ଦିନ ଥିଲା ଶହେ ଟଙ୍କା ପାଇଁ ଛଅ ମାସ ସଙ୍ଘର୍ଷ କରିଥିଲେ ଜିତେନ୍ଦ୍ର କିନ୍ତୁ ଆଜି ୧୫୦୦ କୋଟି ଟଙ୍କାର ମାଲିକ ! ଜାଣନ୍ତୁ ଜିତେନ୍ଦ୍ରଙ୍କ ସଫଳତାର ରହସ୍ୟ !

0

Get real time updates directly on you device, subscribe now.

ହିନ୍ଦୀ ସିନେମା ଜଗତର ଅଭିନେତା ଜିତେନ୍ଦ୍ର ସେହି ମାନଙ୍କ ମଧ୍ୟରୁ ଅଟନ୍ତି ଯିଏକି ପୂର୍ବରୁ ଗରିବ କଣ ଦେଖିଛନ୍ତି। ସେ ପିଲାବେଳରୁ ଆର୍ଥିକ ସମସ୍ୟାରୁ ଆସିଛନ୍ତି ଓ ଗରିବରୁ ଧନୀ ସେ ହୋଇଛନ୍ତି। ହିନ୍ଦୀ ଫିଲ୍ମକୁ ବହୁତ ହିଟ ଫିଲ୍ମ ଦେଇଥିବା ଜିତେନ୍ଦ୍ର ନିଜର ପ୍ରଥମ ଫିଲ୍ମ ପାଇଁ 100 ଟଙ୍କାରେ ସାଇନ କରିଥିଲେ ଓ ଏହି ପଇସା ବି ତାଙ୍କୁ ଠିକ ସମୟରେ ମିଳିନଥିଲା।

ପ୍ରଥମରୁ ସେ ସଂଘର୍ଷ ଓ ପରିଶ୍ରମ ବହୁତ କରୁଥିଲେ। ଦିନ ଥିଲା ସେ ମୁମ୍ବାଇର ଚଲ ରେ ରହି ଜୀବନ ଅତିବାହିତ କରୁଥିଲେ। ଯେତେବେଳେ ସେ କଲେଜ ପଢ଼ୁଥିଲେ ସେତେବେଳେ ତାଙ୍କ ପିତା ଚାଲି ଯାଇଥିଲେ। ତାଙ୍କ ପିତାଙ୍କ ମୃତ୍ୟୁ ହୃଦଘାତ କାରଣରୁ ହୋଇଥିଲା ଓ ଏହାପରେ ସମସ୍ତ ଦାୟିତ୍ୱ ଜିତେନ୍ଦ୍ରଙ୍କ ଉପରକୁ ଆସିଥିଲା।

ଜିତେନ୍ଦ୍ର ଫିଲ୍ମ ଜଗତରେ ନିଜର କ୍ୟାରିଅର ବନାଇବା ପାଇଁ ଚାହିଁଥିଲେ ଓ ସେତେବେଳେ ଏହା ଏତେ ସହଜ ନଥିଲା। କୁହାଯାଏ ଫିଲ୍ମରେ ତାଙ୍କର ପିତାଙ୍କ ପରିଚୟ ଟିକେ ଥିଲା ଓ ସେ ଫିଲ୍ମରେ ଜୁଏଲାରୀ ସପ୍ଲାଏ କାମ କରୁଥିଲେ।

ଜିତେନ୍ଦ୍ର ସହ ଜଡ଼ିତ ଏକ ଘଟଣା ଅନୁ କାପୂର କରିଥିଲେ। ଅନୁ ନିଜର ରେଡ଼ିଓ ଶୋରେ କହିଥିଲେ କି, ସର୍ବପ୍ରଥମେ ସେ ବି ଶନ୍ତାରାମଙ୍କ ପାଖକୁ କାମ ପାଇଁ ଯାଇଥିଲେ। କିନ୍ତୁ ସେଠାରେ ତାଙ୍କୁ କାମ ମିଳିନଥିଲା ଓ ପରେ କିଛିଦିନ ପରେ ବି ଶାନ୍ତାରାମ ନିଜେ ଫୋନ କରି ଜିତେନ୍ଦ୍ରଙ୍କୁ ଡ଼କାଇ ଥିଲେ।

ତାଙ୍କୁ ଏକ ଫିଲ୍ମରେ ଜୁନିଅର ଆର୍ଟିଷ୍ଟ ଭାବରେ କାମ କରିବାକୁ ମିଳିଥିଲା। ଏହି ଫିଲ୍ମର ନାମ ସେହରା ଓ 1963 ମସିହାରେ ଏହି ଫିଲ୍ମ ରିଲିଜ ହୋଇଥିଲା। ତାଙ୍କୁ କୁହାଯାଇଥିଲା ଜୁନିଅର ଆର୍ଟିଷ୍ଟ ରୂପରେ ତାଙ୍କୁ ପ୍ରତିଦିନ ଆସିବାକୁ ହେବ ଓ ପ୍ରତିମାସକୁ 105 ଟଙ୍କା ଦିଆଯିବ।

