ଯୁବରାଜ ସିଂହଙ୍କ ବଡ ଖୁଲାସା : ‘ମୁଁ ହୋଇଥାନ୍ତି ଦଳର ଅଧିନାୟକ କିନ୍ତୁ ଧୋନୀଙ୍କୁ ଅଧିନାୟକ କରାଯାଇଥିଲା,ଏହାକୁ ମୁଁ କେବେ ବି ଭୁଲି ପାରିବିନି’…
ଟି-୨୦ ବିଶ୍ବକପ ୨୦୦୭ ଇତିହାସରେ ସବୁଦିନ ପାଇଁ ଲିପିବଦ୍ଧ ହୋଇ ରହିବ। ଏହାର ମୁଖ୍ୟ କାରଣ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଯୁବରାଜ ସିଂହଙ୍କ ଗୋଟିଏ ଓଭରରେ ୬ଟି ଛକା। ଇଂଲଣ୍ଡର ଫାଷ୍ଟ ବୋଲର ଷ୍ଟୁଆର୍ଟ ବ୍ରଡଙ୍କ ଓଭରରେ ଯୁବି ଛକା ଚୌକାର ବର୍ଷା କରିଥିଲେ। ଏହି ମ୍ୟାଚରେ ଇଂଲଣ୍ଡ ବିରୁଦ୍ଧରେ ମାତ୍ର ୧୨ଟି ବଲରେ ଯୁବରାଜ ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ରେକର୍ଡ ଆଜିବି ଅତୁଟ ହୋଇ ରହିଛି। କ୍ରିକେଟ ଇତିହାସରେ ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କR ଲିଷ୍ଟରେ ଯୁବରାଜ ସିଂହଙ୍କର ନାମ ସର୍ବାଗ୍ରେ ରହିବ। କାରଣ ତାଙ୍କ ସମୟରେ ସେ ଭାରତକୁ ଅସମ୍ଭବ ମ୍ୟାଚକୁ ମଧ୍ୟ ବିଜୟୀ କରାଇଛନ୍ତି।
ପରେ ସେମିଫାଇନାଲରେ ମଧ୍ୟ କଙ୍ଗାରୁ ଦଳ ବିପକ୍ଷରେ ୭୦ ରନର ଧମାକାଦାର ଇନିଂସ ଖେଳିଥିଲେ। ଦଳକୁ ଫାଇନାଲରେ ପ୍ରବେଶ କରାଇବାରେ ଯୁବରାଜ ସିଂହ ମହତ୍ତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ। ଏପରିକି ୨୦୦୭ ଟି-୨୦ ବିଶ୍ବକପ ବିଜୟୀରେ ପ୍ରମୁଖ ବିନ୍ଧାଣୀ ଯୁବି ସାଜିଥିଲେ। କିନ୍ତୁ ଅନେକ ସମୟରେ ଧୋନୀଙ୍କ ସହ ତାଙ୍କ ବିବାଦ କଥା ସାମ୍ନାକୁ ଆସିଥାଏ। ଧୋନୀଙ୍କର ପ୍ରଶଂସକ ଏବଂ ଯୁବିଙ୍କର ପ୍ରଶଂସକଙ୍କ ମଧ୍ୟରେ ସୋସିଆଲ ମିଡିଆରେ କଥା କଟାକଟି ମଧ୍ୟ ହୋଇଥାଏ। ସେତେବେଳେ ନହେଲେ ମଧ୍ୟ ବର୍ତ୍ତମାନ ଧିରେ ଧିରେ ସାମ୍ନାକୁ ଆସୁଛି। ବର୍ତ୍ତମାନ ଆଉ ଏକ ବଡ ଖୁଲାସା ପୂର୍ବତନ କ୍ରିକେଟର ଯୁବରାଜ ସିଂହ କରିଛନ୍ତି।
ଆଜି ପ୍ରାୟ ୧୪ ବର୍ଷ ପରେ ଯୁବରାଜ ସିଂହ ବଡ ଖୁଲାସା କରିଛନ୍ତି। ଏତେ ବର୍ଷ ବିତିଯାଇଥିଲେ ମଧ୍ୟ ଯୁବରାଜ ସିଂହ ସୁଦ୍ଧା ଦୁଃଖ ପ୍ରକାଶ କରିଛନ୍ତି। ଯୁବି କହିଛନ୍ତିକି, ‘ ୨୦୦୭ ମସିହା ବିଶ୍ବକପ ଦଳର ଅଧିନାୟକ ଦାୟିତ୍ବ ମିଳିବା ସହଜ ବୋଲି ଭାବୁଥିଲି। କିନ୍ତୁ ଦଳର ଚୟନକର୍ତ୍ତା ମୋତେ ଅଧିନାୟକ ନକରି ଏମଏସ ଧୋନୀଙ୍କୁ ଅଧିନାୟକ କରିଥିଲେ। ସେହିବର୍ଷ ଭାରତ ଦିନିକିଆ ବିଶ୍ବକପରୁ ବାଦ ପଡିଥିଲା।’
ଯୁବି କହିଛନ୍ତିକି, ‘ଲମ୍ବା ସେଡ୍ୟୁଲ ଥିବାରୁ ଦିନିକିଆ ବିଶ୍ବକପ ପରେ ଦଳ ୪ ମାସ ଧରି ବିଦେଶରେ ରହିବାକୁ ଥିଲା। ଦଳ ଇଂଲଣ୍ଡ ଯାତ୍ରା କରିବାର ଥିଲା ପରେ ପରେ ଆୟରଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟ ଯିବାର ଥିଲା। ଏହାପରେ ଟି-୨୦ ବିଶ୍ବକପ ପାଇଁ ମାସେ ଧରି ବିଦେଶରେ ରହିଥିଲା ଟିମ। ଅର୍ଥାତ ୪ ମାସଧରି ଦଳ ବିଦେଶରେ କ୍ରିକେଟ ଖେଳିଥିଲା। ସେତେବେଳେ ଦଳର ବରିଷ୍ଠ ଖେଳାଳିମାନେ ଚାହୁଁଥିଲେକି ବ୍ରେକ ନେବାପାଇଁ। ଏହାର ସୁଯୋଗରେ ମୋତେ ଟି-୨୦ ଅଧିନାୟକ ଦିଆଯିବା ନେଇ ଆଶାବାଦୀ ଥିଲି. କିନ୍ତୁ ଯେତେବେଳେ ଟି-୨୦ ପାଇଁ ଦଳ ଘୋଷଣା କରାଯାଇଥିଲା ସେତେବେଳେ ମୋ ସ୍ଥାନରେ ଧୋନୀଙ୍କୁ ଅଧିନାୟକ କରିଦିଆ ଯାଇଥିଲା। ଦଳର ଖେଳାଳି ଏବଂ ଖେଳୁଆଡ ମନୋଭାବ ପାଇଁ ଯିଏ ବି ଅଧିନାୟକ ହୁଅନ୍ତୁ ତାଙ୍କ ପ୍ରତି ସମର୍ଥନ ଥିଲା।’