ଅଲଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ରୋଗୀମାନଙ୍କର ଚିକିତ୍ସାକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛି। ଏମ୍ସ ବର୍ତ୍ତମାନ ୫୦୦ ଟଙ୍କାରୁ କମ ଫି’ ଯୁକ୍ତ ସମସ୍ତ ଡାକ୍ତରୀ ପରୀକ୍ଷା ପାଇଁ କୌଣସି ଦେୟ ଆଦାୟ ନ କରିବା ପାଇଁ ନିଷ୍ପତ୍ତି ନେଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଏହି ସମ୍ବନ୍ଧରେ ଦିଆଯାଇଥିବା ସୁପାରିଶକୁ ଅନୁମୋଦନ କରିଛି। ଏହି ସୁପାରିଶ ପାଖାପାଖି ଚାରି ବର୍ଷ ପୂର୍ବେ ମନ୍ତ୍ରାଳୟ ନିକଟକୁ ଯାଇଥିଲା। ସୂଚନା ମୁତାବିକ, ଏହି ନିଷ୍ପତ୍ତି ପରେ ବର୍ତ୍ତମାନ ଏମ୍ସରେ ରକ୍ତ ପରୀକ୍ଷାଠାରୁ ଆରମ୍ଭ କରି ଏକ୍ସ-ରେ, ସିଟି ସ୍କାନ ଇତ୍ୟାଦି ସମସ୍ତ ପରୀକ୍ଷଣ ସୁବିଧା ଓ ମାଗଣାରେ ଉପଲବ୍ଧ ହେବ।
ଆଜି ପର୍ଯ୍ୟନ୍ତ ଏ ସମସ୍ତ ପରୀକ୍ଷା ପାଇଁ ଏମ୍ସରେ ଥିବା କାଉଣ୍ଟରରେ ଫି’ ଜମା କରିବାକୁ ପଡ଼ୁଥିଲା। ସୂଚନା ଅନୁସାରେ, ୫୦୦ ଟଙ୍କା ମଧ୍ୟରେ ପ୍ରତିଦିନ ଏମ୍ସରେ ପାଖାପାଖି ୫୦ ରୁ ୮୦ ହଜାର ପରୀକ୍ଷା କରାଯାଇଥାଏ। କିନ୍ତୁ ବର୍ତ୍ତମାନ ଏହି ଫି’କୁ ମୁକ୍ତ କରାଯିବା ପରେ ରୋଗୀମାନଙ୍କୁ ବହୁତ ଆରାମ ମିଳିପାରିବ। ଏଥି ସହ ରୋଗୀମାନଙ୍କୁ ଏହି ପରୀକ୍ଷାର ରିପୋର୍ଟ ସେହିଦିନ ଅନଲାଇନରେ ପ୍ରଦାନ କରାଯିବ।
ଏହି ପ୍ରସ୍ତାବ ଚାରି ବର୍ଷ ପୂର୍ବେ ଯାଇଥିଲା:-
ଜଣାଇଦେଉଛୁକି, ଏମ୍ସର ନିର୍ଦ୍ଦେଶକ ଡାକ୍ଟର ରଣଦୀପ ଗୁଲେରିଆଙ୍କ ଦ୍ୱାରା ଗତ ନଭେମ୍ବର ୨୦୧୭ ମସିହାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ସୁପାରିଶ କରାଯାଇଥିଲା। ଏହି ସୁପାରିଶରେ ନିର୍ଦ୍ଦେଶକ କହିଥିଲେଯେ ଏହିଭଳି ପରୀକ୍ଷା ଏବଂ ଚିକିତ୍ସାରେ ରୋଗୀମାନଙ୍କର ବହୁତ ଖର୍ଚ୍ଚ ହୋଇଯାଏ। ଏଥିପାଇଁ ରୋଗୀମାନଙ୍କୁ ଆରାମ ଦେବା ପାଇଁ ଏହି ଶୁଳ୍କ ରଦ୍ଦ କରାଯିବା ଉଚିତ। ଏବଂ ଏହାକୁ ସମ୍ପୂର୍ଣ୍ଣ ରୂପରେ ମାଗଣା କରାଯିବା ଉଚିତ।
ଲମ୍ବା ସମୟରୁ ମନ୍ତ୍ରାଳୟରେ ପ୍ରସ୍ତାବ ଲଟକି ଥିଲା:-
ଏହି ପ୍ରସ୍ତାବ ଦୀର୍ଘ ଦିନ ଧରି ସ୍ୱାସ୍ଥ୍ୟ ମନ୍ତ୍ରାଳୟରେ ଝୁଲି ରହିଥିଲା। ନିକଟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ଟର ମନସୁଖ ମାଣ୍ଡଭିୟା ଏମ୍ସ ହସ୍ପିଟାଲ ପରିଦର୍ଶନ କରିଥିଲେ। ଏହି ବିଷୟରେ ସେ ସମୟରେ ମଧ୍ୟ ଆଲୋଚନା କରାଯାଇଥିଲା ଏବଂ ଏମ୍ସର ବରିଷ୍ଠ ଡାକ୍ଟର ଶିବ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଏକ କମିଟିକୁ ଗଠନ ମଧ୍ୟ କରାଯାଇଥିଲା, ଯାହାକି ଏମ୍ସର ସ୍ୱାସ୍ଥ୍ୟ ସେବା ଏବଂ ବ୍ୟବସ୍ଥାରେ ସୁଧାର ଆଣିବା ଉପରେ ବିଚାର ବିମର୍ଶ କରି ରିପୋର୍ଟକୁ ଦାଖଲ କରିବ।