ୍ୟାକ କରନ୍ତୁନାହିଁ:-
ଇ-କେଓ୍ଵାସୀ ପାଇଁ ଏସଏମଏସରେ ଦିଆଯାଇଥିବା ନମ୍ବରକୁ କଲବ୍ୟାକ କରନ୍ତୁନାହିଁ। କାହିଁକିନା ଏଥିରେ କଲବ୍ୟାକର ଅପସନ ଦିଆଯାଇଥାଏ। ତେଣୁ ଆପଣଙ୍କୁ ଏଥି ପାଇଁ ଧ୍ୟାନ ଦେବା ବହୁତ ଜରୁରୀ ଅଟେ। ଆପଣ ଯେମିତି କଲବ୍ୟାକ ନ କରନ୍ତି।
ଜିଓ ପ୍ରତିନିଧି କହି ଦେଉଥିବା ମେସେଜର ଲିଙ୍କକୁ ମଧ୍ୟ କ୍ଲିକ କରନ୍ତୁନାହିଁ:-
ଜିଓ ନିଜର ଗ୍ରାହକମାନଙ୍କୁ ଲିଙ୍କ, ଆଟାଚମେଣ୍ଟ ଉପରେ କ୍ଲିକ କରିବା ପାଇଁ କହିଥାଏ। ଯେଉଁମାନେ କି ଜିଓ ପ୍ରତିନିଧି ହେବାର ଦାବି କରନ୍ତି। ଏଥପ୍ରତି ବିଶେଷ ଧ୍ୟାନ ଦେଇ ମେସେଜର ଲିଙ୍କକୁ ଆଦୌ କ୍ଲିକ କରନ୍ତୁନାହିଁ।
ଜିଓ ଆପଣଙ୍କୁ କେବେବି ଆପ ଡାଉନଲୋଡ କରିବା ପାଇଁ କହିବନାହିଁ:-
କମ୍ପାନୀ ଦାବି କରିଛିଯେ କେବେବି ଥାର୍ଡ ପାର୍ଟି ଆପକୁ ଡାଉନଲୋଡ କରିବାର କୌଣସି ଆବଶ୍ୟକତା ନାହିଁ। କାହିଁକିନା ସବୁ କିଛି ବିବରଣୀ ଆପଣଙ୍କୁ ମାଇଁ ଜିଓ ଆପରେ ହିଁ ମିଳିଯିବ।