ଓମିକ୍ରନରେ ଆକ୍ରାନ୍ତ ହେଲାମାତ୍ରେ ପ୍ରଥମେ ଦେଖାଯାଉଛି ଏହି ଲକ୍ଷଣ ! ସଂକ୍ରମଣ ହେବା ପୂର୍ବରୁ ହୋଇଯାଆନ୍ତୁ ସାବଧାନ ! ଜାଣନ୍ତୁ ସେ ଲକ୍ଷଣ କଣ କଣ !

0

Get real time updates directly on you device, subscribe now.

ଭାରତରେ ଓମିକ୍ରନ ସଂଖ୍ୟା 500 ରୁ ଅଧିକ ହୋଇସାରିଛି। ବହୁତ ଜୋରରେ ବଢ଼ୁଥିବା ଏହି ଭ୍ୟାରିଏଣ୍ଟ ଦର୍ଶାଉଛି କି, ସେ ଡେ଼ଲ୍ଟା ଠାରୁ କେତେ ସଂକ୍ରାମକ ଅଟେ। ଡେ଼ଲ୍ଟା ତୁଳନାରେ ଓମିକ୍ରନର ଲକ୍ଷଣ ମଧ୍ୟ ଭିନ୍ନ ଅଟେ। ଏମିତିରେ ତ ଓମିକ୍ରନର କେତେକ ଲକ୍ଷଣ ସାମ୍ନାକୁ ଆସିସାରିଛି କିନ୍ତୁ ଦକ୍ଷିଣ ଆଫ୍ରିକାର ହେଲଥ ଏକ୍ସପର୍ଟ ମୁତାବିକ, ଓମିକ୍ରନର ଏକ ପ୍ରାରମ୍ଭିକ ଲକ୍ଷଣ ହିଁ ଏହାର ସଂକେତ ଦେଇପାରିବ। ଯଦି ଏହାଉପରେ ଧ୍ୟାନ ଦିଆଯିବ ତାହେଲେ ଆପଣ ବୀମାର ପଡ଼ିବା ପୂର୍ବରୁ ଏହାକୁ ଅଟକାଇ ପାରିବେ।

ଓମିକ୍ରନର ପ୍ରଥମ ଲକ୍ଷଣ:-

ଓମିକ୍ରନର ସର୍ବପ୍ରଥମ ଲକ୍ଷଣ ଆପଣଙ୍କ ସ୍ୱରରେ ଦେଖାଦେବ। ଆପଣ ଯଦି ଚିଲାଉ ନାହାଁନ୍ତି କି ଜୋରରେ ଗୀତ ବୋଲୁ ନାହାଁନ୍ତି ତଥାପି ଆପଣଙ୍କ ସ୍ୱର ଲୋକଙ୍କୁ କର୍କଶ ଶୁଣାଯିବ। ଆପଣଙ୍କ ସ୍ୱର ଫାଟିବା କିମ୍ବା ଗଳା ବସି ଗଲା ପରି ଲାଗିବ। ଏକ୍ସପର୍ଟଙ୍କ ଅନୁସାରେ, ଏହା ଆପଣଙ୍କର ପ୍ରଥମ ଲକ୍ଷଣ ହେବ।

