Happy Birthday Ratan Tata : ରତନ ଟାଟା ବର୍ତ୍ତମାନ ସୁଦ୍ଧା କାହିଁକି ଅବିବାହିତ ରହିଛନ୍ତି ? ଜାଣନ୍ତୁ ଏହି ନିଷ୍ପତ୍ତି ପଛରେ ଥିବା କାରଣ !
ଟାଟା ଗ୍ରୁପ ର ପୂର୍ବତନ ଚେୟାରମ୍ୟାନ ରତନ ଟାଟା ବିବାହ କରିନାହାନ୍ତି । ତେବେ ଏହାର ଅର୍ଥ ଏହା ନୁହେଁ ଯେ ସେ କାହାକୁ କେବେ ଭଲ ପାଇନଥିଲେ । ଗୋଟିଏ ଇଣ୍ଟରଭିୟୁ ରେ ନିଜେ ରତନ ଟାଟା ନିଜ ଲଭ ଲାଇଫକୁ ପ୍ରକାଶ କରିଥିଲେ । ତାଙ୍କ ଜୀବନରେ ଥରେ ନୁହେଁ, ଚାରିଥର ପ୍ରେମ ହୋଇଛି, କିନ୍ତୁ ପରିସ୍ଥିତି ଆଗରେ ତାଙ୍କ ସମ୍ପର୍କର ଡୋରି ଦୁର୍ବଳ ହୋଇଯାଇଥିଲା । ଏହାପରେ ରତନ ଟାଟା କେବେ ବି ବିବାହ ବିଷୟରେ ଭାବି ନାହାନ୍ତି । ଆସନ୍ତୁ ରତନ ଟାଟାଙ୍କ 84ତମ ଜନ୍ମଦିନରେ ତାଙ୍କ ଲଭ ଲାଇଫ ବିଷୟରେ କିଛି କୌତୁହଳ କଥା ।
ପ୍ରସିଦ୍ଧ ବିଜନେସ ମ୍ୟାନ, କିନ୍ତୁ ପ୍ରେମରେ ଅସଫଳ :-
ପ୍ରସିଦ୍ଧ ବିଜନେସ ମ୍ୟାନ ରତନ ଟାଟାଙ୍କର ଡିସେମ୍ବର 28 ତାରିଖ 1937 ମସିହାରେ ସୁରତରେ ଜନ୍ମ ହୋଇଥିଲା । ଟାଟା ଗ୍ରୁପ ର ପୂର୍ବତନ ଚେୟାରମ୍ୟାନ ନିଜର ଗୋଟିଏ ଭିନ୍ନ ପରିଚୟ ତିଆରି କଲେ ଏବଂ ସଫଳତା ମଧ୍ୟ ପାଇଲେ । ସେ ଟାଟା ଗ୍ରୂପକୁ ନୂତନ ଉଚ୍ଚତା କୁ ନେଇ ପହଞ୍ଚାଇବାର କାମ କଲେ ।
ବିଜନେସ ଦୁନିଆରେ ତ ରତନ ଟାଟା ଖୁବ୍ ନାଁ କମାଇଛନ୍ତି, କିନ୍ତୁ ପ୍ରେମ ମାମଲାରେ ସେ ଅସଫଳ ବୋଲି ପ୍ରମାଣିତ ହୋଇଛନ୍ତି । ଗୋଟିଏ ଟିଭି ଚ୍ୟାନେଲ କୁ ଦେଇଥିବା ଇଣ୍ଟରଭିୟୁରେ ଅବିବାହିତ ଶିଳ୍ପପତି ରତନ ଟାଟା ନିଜ ଲଭ ଲାଇଫ ବିଷୟରେ ଅନେକ ଖୁଲାସା କରିଥିଲେ ।
ରତନ ଟାଟା ନିଜ ଇଣ୍ଟରଭିୟୁରେ କହିଥିଲେ ଯେ ତାଙ୍କୁ ମଧ୍ୟ ପ୍ରେମ ହୋଇଥିଲା, କିନ୍ତୁ ସେ ନିଜ ପ୍ରେମକୁ ବିବାହର ମର୍ଯ୍ୟାଦା ପର୍ଯ୍ୟନ୍ତ ପହଞ୍ଚାଇ ପାରିନଥିଲେ । ଟାଟା କହିଛନ୍ତି ଯେ ଦୂରରୁ ଭାବିଲେ ତାଙ୍କୁ ଲାଗେ ଯେ ଅବିବାହିତ ରହିବା ତାଙ୍କ ପାଇଁ ଠିକ୍ ବୋଲି ପ୍ରମାଣିତ ହେଲା, କାରଣ ସେ ଯଦି ବିବାହ କରିଥାନ୍ତେ, ତେବେ ପରିସ୍ଥିତି ବହୁତ୍ ଜଟିଳ ହୋଇଥାନ୍ତା ।
ସେ କହିଛନ୍ତି, ‘ ଯଦି ଆପଣ ପଚାରିବେ ଯେ କଣ୍ ମୁଁ କେବେ କାହାକୁ ଭଲ ପାଇଥିଲି, ତେବେ ଆପଣଙ୍କୁ କହିରଖୁଛି ଯେ ମୁଁ ଚାରିଥର ବିବାହ କରିବାପାଇଁ ଗମ୍ଭୀର ହୋଇଥିଲି ଏବଂ ପ୍ରତ୍ୟେକ ଥର କିଛି ନା କିଛି ଡର କାରଣରୁ ମୁଁ ପଛକୁ ହଟିଗଲି । ନିଜ ପ୍ରେମ ଜୀବନ ବିଷୟରେ ଟାଟା କହିଛନ୍ତି, ଯେତେବେଳେ ମୁଁ ଆମେରିକାରେ କାମ କରୁଥିଲି, ସେତେବେଳେ ବୋଧହୁଏ ମୁଁ ପ୍ରେମକୁ ନେଇ ସବୁଠାରୁ ଅଧିକ ସିରିଏସ ହୋଇଯାଇଥିଲି ଏବଂ ଆମେ କେବଳ ଏଥିପାଇଁ ବିବାହ କରିପାରିଲୁ ନାହିଁ, କାରଣ ମୁଁ ଭାରତକୁ ଫେରିଆସିଲି ।’