୬ କୋଟିର Lamborghini କାର ନେଇ ପେଟ୍ରୋଲ ପମ୍ପରେ ପହଞ୍ଚିଲା ଯୁଵକ ଜଣକ,ଆଉ କହିଲା ୧୦ ଟଙ୍କାର ତେଲ ପକାଅ,ଆଉ ତା ପରେ ଯାହା ହେଲା …ଜାଣନ୍ତୁ ପୁରା ଘଟଣା !

0

Get real time updates directly on you device, subscribe now.

କ’ଣ ଆପଣ ଜୀବନରେ ଲାମ୍ବରଗିନି କାର ଦେଖିଛନ୍ତି?ଯଦି ହଁ ତେଵେ ଆପଣ ଜାଣିଥିବେ ଏଥିରେ ଅତିକମରେ କେତେ ଟଙ୍କାର ତେଲ ପକାଯାଏ ଫଳରେ ଗାଡି ସଡକରେ ଯାଇପାରିବ|ଜଣେ ବ୍ୟକ୍ତି ପେଟ୍ରୋଲ ପମ୍ପ ଯାଇ ଏପରି ମଜାକ କଲା ଯେକେହି ଏହି ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଗଲା|ଏତିକି ନୁହେଁ ପେଟ୍ରୋଲ ପମ୍ପରେ ମହଜୁଦ କର୍ମଚାରୀ ୬ କୋଟି ଟଙ୍କାର ଲମ୍ବରଗିନି କାର ଦେଖି ଆଖି ଝଲସି ଗଲା କିନ୍ତୁ ତାହା ଭିତରେ ଥିବା ବ୍ୟକ୍ତି ବାହାରକୁ ଆସି ସେତେବେଳେ ଯାହା କହିଲା ଶୁଣିକରି କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଗଲେ|ହଁ ଆଜ୍ଞା ସେ ଲକ୍ଜୁରୀ କାରରେ ୧୦ ଟଙ୍କା ପେଟ୍ରୋଲ ଢାଳିବାକୁ କହିଲା|

ୟୁଟ୍ୟୁବରେ ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖାଯାଏ ଯେ ଅମିତ ଶର୍ମା ନାମକ ୟୁଟ୍ୟୁବର ଲମ୍ବରଗିନି କାରକୁ ଦିଲ୍ଲୀ ସଡକରେ ଦୈଡାଉଛି|ଏହି ସମୟରେ ସେ ବହୁ ପେଟ୍ରୋଲ ପମ୍ପ ଯାଇ ତେଲ ମଧ୍ୟ ପକାଇଥିଲେ|

ସବୁଠାରୁ ଆଶ୍ଚର୍ଯ୍ୟର କଥା ସେତେବେଳେ ହେଲା ଯେତେବେଳେ ସେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ୧୦ ଟଙ୍କାର ତେଲ ପକାଇବା ପାଇଁ କହିଲା|କିଛି ଲୋକ ଆଶ୍ଚର୍ଯ୍ୟ ହୋଇଗଲେ ଓ କିଛି ଲୋକ ତେଲ ପକାଇବାକୁ ମନା କଲେ|ଗୋଟିଏ ପେଟ୍ରୋଲ ପମ୍ପରେ ଅମିତ ୧ ଟଙ୍କାର ତେଲ ପକାଇବାକୁ କହିଲା|ଏଥିରେ କର୍ମଚାରୀ ଭଡକିଲା ଓ ତେଲ ଦେବାକୁ ମନାକଲେ|

ସୋସିଆଲ ମିଡିଆରେ ଏହି ଭିଡିଓ ଜମେଇକି ଭାଇରାଲ ହେଉଛି|କ୍ରାଜି ଏକ୍ସୱଇଜେଡ୍ ୟୁଟ୍ୟୁବ ଚାନେଲ ଏହି ଭିଡିଓକୁ ସେୟାର କରିଛନ୍ତି,ଯାହାକୁ ପାଖାପାଖି ୯୦ ଲକ୍ଷ ଲୋକ ଦେଖିସାରିଲେଣି|ଗତ ରବିବାର ଦିନ ଅପଲୋଡ ହୋଇଥିବା ଏହି ଭିଡିଓ ୟୁଟ୍ୟୁବରେ ଟପ୍ ୧୦ରେ ଟ୍ରେଣ୍ଡିଙ୍ଗ କରୁଛି|କହିରଖେ ୟୁଟ୍ୟୁବରେ ଅମିତ ଏକ ପ୍ରାଙ୍କ ଭିଡିଓ ବନାଇଥିଲେ ଯାହା ଏଵେ ସୋସିଆଲ ମିଡିଆରେ ଜମେଇକି ଭାଇରାଲ ହେଉଛି|ଏହାକୁ ଦେଖି ଲୋକେ ଭାଙ୍ଗି ପଡୁଛନ୍ତି|ଜଣେ ୟୁଜର ଲେଖିଛନ୍ତି କାର ଷ୍ଟାର୍ଟ ହେଵା ମାତ୍ରେ ହିଁ ୧୦ ଟଙ୍କାର ପେଟ୍ରୋଲ ଖର୍ଚ୍ଚ ହୋଇଥାଏ|

Leave A Reply

Your email address will not be published.