ଏବେ ଜହ୍ନକୁ ଯିବାର ସ୍ୱପ୍ନ ହେବ ପୂରଣ : ସ୍ୱପ୍ନରେ ନୁହେଁ, ବାସ୍ତବରେ ଚାନ୍ଦରେ ପହଞ୍ଚାଇବ ଏହି ଉଡନ୍ତା ଥାଳିଆ,ଜାଣନ୍ତୁ ଏହି ଉଡ଼ନ୍ତା ଥାଳିଆ କଣ !

0

Get real time updates directly on you device, subscribe now.

ବନ୍ଧୁଗଣ ଆପଣ ଚାନ୍ଦକୁ ଯିବା ପାଇଁ କେବେ ଭାବିଛନ୍ତିକି? ଆଉ ଯଦି ଭାବିଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ରହିଛି। ଚାନ୍ଦକୁ ଯିବା ପାଇଁ ପ୍ରସ୍ତୁତ ହୋଇ ଯାଆନ୍ତୁ। କାରଣ ଖୁବ ଶୀଘ୍ର ମାର୍କେଟକୁ ଏମିତି ଏକ ଉଡନ୍ତା ଯାନ ଆସିବ, ଯାହା ଆପଣମାନଙ୍କୁ ଚନ୍ଦ୍ର ପୃଷ୍ଠକୁ ନେଇଯିବ।

ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଏକ ନିଆରା ପ୍ରୋଜେକ୍ଟ ଉପରେ କାମ କରୁଛି। ଏଠାରେ ଏକ ଫ୍ଲାଇଙ୍ଗ ପ୍ଲେଟ ବା ଉଡନ୍ତା ଥାଳି ଭଳି ଏକ ପ୍ରୋଟୋଟାଇପ ତିଆରି କରାଯାଇଛି ଯାହା ଆପଣଙ୍କୁ ଚନ୍ଦ୍ରକୁ ନେଇଯିବ ଏବଂ ଏହା ସେଠାରୁ ଶକ୍ତିକୁ ଟାଣିବ। ଆପଣ ଆଜି ପର୍ଯ୍ୟନ୍ତ ଅନେକ ଯାନ ବାହାନ ଦେଖିଥିବେ ଖାଲି ସେତିକି ନୁହେଁ ଜଳ ସ୍ତର ହେଉ, ସ୍ଥଳ କିମ୍ବା ଆକାଳ ମାର୍ଗ ବିଭିନ୍ନ ପ୍ରକାର ଯାନବାହାନ ଆମେ ଦେଖିଥାଉ, କିନ୍ତୁ ଯେତେବେଳେ ମହାକାଶକୁ ଯିବା କଥା ଆସେ ସେତେବେଳେ ସମୟରେ କେବଳ ଆଖି ସାମ୍ନାକୁ ଆସେ ରକେଟ ଓ ମହାକାଶକୁ ଯିବାକୁ ଥିବା ଅନ୍ୟ ସବୁ ଯନ୍ତ୍ର।

ତେବେ ଆପଣମାନେ ଆଜି ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଯାନବାହାନ ଦେଖିଥିବେ କିନ୍ତୁ ପିଲାବେଳେ ୟୁଏଫଓ ବା ଅନଆଇଡେଣ୍ଟିଫାଏଡ ଫ୍ଲାଇଙ୍ଗ ଅବଜେକ୍ଟ ବା ଏଲିଏନଙ୍କ ଯାନ କୁହାଯାଉଥିବା ଥାଳି ବିଷୟରେ ଆପଣମାନେ ଶୁଣିଥିବେ। ଆପଣ ଅନେକ ମିଡିଆରୁ ମଧ୍ୟ ଶୁଣିଥିବେ ଓ ପଢିଥିବେଯେ ଦୁନିଆରେ ସ୍ପେସଶିପ ଦେଖାଯାଇଛି। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଯାନ ବିଷୟରେ କହିବା ପାଇଁ ଯାଉଛୁ ଯାହା କେବଳ କଳ୍ପନା ନୁହେଁ, ବାସ୍ତବତାରେ ମଧ୍ୟ ପରିଣତ ହୋଇଛି।

ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଏପରି ଏକ ପ୍ରୋଟୋଟାଇପ ବା ପ୍ଲେଟ ଯାନ ଉପରେ କାମ କରୁଅଛି ଯାହା ଲୋକମାନଙ୍କୁ ଚନ୍ଦ୍ରକୁ ନେଇଯିବ, ହୁଏତ କିଛି ସମୟ ପାଇଁ। ଚନ୍ଦ୍ରରେ ପହଞ୍ଚିବା ପାଇଁ ଏହାକୁ ଆଉ ରକେଟର ଆବଶ୍ୟକ ହେବ ନାହିଁ, ବରଂ ଏହା ଚନ୍ଦ୍ରର ସକରାତ୍ମକ ଚାର୍ଜ ବା ପଜିଟିଭ ଏନର୍ଜି ସର୍ଫେସ ଉପରେ ନିର୍ଭର କରିବ।

ଏହା ପାୱାର ଟ୍ରେନ୍ ଟେକ୍ନୋଲୋଜିରେ ଏକ ବଡ କ୍ରାନ୍ତି ଆଣିବ। ତେବେ ଏଥିରେ କୌଣସି ଆଶ୍ଚର୍ଯ୍ୟ ହେବାର ନାହିଁଯେ ଏହି ପ୍ରୋଟୋଟାଇପ ବା ଉଡନ୍ତା ଥାଳିର କାମ ବା ଉତ୍ପାଦନ ଆଗାମୀ ଦିନରେ ମଧ୍ୟ ଆରମ୍ଭ ହୋଇଯିବ। ଏବଂ ଯଦି ଏମିତି ହୁଏ ତେବେ ଏହାର ପାୱାର ଟ୍ରେନ୍ ଟେକ୍ନୋଲୋଜିରେ ଏକ ବିପ୍ଳବ ବା ନୂଆ କ୍ରାନ୍ତି ଆଣିବ ଯାହା ଚାନ୍ଦ ଉପରେ ଚାଲୁଥିବା ଅନ୍ୟ ଯାନବାହାନ ଗୁଡିକରେ ବ୍ୟବହାର କରାଯାଇପାରିବ।

ପ୍ରାୟ ଏକ ଦଶନ୍ଧି ଧରି ଫ୍ଲାଇଙ୍ଗ୍ କାର ଓ ଚନ୍ଦ୍ର ପୃଷ୍ଠକୁ ଯିବା ମଣିଷଙ୍କର ଏକ ସ୍ୱପ୍ନ ହୋଇ ରହିଆସିଛି। ଏବଂ ଅନେକ କମ୍ପାନୀ ଏହାକୁ ତିଆରି କରିବାର ଶେଷ ପର୍ଯ୍ୟାୟରେ ଅଛନ୍ତି। ଏମିତିକି ଏହି ଯାନ ଗୁଡିକର ପରୀକ୍ଷା ମଧ୍ୟ ଆରମ୍ଭ ହୋଇସାରିଛି। ରୋଲ୍ସ ରୋଏସ ପରି ଏକ ବଡ ଓ ନାମୀ କମ୍ପାନୀ ବର୍ତ୍ତମାନ ପର୍ଯ୍ୟନ୍ତ ଉଡୁଥିବା ଗାଡିମାନଙ୍କର ରଫ୍‌ତାର ପାଇଁ ରେକର୍ଡ ଭାଙ୍ଗିଛି। କିନ୍ତୁ ଅଧିକ ସଂଖ୍ୟାରେ ଏହି ଗାଡିଗୁଡିକର ଉତ୍ପାଦନ ମଧ୍ୟ ବର୍ତ୍ତମାନ ହେବାରେ ସମୟ ବାକି ଅଛି।