ଡେ଼ଲ୍ଟା ଠାରୁ ବହୁତ ଅଲଗା ଅଟେ ଏହି ଲକ୍ଷଣ:-

ଏକ୍ସପର୍ଟଙ୍କ ଅନୁସାରେ, ଡେ଼ଲ୍ଟା ଅପେକ୍ଷା ଓମିକ୍ରନ ରୋଗୀଙ୍କ ଗଳାରେ ଯନ୍ତ୍ରଣା ଅନୁଭୂତ ହେବନାହିଁ। ତାଙ୍କୁ ଏମିତି ଲାଗିବ ଯେମିତିକି ଗଳାରେ କିଛି ଲାଗି ଯାଇଛି। ବିଗତ ସପ୍ତାହରେ ଡିସ୍କଭରୀ ହେଲଥର ମୁଖ୍ୟ କାର୍ଯ୍ୟକାରୀ ରେୟାନ ରୋଚଙ୍କ କହିବାହେଲା ଓମିକ୍ରନ ରୋଗୀଙ୍କ ଠାରେ ସବୁଠାରୁ ସାଧାରଣ ଲକ୍ଷଣ ଦେଖାଯାଇଛି। ଏହାସହ ଲୋକଙ୍କୁ ବନ୍ଦ ନାକ, ଶୁଖିଲା କାଶ, ପିଠି ଓ ଅଣ୍ଟା ପାଖରେ ଯନ୍ତ୍ରଣା ଦେଖାଦେବ। ଏହିପରି ଲକ୍ଷଣ କରୋନାର ଅନ୍ୟ ଭ୍ୟାରିଏଣ୍ଟରେ ଦେଖାଯାଇ ନଥାଏ।

ଓମିକ୍ରନ ର ଅନ୍ୟ ଲକ୍ଷଣ:-

UK, ଦକ୍ଷିଣ ଆଫ୍ରିକା ଓ ଆମେରିକା ରିପୋର୍ଟସ ମୁତାବିକ, ବନ୍ଦ ନାକ, ମୁଣ୍ଡବିନ୍ଧା, ଥକାପଣ, ଛିଙ୍କ ଆସିବା, ରାତିରେ ଝାଳ ବୋହିବା ଓ ଶରୀର ଯନ୍ତ୍ରଣା ହେଉଛି ଓମିକ୍ରନର ପ୍ରଥମ ଲକ୍ଷଣ। ଓମିକ୍ରନ ଉପରେ ଷ୍ଟଡ଼ି କରୁଥିବା କିଛି ସ୍ପେକ୍ଟର ଏକ ୟୁଟ୍ୟୁବ ଚ୍ୟାନେଲରେ ଲୋକଙ୍କୁ ପଚାରିଲେ ସଂକ୍ରମଣ ସମୟରେ ଗଳା ରେ କେମିତି ଅନୁଭବ ହେଉଛି ? ସେ ଏହାପରେ ଜଣାଇଲେ ସଂକ୍ରମଣ ସମୟରେ ଲୋକମାନଙ୍କ ଗଳାରେ କିଛି ବସିଗଲା ପରି ଲାଗୁଛି ଯାହାକି ପୂର୍ବରୁ କେବେ ଦେଖାଯାଇ ନାହିଁ। ଏହା ଗଳାରେ ଏକ ଅଲଗା ଜାଗାରେ ଅଦ୍ଭୁତ ଅନୁଭବ ହେଉଛି। ଏହାପରେ ସେ କହିଥିଲେ, ଏହା ଉପରେ ସେମାନେ ଆହୁରି କିଛି ଗବେଷଣା କରୁଛନ୍ତି।

ଏହିକଥାର ନିଶ୍ଚୟ ଧ୍ୟାନ ରଖନ୍ତୁ:-

ଏକ୍ସପର୍ଟଙ୍କ ମୁତାବିକ, ଯଦି ଆପଣ ଅସୁସ୍ଥ ଅନୁଭବ କରୁଛନ୍ତି ତଥାପି କୌଣସି ଲକ୍ଷଣ ଦେଖାଯାଉନାହିଁ, ଏହାକୁ ଅବହେଳା ନକରି ତୁରନ୍ତ RT-PCR ଟେଷ୍ଟ କରାଇ ନିଅନ୍ତୁ। ଏକ୍ସପର୍ଟଙ୍କ ମୁତାବିକ ଯଦି ଆପଣଙ୍କ ଠାରେ କୌଣସିବି ଲକ୍ଷଣ ଦେଖାଯାଉଛି ଓ ଟେଷ୍ଟ ନେଗେଟିଭ ଆସୁଛି ତଥାପି ଆପଣ ନିଜକୁ ଆଇସୋଲେଟ କରାଇ ନିଅନ୍ତୁ।

Leave A Reply

Your email address will not be published.