ମଧ୍ୟପ୍ରଦେଶରୁ ଗୋଟିଏ ଆଶ୍ଚର୍ଯ୍ୟଜନକ ମାମଲା ସମସ୍ତଙ୍କ ସାମ୍ନାକୁ ଆସୁଛି । ଏଠିକାର ଅଗର- ମାଲବା ରେ ଜଣେ ବ୍ୟକ୍ତି ନିଜ ସଡୁଙ୍କୁ ହତ୍ୟା କରିଦେଲା । ତା ସ୍ତ୍ରୀର ତା ସଡୁ ସହିତ ଅବୈଧ ସମ୍ପର୍କ ଥିଲା । ଚଉଠି ରାତି ଦିନ ହିଁ ସଡୁ ଅଭିଯୁକ୍ତକୁ ଧମକ ଦେଇ କହିଥିଲା ଯେ ସେ ନିଜ ସ୍ତ୍ରୀ ଠାରୁ ଦୂରେଇ ରହୁ, ସେ କେବଳ ତାର ଅଟେ ।
ବର୍ତ୍ତମାନ ସେହି ଅଭିଯୁକ୍ତ ଏହି ଧମକର ପୁରା ଏକ ବର୍ଷ ପରେ ନିଜ ସଡୁ ଠାରୁ ପ୍ରତିଶୋଧ ନେଇଛି । ସେ ଲୁଚିଛପି ମୃତକଙ୍କ ଉପରେ ଆକ୍ରମଣ କରିଦେଲା । ଯାହା ପରେ ପୋଲିସ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି ନେଇଛି ।
ଆପଣଙ୍କୁ କହିରଖୁଛୁ ଯେ ଏହି ମାମଲା ନିପାନିଆ ବୈଜନାଥ ଗାଁର ଅଟେ । ଡିସେମ୍ବର 1 ତାରିଖରେ ପୋଲିସକୁ ସୂଚନା ମିଳିଲା ଯେ ଗାଁର 44 ବର୍ଷର ନୁର ମୋହମ୍ମଦଙ୍କୁ ହତ୍ୟା କରାଯାଇଛି । ପୋଲିସ୍ ଏହାପରେ ଘଟଣା ସ୍ଥଳରେ ପହଞ୍ଚିଲା ଏବଂ ଶବକୁ ଜବତ କରି ମାମଲା ପଞ୍ଜିକରଣ କଲା । ବର୍ତ୍ତମାନ ଏହି ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଏସପି ରାକେଶ କୁମାର ସଗର ଅଭିଯୁକ୍ତଙ୍କ ଉପରେ 10 ହଜାର ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି । ବର୍ତ୍ତମାନ ପୋଲିସ ଅଲଗା ଅଲଗା ଟିମ୍ କରି ଏହି ମାମଲାକୁ ଯାଞ୍ଚ କରୁଛି ।
ଘର ଜ୍ବାଇଁ ହେବାପରେ ଚାଲିଲା ଶାଳୀ ସହିତ ଅଫେୟାର :-
ପୋଲିସକୁ ଏହି ଯାଞ୍ଚ ସମୟରେ ଜଣାପଡ଼ିଲା ଯେ ନୁର ମୋହମ୍ମଦ ତିନିଥର ବିବାହ କରିଛନ୍ତି । ତାଙ୍କର ତୃତୀୟ ସ୍ତ୍ରୀ ରାଣୀ ଗଙ୍ଗାପୁରର ବାସିନ୍ଦା ଥିଲେ । ସେ ନିଜ ସ୍ତ୍ରୀ ରାଣୀ ଏବଂ ତାର ଚାରିଜଣ ପିଲା ସହିତ ପ୍ରାୟ ସାଢେ଼ ତିନି ବର୍ଷ ଧରି ସ୍ଵସୁରଘରେ ଗଙ୍ଗାପୁରରେ ହିଁ ରହୁଥିଲେ । ଏପରି ପରିସ୍ଥିତିରେ କିଛି ସମୟ ପୂର୍ବରୁ ହିଁ ସେ ନିଜ ଗାଁ ନିପାନୀୟା ବୈଜନାଥ ଫେରି ଆସିଥିଲେ ।
ମାମଲାରେ ପୋଲିସ କହିଥିଲା ଯେ ଯେତେବେଳେ ସେ ଶ୍ଵଶୁର ଘରେ ରହୁଥିଲା , ସେତେବେଳେ ତାର ନିଜ ଶାଳୀ ସହିତ ଅଫେୟର ହୋଇଯାଇଥିଲା । ଗତ ବର୍ଷ ନଭେମ୍ବରରେ ତାଙ୍କ ଶାଳୀ ର ବିବାହ ସୋହେଲ ଙ୍କ ପୁଅ ଇବ୍ରହିମ୍ ଅର୍ଥାତ ଅବ୍ବୁ ପଠାନ ବାସିନ୍ଦା ସହିତ ହୋଇଗଲା ।
ଫୋନ୍ କରି ଦେବାକୁ ଲାଗିଲା ଧମକ :-
ଏହି ମାମଲାରେ କୁହାଯାଉଛି ଯେ ଶାଳୀ ଶାଶୁଘରେ ପହଞ୍ଚିବା ମାତ୍ରେ ଚଉଠି ରାତି ଦିନ ନୂର୍ ମହମ୍ମଦ ନିଜ ସଡୁ ସୋହେଲଙ୍କୁ ଫୋନ୍ କଲେ । ଶୋହେଲ ଫୋନ୍ ଉଠାଇବା ମାତ୍ରେ ସଦୁ ଧମକ ଦେବାକୁ ଲାଗିଲା । ନୂର ସୋହେଲଙ୍କୁ କହିଲେ, ତୋ ସ୍ତ୍ରୀକୁ ମୁଁ ପୁର୍ବରୁ ହିଁ ନିଜ ପାଖରେ ରଖିଛି । ତୁ ତାଠାରୁ ଦୂରେଇ ରହ । ଯଦି ତା ପାଖକୁ ଯିବୁ, ତେବେ ତୋ ପାଇଁ ଠିକ୍ ହେବନି । ଏହା ଶୁଣି ସୋହେଲ୍ ରାଗିଗଲା ଏବଂ ସେହି ସମୟରେ ନିଜ ସଡୁକୁ ହତ୍ୟା କରିବାପାଇଁ ପ୍ଲାନ୍ କଲା ।
ବର୍ତ୍ତମାନ ପୋଲିସକୁ ଯାଞ୍ଚ ରେ ଜଣାପଡିଛି ଯେ ଶୋହେଲ୍ ନଭେମ୍ବର 30 ତାରିଖରେ ନୁର୍ ମହମ୍ମଦଙ୍କ ଗାଁ ଆଖପାଖରେ ହିଁ ଥିଲା । ଏହାପରେ ପୋଲିସ ସନ୍ଦେହ ଆଧାରରେ ସୋହେଲଙ୍କୁ କଡ଼ା ଭାବେ ପଚରାଉଚରା କଲେ । ପଚରାଉଚରା ରେ ସୋହେଲ ଡରିଗଲା ଏବଂ ସେ ପୋଲିସକୁ ସବୁ ସତ କଥା କହିଦେଲା । ପୋଲିସ୍ ଶୁକ୍ରବାର ଦିନ ଦୁହିଁଙ୍କୁ ଗିରଫ କରି ଜେଲ ପଠାଇ ଦେଇଛି ।