ନା ଅଛି ହାତ,ନା ଅଛି ଗୋଡ….ତଥାପି ଜୁଗାଡ କରି ଏମିତି ଭାବରେ ବ୍ୟକ୍ତିଜଣକ ଚଳାଉଛନ୍ତି ରିକ୍ସା,ଭିଡ଼ିଓ ଦେଖିଲେ ସାଲୁଟ ନକରି ରହିପାରିବେନି ! ଦେଖନ୍ତୁ ଭିଡ଼ିଓ !

0

Get real time updates directly on you device, subscribe now.

ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ନିଜର ଦମଦାର ମହଜ୍ଜୁଦ ପାଇଁ ଜଣାଶୁଣା|ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ପ୍ରତି ତାଙ୍କର ଦୃଷ୍ଟି ଆକର୍ଷଣ କରିଥାଏ|ଏପରି ଏକ ଭିଡିଓ ସେ ନିଜର ଟୁଇଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି|ଏଥିରେ ଜଣେ ବିନା ହାତ ଗୋଡ ଥିବା ଦିବ୍ୟାଙ୍ଗ ମୋଡିଫାଏଡ ରିକ୍ସା ଚଳାଉଛନ୍ତି|ଏହି ଭିଡିଓରେ ଆନନ୍ଦ ମହିନ୍ଦ୍ରା ବହୁ ପ୍ରଭାବିତ ହୋଇଛନ୍ତି|

ସେ କହିଛନ୍ତି ଯେ ଏହି ଭିଡିଓକୁ ଦେଖି ସେ ଅବାକ ହୋଇଗଲେ|ଏହି ବ୍ୟକ୍ତି ଶାରିରୀକ ଅକ୍ଷମର ସାମ୍ନା ତ କରୁଛନ୍ତି କିନ୍ତୁ ଭଗବାନ ଯାହା ଦେଇଛନ୍ତି ସେ ଖୁସ୍ ଓ ଏଥିପାଇଁ ଆଭାରୀ|ସେ ଏହି ବ୍ୟକ୍ତି ପାଇଁ ଚାକିରୀ ଅଫର କରିଛନ୍ତି|ସେ ଲୋକଙ୍କୁ କହିଛନ୍ତି ଏହି ସମ୍ପର୍କରେ ତଥ୍ୟ ଜୁଟାଇବାକୁ ସାହାଯ୍ୟ କରନ୍ତୁ|

୧ ମିନିଟ୍ ୭ ସେକେଣ୍ଡର ଏହି ଭିଡିଓ ଆଶା ସଞ୍ଚାର କରିଛି|ଭିଡିଓରେ ଵିନା ହାତ ଗୋଡ ଥିବା ବ୍ୟକ୍ତି ସଡକରେ ନିଜର ମୋଡିଫାଏଡ ରିକ୍ସା ଵଡ କନ୍ଫିଡେନ୍ସ ସହ ଚଳାଉଛି|ଏହି ବ୍ୟକ୍ତି ସହ କଥା ହୋଇ ଓ ଗାଡି ଦେଖି ଲାଗୁଛି ଯେ ବ୍ୟକ୍ତି ଦିଲ୍ଲୀରେ ରିକ୍ସା ଚଳାଉଛି|

ଆନନ୍ଦ ଏହି ଭିଡିଓ ସେୟାର କରି ଟୁଇଟ କରିଛନ୍ତି ଏହି ଭିଡିଓ ଆଜି ମୋର ଟାଇମ ଲାଇନରେ ମିଳିଲା|ଏହା କେତେ ପୁରୁଣା ଓ କେଵେକାର ଜଣା ନାହିଁ, ମୁଁ କିନ୍ତୁ ତାଙ୍କୁ ସମ୍ମାନ ଜଣାଉଛି,ଯିଏ ନା କେଵଳ ଶାରିରୀକ ଅକ୍ଷମ ସାମ୍ନା କରୁଛନ୍ତି ଓ ଯାହା ତାଙ୍କ ପାଖରେ ଅଛି ସେଥିପାଇଁ ମୁଁ ଆଭାରୀ ଅଟେ|

ଭିଡିଓରେ ବ୍ୟକ୍ତି କହିଛନ୍ତି ଯେ ସେ ଏହା ୫ ବର୍ଷ ଧରି ଚଳାଉଛନ୍ତି|ତାଙ୍କ ଘରେ ପତ୍ନୀ ବ୍ୟତୀତ ୨ ଛୋଟ ଛୁଆ ରହିଛି|ବାପା ମା ବୁଢା ହୋଇଛନ୍ତି ଓ ଘର ଖର୍ଚ୍ଚ ଚଳାଇବାକୁ ସେ ଗାଡି ଚଳାଉଛନ୍ତି|

ମହିନ୍ଦ୍ରା ଏହି ଟୁଇଟରେ ଜବାଵ ଦେଇ କହିଛନ୍ତି ବ୍ୟକ୍ତିକୁ ଦକ୍ଷିଣ ଦିଲ୍ଲୀ କ୍ଷେତ୍ର ମହୈରଲୀ ଆଖପାଖରେ ଦେଖାଯାଇଛି|କିନ୍ତୁ ସଠିକ ଠିକଣା ମିଳିନାହିଁ|ଦଳ ଏହାର ସନ୍ଧାନ ଜୁଟାଉଛି|

ତାଙ୍କ ଟୁଇଟରରେ ୮୬ ଲକ୍ଷ ଫଲୋୟର ଅଛନ୍ତି|କିଛି ଦିନ ପୂର୍ବେ ଜୁଗାଡ ଗାଡି ଚଳାଉଥିବା ବ୍ୟକ୍ତିଙ୍କୁ ବଲେରୋ ଦେଵା ପାଇଁ କହିଥିଲେ|

Leave A Reply

Your email address will not be published.