୨୧ ବର୍ଷୀୟା ଯୁବତୀ ଆରମ୍ଭ କଲେ ଏହି ବ୍ୟବସାୟ,ଆଉ ମାତ୍ର ୬ ବର୍ଷରେ ବନିଲେ ୧୨୦୦ କୋଟି ଟଙ୍କାର ମାଲିକାଣୀ ! ଜାଣନ୍ତୁ ତାଙ୍କ ସଫଳତାର ରହସ୍ୟ !

0

Get real time updates directly on you device, subscribe now.

କାନାଡାର ଆଣ୍ଟୋରିଓରେ ରହୁଥିବା ୨୬ ବର୍ଷିୟା ଜଣେ ମହିଳା ପାଖାପାଖି ଛଅ ବର୍ଷ ମଧ୍ୟରେ ହିଁ କୋଟିକୋଟି ସମ୍ପତ୍ତି ହାସଲ କରିଛନ୍ତି|ଲିଣ୍ଡା ବାୟକ୍ତି ନାମକ ଏହି ମହିଳା ୨୧ ବର୍ଷ ବୟସରେ ୪କୋଟିରୁ କମ ପୁଞ୍ଜି ବିନିଯୋଗରେ ରିୟଲ ଇଷ୍ଟେଟ କାରବାରରେ ପାଦ ରଖିଥିଲେ|କିନ୍ତୁ ଲିଣ୍ଡାଙ୍କ ଦାବି ରହିଛି ଯେ ୬ ବର୍ଷରେ ହିଁ ତାଙ୍କ ସମ୍ପତ୍ତି ୧୨୦ କୋଟି ହୋଇ ସାରିଛି|

ସେ ନିଜକୁ ଏବେ ରିୟଲ ଇଷ୍ଟେଟ ଇନଭେଷ୍ଟର ଓ କୋଚ‌ ବତାଇ ଥାନ୍ତି|ଇନଷ୍ଟାଗ୍ରାମ ଓ ଟିକଟକରେ ଲିଣ୍ଡା ଫାଇନାନ୍ସି ନାମକ ଏକାଉଣ୍ଟ୍ ଚଳାଇଥାନ୍ତି ଓ ଲୋକଙ୍କୁ ବିଜନେସ ଟିପ୍ସ ଦେଇଥାନ୍ତି|ସେ କହିଛନ୍ତି ତାଙ୍କ ପାଖରେ ଏବେ ୧୮୦ ଫ୍ଲାଟ ରହିଛି ଯାହାକୁ ସେ ଭଡାରେ ଦେଇଛନ୍ତି

ଟିକଟକରେ ସେ ଭିଡିଓ ସେୟାର କରି କହିଛନ୍ତି କିପରି ୧୨୦ କୋଟି ସମ୍ପତ୍ତି ବନାଇଲେ|ଦ ସନରେ ଛପା ଯାଇଥିବା ଖବର ଅନୁଯାୟୀ ଲିଣ୍ଡା ୨୧ ବର୍ଷ ବୟସରେ ଟଙ୍କା କମାଇବା ଆରମ୍ଭ କରିଥିଲେ|

ସେ କହିଛନ୍ତି ଏତେ ଟଙ୍କା କମେଇବା ପର୍ଯ୍ୟନ୍ତ ତାଙ୍କର ଯାତ୍ରା ହୃଦୟସ୍ପର୍ଶୀ|ଏଥିପାଇଁ ତାଙ୍କୁ ଚାକିରୀରୁ ଇସ୍ତଫା ଦବାକୁ ପଡ଼ିଥିଲା|ଆଜି ତାଙ୍କ ପାଖରେ ଏତେ ଟଙ୍କା ଅଛି ଯେ ବିଳାସମୟ ଜୀବନଯାପନ କରୁଛନ୍ତି|ଏଵେ ତାଙ୍କ ପାଖରେ ସାନ୍ଦାର ବିମଡବ୍ଲୁ କାର ମଧ୍ୟ ରହିଛି|

କିଛି ଲୋକ ଏହି କଥାକୁ ନେଇ ସଂଶୟରେ ରହିଥାନ୍ତି ଯେ ତାଙ୍କୁ ସମ୍ପତ୍ତିରେ ନିବେଶ କରିବା କଥା ନା ନାହିଁ|ସେ କହିଛନ୍ତି ବାସ୍ତବରେ ରିଅଲ ଇଷ୍ଟେଟ ଆପଣଙ୍କ ପରିବାର ପାଇଁ ଏକ ସୁରକ୍ଷିତ ନିବେଶ|ବହୁ ଲୋକ ପ୍ୟଶ୍ନ କରିଛନ୍ତି କ’ଣ ରିୟଲ ଇଷ୍ଟେଟରେ ଆୟ କଷ୍ଟକର? ସେ କହିଛନ୍ତି ଏଥିପାଇଁ ଆପଣଙ୍କୁ ଲଗାତାର ଜଡ଼ିତ ରହିବା ସହ ପୋର୍ଟଫୋଲିଓକୁ ବଢାଇବା ଆବଶ୍ୟକ|

ସେ ଏହି ଶିର୍ଷ ୪ ନିୟମ ସମ୍ପର୍କରେ ଖୁଲାସା କରି କହିଛନ୍ତି:

୧: କୈାଣସି ନିବେଶ ପୂର୍ବରୁ ସେ ସମ୍ପର୍କରେ ଠିକରେ ଜାଣନ୍ତୁ

୨:ଯଦି କୌଣସି ଜିନିଷ ବିଷୟରେ ଜାଣି ନାହାନ୍ତି ନିବେଶ କରନ୍ତୁ ନାହିଁ

୩:କେସ ଫ୍ଲୋ,ଏପ୍ରିସିଏସନ୍ ଓ ଠିକ ଟ୍ୟାକ୍ସ ପାଇଁ ରିୟଲ ଇଷ୍ଟେଟ ନିବେଶ କରନ୍ତୁ

୪: ଟଙ୍କାକୁ ସିଷ୍ଟମ,ଟୁଲ୍ସ ଓ ଆପଣଙ୍କ ପାଇଁ କାମ କରୁଥିବା ଲୋକଙ୍କ ଉପରେ ନିବେଶ କରନ୍ତୁ

ସେ ଏହାସହ କହିଛନ୍ତି ସମସ୍ତଙ୍କ ଯାତ୍ରା ଅଲଗା ଅଲଗା ଓ ମୋର ମଧ୍ୟ ଅଲଗା ଥିଲା କିନ୍ତୁ ଆପଣଙ୍କୁ ବ୍ୟକ୍ତିଗତ ଲକ୍ଷ୍ୟ ଉପରେ କେନ୍ଦ୍ରିତ ରହିବାକୁ ହେବ|ହାର ମାନିବାକୁ ପଡିବ ନାହିଁ|ବାସ କାମ କରିବାକୁ ପଡିବ|ସଫଳତା ଆପେ ଆପେ ପଦସ୍ପର୍ଶ କରିବ|

Leave A Reply

Your email address will not be published.