ତେବେ ଆବିଷ୍କାର କରାଯାଇଥିବା ଉଡନ୍ତା ଯାନ ଏମଆଇଟି ଡେଭେଲ୍ପଡ ଫ୍ଲାଇଙ୍ଗ ସେଂସରକୁ ଉଡାଇବା ପାଇଁ ଚନ୍ଦ୍ର ପୃଷ୍ଠ ହେଉଛି ସବୁଠାରୁ ଭଲ ପୃଷ୍ଠ ବୋଲି ଏହା ଏକ ରିପୋର୍ଟରୁ ଜଣା ପଡିଛି। ଏହା ମଧ୍ୟ କୁହାଯାଇଛିଯେ ଚନ୍ଦ୍ରରେ କୌଣସି ପ୍ରତିରକ୍ଷା ବାତାବରଣ ବା ପ୍ରୋଟେକ୍ଟିଭ ଆଟମୋସଫିୟର ନାହିଁ। ସେମିତିରେ ସ୍ପେସ ପ୍ଲାଜମା ଏବଂ ସୂର୍ଯ୍ୟଙ୍କର ଅତିବାଇଗଣି ରଶ୍ମି ଏଠାରେ ସିଧାସଳଖ ଆସି ପଡ଼େ। ଏହାର କାରଣ ହେଉଛିକି ଚନ୍ଦ୍ର ପୃଷ୍ଠରେ ସକରାତ୍ମକ ଶକ୍ତି ବା ପଜିଟିଭ ଏନେର୍ଜି ରହିଥାଏ, ତେଣୁ ଏଠାରେ ଧୂଳି ଭୂପୃଷ୍ଠରୁ ପ୍ରାୟ ଏକ ମିଟର ଉପରେ ଉଡିଥାଏ। ସେଥିପାଇଁ ଏଠାରେ ଉଦ୍ଭାବନ କରାଯାଇଥିବା ଯାନ ଅତି ସହଜରେ ଆସିପାରିବ ବୋଲି କୁହାଯାଇଛି ।

ଏହା ଛଡା ଚନ୍ଦ୍ର ପୃଷ୍ଠରେ ଅନେକ ପ୍ରକାର ଏନେର୍ଜି ମଧ୍ୟ ରହିଛି। ଏକ ରିପୋର୍ଟରୁ ଜଣା ପଡିଛିଯେ MIT ଫ୍ଲାଇଙ୍ଗ ସେନ୍ସର, ୟୁନିକ ପଜିଟିବ୍ଲି ଚାର୍ଜ୍ଡ ପ୍ରପର୍ଟିରୁ ପାମ୍ପ୍ଲେସନ ମାଧ୍ୟମରେ ଏନର୍ଜି ଟାଣିଥାଏ। ଉଡ଼ୁଥିବା ଏହି ଯାନ ଚନ୍ଦ୍ର ପୃଷ୍ଠରେ ନକାରାତ୍ମକ ଭାବରେ ଚାର୍ଜ ହୋଇଥିବା ଶକ୍ତିକୁ ମାତ ମଧ୍ୟ ଦେଇଥାଏ ଏବଂ ଚନ୍ଦ୍ର ପୃଷ୍ଠରୁ ସକରାତ୍ମକ ଶକ୍ତି ଗ୍ରହଣ କରି ଭୂପୃଷ୍ଠ ଉପରେ ରହିଥାଏ।

ଏହି ଅନନ୍ୟ ଯାନର ପ୍ରୋପଲ୍ସନ ସିଷ୍ଟମରେ ମୋଲ୍ଟନ ସଲ୍ଟର ଭାଟ ଲାଗିଥାଏ, ଯାହା ଅଧିକ ପରିମାଣରେ ନେଗେଟିଭ ଆଇକନ୍ସ ବା ନକାରାତ୍ମକ ଆଇକନ ସୃଷ୍ଟି କରିଥାଏ। ତେବେ ଏହି ଯାନ ବର୍ତ୍ତମାନ ପର୍ଯ୍ୟନ୍ତ ଚନ୍ଦ୍ର ପୃଷ୍ଠକୁ ଯାଇ ନାହିଁ। କିନ୍ତୁ ଏହି ଯାନରେ ଥିବା ପ୍ରୋପଲ୍ସନ କୌଶଳଟି ଅତ୍ୟନ୍ତ ଆକର୍ଷଣୀୟ ଦେଖାଯାଏ। ତେବେ ଖୁବ ଶିଘ୍ର ଏହି ଯାନ ବିନା ରକେଟରେ ଚନ୍ଦ୍ରପୃଷ୍ଠକୁ ମଧ୍ୟ ଯିବ ବୋଲି ସୂଚନା ମିଳିଛି। ଏହାର ପ୍ରସ୍ତୁତି ବର୍ତ୍ତମାନ ଜୋରସୋରରେ ଚାଲିଛି।

Leave A Reply

Your email address will not be published.