ଏହି ପାଞ୍ଚଜଣ କ୍ରିକେଟର କରିଥିଲେ ଏମିତି ବଡ ବଡ କାଣ୍ଡ,ଆଉ ଯିବାକୁ ପଡିଥିଲା ଜେଲ,ଏହି ଲିଷ୍ଟରେ ଦୁଇ ଭାରତୀୟଙ୍କ ନାମ ମଧ୍ୟ ରହିଛି ! ଜାଣନ୍ତୁ ସେମାନେ କିଏ କିଏ ?

0

Get real time updates directly on you device, subscribe now.

ଏସ ଶ୍ରୀସନ୍ତ:-

ପୋଲିସ ଦ୍ୱାରା ଲଗାତାର 12 ଦିନ ପର୍ଯ୍ୟନ୍ତ ପଚରା ଉଚରା ଓ ଜେଲରେ ଅସମ୍ମାନିତ ଭାବରେ 27 ଦିନ ଓ ମ୍ୟାଚ ଫିକ୍ସିଂ ପାଇଁ ନିଜ କ୍ୟାରିଅରର 7 ବର୍ଷ ନଷ୍ଟ ଓ ଗଦାର ଟ୍ୟାଗ ଲାଗିସାରିଥିବା ଏମିତି ହିଁ ଅଟେ ଭାରତୀୟ ଦ୍ରୁତ ବୋଲର ଏସ ଶ୍ରୀସନ୍ତଙ୍କ କାହାଣୀ। ଆପଣଙ୍କୁ ଜଣାଇଦେଉଛୁ କି, ଶ୍ରୀସନ୍ତଙ୍କୁ 2013 ମସିହାରେ ସ୍ପଟ ଫିକ୍ସିଂ ଜରିଆରେ ଦିଲ୍ଲୀ ପୋଲିସ ଦ୍ୱାରା ଗିରଫ କରାଯାଇଥିଲା। ହୁଏତ କିଛିଦିନ ପରେ ତାଙ୍କୁ ବେଲ ମିଳିଯାଇଥିଲା କିନ୍ତୁ ବିସିସିଆଇ ତାଙ୍କ ଉପରେ ଆଜୀବନ ବ୍ୟାନ ଲଗାଇ ଦେଇଥିଲା। ପରେ ଏହାକୁ କମାଇ 7 ବର୍ଷ କରି ଦିଆଗଲା ଓ ସେପ୍ଟେମ୍ବର 13 ତାରିଖରେ ଏହି ବ୍ୟାନ ଶେଷ ହେବାକୁ ଯାଉଛି।

ବେନ ଷ୍ଟୋକସ:-

ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକସଙ୍କ ଉପରେ ମଧ୍ୟ ଅପରାଧୀକ ମାମଲା ଦର୍ଜ ହୋଇସାରିଛି। 2017 ମସିହାରେ ବ୍ରିଷ୍ଟେଲର ଏକ ନାଇଟକ୍ଲବ ବାହାରେ ତାଙ୍କର ଜଣେ ବ୍ୟକ୍ତି ସହ ଝଗଡ଼ା ହୋଇଗଲା। ମାରପିଟ ସମୟରେ ବ୍ୟକ୍ତି ଜଣଙ୍କ ଆଖି ପାଖ ହାଡ଼ ଭାଙ୍ଗି ଯାଇଥିଲା। ଏହାପରେ ଷ୍ଟୋକସଙ୍କ ବିପକ୍ଷରେ ରିପୋର୍ଟ କରାଯାଇଥିଲା। ଏହାପରେ ଷ୍ଟୋକସଙ୍କୁ ଇଂଲଣ୍ଡ କ୍ରିକେଟରୁ ସସପେଣ୍ଡ କରି ଦିଆଗଲା ଓ ଏହାପରେ ସେ ମୁକୁଳିଥିଲେ।