ବି ଶାନ୍ତରାମ ଅଫର କଲେ ତାଙ୍କୁ ପ୍ରଥମ ଫିଲ୍ମ ଓ ବଦଳିଗଲା ତାଙ୍କ କ୍ୟାରିଅର:-

ତାଙ୍କର ଅସଲ ନାମ ରବି କାପୂର ଥିଲା ଯାହାକି ବହୁତ କମ ଲୋକଙ୍କୁ ଜଣାଅଛି। କିନ୍ତୁ ବି ଶନ୍ତାରାମ ତାଙ୍କ ନାମ ବଦଳାଇ ଜିତେନ୍ଦ୍ର ଦେଇଥିଲେ। ସେହରା ଫିଲ୍ମରେ ଜିତେନ୍ଦ୍ରଙ୍କୁ କୌଣସି ଫାଇଦା ହୋଇନଥିଲା। ଏହାପରେ ‘ଗୀତ ଗାୟା ପଥରୋ ନେ’ ଫିଲ୍ମରୁ ସେ ଲିଡ଼ ଆକ୍ଟର ରୂପରେ କାର୍ଯ୍ୟ କରିଥିଲେ। ଏହାପରେ ତାଙ୍କୁ ବ୍ରେକ ଦିଆଗଲା ଓ 6 ମାସ ପର୍ଯ୍ୟନ୍ତ ତାଙ୍କୁ କୌଣସି ପଇସା ମିଳିନଥିଲା।

ଏହାପରେ ଜିତେନ୍ଦ୍ର ହିନ୍ଦୀ ଦିଲ୍ମ ଜଗତକୁ ଗୋଟିକ ପରେ ଗୋଟିଏ ହିଟ ଫିଲ୍ମ ଦେଲେ ଓ 1974 ମସିହାରେ ସେ ଶୋଭା କପୂରଙ୍କୁ ବିବାହ କଲେ ଓ ସେମାନଙ୍କର ଦୁଇଟି ପିଲା ତୁଷାର ଓ ଏକତା କାପୂର ଜନ୍ମ ନେଇଥିଲେ।

ଖବର ମୁତାବିକ, 80 ଦଶକରୁ ଏବେପର୍ଯ୍ୟନ୍ତ ଜିତେନ୍ଦ୍ର 1500 କୋଟି ଟଙ୍କାର ମାଲିକ ହୋଇସାରିଛନ୍ତି ଓ ତାଙ୍କ ପାଖରେ ଆରବ ଟଙ୍କାର ଘର, କୋଟିଏ ଟଙ୍କାର ଗାଡ଼ି ଓ ବହୁତ ନିବେଶ ସହିତ ପ୍ରଡକ୍ସନ ହାଉସ ମଧ୍ୟ ରହିଛି।

ଘର କଥା କହିବାକୁ ଗଲେ ଜିତେନ୍ଦ୍ରଙ୍କ ପାଖରେ ମୁମ୍ବାଇର ଜୁହୁ ପାଖରେ 90 କୋଟିର ଏକ ବଙ୍ଗଳା ରହିଛି। ଏହାପରେ ମୁମ୍ବାଇରେ ତାଙ୍କର ଲକଜୁରୀୟସ ଆପାର୍ଟମେଣ୍ଟ ଓ ଫ୍ଲାଟ ରହିଛି। ଜିତେନ୍ଦ୍ରଙ୍କ ଘର ଅସଲରେ ପଞ୍ଜାବରେ ଅଟେ ଓ ପଞ୍ଜାବରେ ତାଙ୍କର ମଧ୍ୟ ଏକ ଘର ରହିଛି କିନ୍ତୁ ତାଙ୍କ ପରିବାର ବର୍ତ୍ତମାନ ଅଧିକ ସମୟ ମୁମ୍ବାଇରେ ଅତିବାହିତ କରୁଛନ୍ତି। ଗାଡ଼ି କଥା କହିବାକୁ ଗଲେ ଜିତେନ୍ଦ୍ରଙ୍କ ପାଖରେ 1.5 କୋଟି ଟଙ୍କାର Audi A8 ରହିଛି।

ଜିତେନ୍ଦ୍ରଙ୍କ ରୋଜଗାର ସୋର୍ସ:-

ଜିତେନ୍ଦ୍ର ବେରୋଜଗାର ଥିବା ସତ୍ତ୍ୱେ ମଧ୍ୟ ପ୍ରତିବର୍ଷ 100 ରୁ 200 କୋଟି ବହୁତ ଆରାମରେ କମାଇ ପାରୁଛନ୍ତି। ମୁଖ୍ୟତଃ ତାଙ୍କର ପ୍ରଡ଼କ୍ସନ ହାଉସ ବାଲାଜୀ ଟେଲିଫିଲ୍ମସ, ଅଲଟ ଏଣ୍ଟରଟେନମେଣ୍ଟ ଭଳି ବଡ଼ ବଡ଼ ଫିଲ ପ୍ରଡକ୍ସନର ଚେୟାରମ୍ୟାନ ଅଟନ୍ତି।

ତାଙ୍କ ଝିଅ ଏକତା କାପୂର ଟେଲିଭିଜିନ ପ୍ରଡକ୍ସନର ବହୁତ ବଡ଼ ନାମ ଅଟନ୍ତି ଓ ଏକତା କାପୂରଙ୍କ ଦ୍ଵାରା ବନଯାଇଥିବା ବହୁତ ସିରିୟଲ ହିଟ ସାବ୍ୟସ୍ତ ହୋଇଥାଏ। ଏକତାଙ୍କ ସବୁ ଫିଲ୍ମ ଉପରେ ଜିତେନ୍ଦ୍ର ହିଁ ପଇସା ଲଗାନ୍ତି। ଯେଉଁଥିରୁ ବିନା କାମ କରଜ ସେ ବହୁତ ଟଙ୍କା କମାଇ ଥାଆନ୍ତି। ଏକ ଇଣ୍ଟରଭ୍ୟୁ ସମୟରେ ଜିତେନ୍ଦ୍ର ଏହା କହିଥିଲେ।

Leave A Reply

Your email address will not be published.