ମହମ୍ମଦ ଶାମି:-

ଟିମ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ଉପରେ ମଧ୍ୟ ତାଙ୍କ ପତ୍ନୀ ଅପରାଧ ମାମଲା ଯଥା ଯୌନ ଉତ୍ପୀଡ଼ନ, ମ୍ୟାଚ ଫିକ୍ସିଂ ଓ ଶାରୀରିକ ଉତ୍ପୀଡ଼ନ ଭଳି ଆରୋପ ଲଗାଇଥିଲେ। ବିସିସିଆଇ ତାଙ୍କୁ କ୍ଲିନ ଚିଟ ଦେଇଥିଲା କିନ୍ତୁ ପୋଲିସ ଦେଇନଥିଲା। ଏବେବି ତାଙ୍କର କ୍ୟାରିଅର ସେହିଭଳି ଚାଲୁଛି ଯେମିତି ପୂର୍ବରୁ ଚାଲୁଥିଲା। ଏହାପରେ ତାଙ୍କ ପତ୍ନୀ ପୋଲିସ ଉପରେ ମଧ୍ୟ ପକ୍ଷପାତ ଆରୋପ ଲଗାଇଲେ ଓ ଏବେବି ଶାମିଙ୍କ କେସ ଚାଲୁଛି।

ଲ୍ୟୁକ ପୋମର୍ସବ୍ୟାକ:-

ଅଷ୍ଟ୍ରେଲିଆ କ୍ରିକେଟର ଲ୍ୟୁକ ପୋମର୍ସବ୍ୟାକଙ୍କ ଉପରେ ଜଣେ ଆମେରିକୀୟ ମହିଳା ମାରପିଟ ଓ ଖରାପ ବ୍ୟବହାର ଆରୋପ 2012 ମସିହାରେ ଆଣିଥିଲେ। ଏହିସମୟରେ ସେ ଆଇପିଏଲ ପାଇଁ ଭାରତରେ ଥିଲେ ଓ ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ ମଧ୍ୟ କରିଥିଲା। ଏହାପରେ ତାଙ୍କର କେସ ଚାଲିଲା ଓ ବେଲ ସହ ପାସପୋର୍ଟ ମଧ୍ୟ ମିଳିଯାଇଥିଲା। ଏହାପରେ ମାମଲା କୋର୍ଟ ବାହାରେ ହିଁ ଶର୍ଟ ଆଉଟ ହୋଇଯାଇଥିଲା।

ରୁବେଲ ହୁସେନ:-

ବାଂଲାଦେଶୀ ଦ୍ରୁତ ବୋଲର ରୁବେଲ ହୁସେନଙ୍କ ଉପରେ 2015 ମସିହାରେ ଜଣେ ମହିଳା ରେପ ଓ ବିବାହ ଠକେଇ ଆରୋପ ଆଣିଥିଲେ। ଏହାପରେ ପୋଲିସ ତାଙ୍କ ଉପରେ କେସ ଦର୍ଜ କରିଥିଲା, ଦାବି ହେଉଥିଲା ତାଙ୍କୁ ବାଂଲାଦେଶ କ୍ରିକେଟ ବୋର୍ଡରୁ ବାହାର କରି ଦିଆଯିବ କିନ୍ତୁ ବାଂଲାଦେଶ କ୍ରିକେଟ ବୋର୍ଡ଼ ତାଙ୍କୁ ବାହାର କରିନଥିଲେ ଓ ତାଙ୍କୁ ବିଶ୍ୱକପ ଖେଳିବା ପାଇଁ ଅଷ୍ଟ୍ରେଲିଆ ପଠା ଯାଇଥିଲା। ଏହି ବିଶ୍ୱକପ ରୁବେଲଙ୍କ ପାଇଁ ସଫଳତା ଆଣିଦେଲା। ସେ ନିଜର ପ୍ରଦର୍ଶନ ବଳରେ ଦଳକୁ କ୍ୱାର୍ଟର ଫାଇନାଲରେ ପହଞ୍ଚାଇବା ସହିତ ଇଂଲଣ୍ଡକୁ ବିଦା କରିଥିଲେ। ଏହି ପ୍ରଦର୍ଶନ ପରେ ରୁବେଲ ହୁସେନଙ୍କ ପ୍ରଶଂସା ସାରା ବାଂଲାଦେଶରେ ହୋଇଥିଲା ଓ ଏଥିରେ ସବୁଠାରୁ ବଡ଼ ପ୍ରଭାବ ସେହି ମହିଳାଙ୍କ ଉପରେ ପଡ଼ିଥିଲା ଯିଏକି ରୁବେଲଙ୍କ ଉପରେ ରେପ କେସ ଆଣିଥିଲେ ଓ ଏହାପରେ ମହିଳା ଜଣକ ନିଜ ଅଭିଯୋଗ ଫେରାଇ ନେଇଥିଲେ।

Leave A Reply

Your email address will not be published.