ବର୍ତ୍ତମାନ ସମୟରେ ସବୁଠାରୁ ବଡ଼ ଖବର ହେଉଛି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନିଙ୍କ ପତ୍ନୀ ପରିଚୟ ପତ୍ର ଲୋକ ସଭା ସଚିବାଳୟ ବାତିଲ କରିଛି ଏହାକୁ ତୁରନ୍ତ ଦାଖଲ କରିବା ପାଇଁ ବର୍ଷାଙ୍କୁ ପତ୍ର ଲେଖା ଯାଇଛି ଲୋକସଭା ସଚିବାଳୟ ସୁରକ୍ଷା ବିଭାଗର ଉପନିର୍ଦେଶକା ଦୀପିକା ଭାଲାଙ୍କ ଦ୍ବାରା ଲେଖା ଯାଇଥିବା ପତ୍ରରେ ଲୋକସଭା ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନୀ ଭାବେ ବର୍ଷାଙ୍କୁ ପ୍ରଦାନ କରାଯାଇ ଥିବା ପନ୍ଥୀ ପରିଚୟ ପତ୍ର ନମ୍ବର ୩୦୦ କୁ ତୁରନ୍ତ ବାତିଲ କରାଗଲା ବୋଲି ଉଲ୍ଲେଖ କରା ଯାଇଛି ।
ଏହାକୁ ଯଥାଶୀଘ୍ର ଲୋକସଭା ସଚିବାଳୟର ସିପିଆଇସି କାର୍ଯ୍ୟଳୟରେ ଦାଖଲ କରିବା ପାଇଁ ତାଙ୍କୁ କୁହାଯାଇଛି ସାଂସଦ ଅନୁଭବ ମହାନ୍ତି ଲୋକସଭା ମହାସଚିବଙ୍କୁ ଲେଖୁ ଥିବା ଏକ ପତ୍ର ଆଧାରରେ ୨୦୨୧ ଡିସେମ୍ବର ୨୦ ରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ସେ ସେଥିରେ ଉଲ୍ଲେଖ କରି ଥିଲେ କି ତାଙ୍କ ପତ୍ନୀ ବର୍ଷା ଲୋକସଭା ସଚିବାଳୟ ପକ୍ଷରୁ ପନ୍ଥୀ ପରିଚୟ ପତ୍ର ପ୍ରଦାନ କରାଯାଇଛି ଏବେ ଏହା ତାଙ୍କ ପାଖରେ ରହିଛି । ନିକଟରେ ବର୍ଷା ପାସପୋର୍ଟ, ଜେନେରେଲ ତଥା ପ୍ୟାନ ନମ୍ବର ଭଳି ଅନ୍ୟ ସରକାରୀ ଦସ୍ତାବିଜ ହାସଲ କରିବା ପାଇଁ ଜାଲ ଓ ଭୁଲ ସୂଚନା ଦେଇ ଥିବା ତାଙ୍କ ନିଜରକୁ ଆସିଛି।
ସାଂସଦଙ୍କ ପତ୍ନୀ ରୂପେ ଏଭଳି କାର୍ଯ୍ୟ ଶୋଭନୀୟ ନୁହେଁ, ଜଣେ ଦାୟିତ୍ୱବାନ ତଥା ଆଇନ ପାଳନ କରୁଥିବା ଭାରତୀୟ ନାଗରିକ ଭାବେ ଏହି ପ୍ରସଙ୍ଗରେ ସେ ସମ୍ବୋଧୃତ ବିଭାଗକୁ ଅବଗତ କରାଇଛନ୍ତି ଏହି ସବୁ ମାମଲାର ତଦନ୍ତ ଚାଲିଛି ଏବଂ ତଦନ୍ତର ଫଳାଫଳ ଆସିବା ପରେ ସେ ଏହି ସମୃଦ୍ଧରେ ମଧ୍ୟ ଅବଗତ କରାଇବେ । ବର୍ଷାଙ୍କୁ ଦିଆ ଯାଇଥିବା ପୂର୍ବ ସ୍ବାଧୀକାର ଅଧିକାର ତଥା ପତ୍ନୀ ପରିଚୟ ପତ୍ରକୁ ବାତିଲ କରାଯାଉ ସାଂସଦ ପରିସର ଓ ବିଦେଶ ଭ୍ରମଣ ପାଇଁ ବର୍ଷାଙ୍କ ପତ୍ନୀ ପରିଚୟ ପତ୍ରକୁ ବାରଣ କରାଯାଉ ଓ ପତ୍ନୀ ପରିଚୟ ପତ୍ର ସହିତ ଅନ୍ୟାନ୍ୟ ସ୍ବାଧୀକାର ଓ ଅଧିକାର ଗୁଡିକର ଯେଭଳି ବର୍ଷାଙ୍କ ଦ୍ବାରା ଦୁରୁପଯୋଗ ହେବ ନାହିଁ ତାହାକୁ ନେଇ ଅନୁଭବ ମହାନ୍ତି ଆବଶ୍ୟକ ପଦକ୍ଷେପ ନେବା ପାଇଁ ତଥା ଲୋକସଭା ସଚିବାଳୟ ଲେଖୁଥିବା ପତ୍ରରେ ଉଲ୍ଲେଖ କରାଯାଇଛି ।
ଏହା ସହିତ ମିଡ଼ିଆ ସାମ୍ନାରେ ବର୍ଷାଙ୍କ ପାଖରେ ବହୁତ ଜାଲି କାଗଜପତ୍ର ଥିବାର ଅଭିଯୋଗ କରିଥିଲେ । ତେବେ ଏହି ଖବର ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି ଏବଂ ଏହାକୁ ନେଇ ବର୍ଷା ପ୍ରିୟଦର୍ଶିନୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ସେ ମଧ୍ୟ ଏହାକୁ ନେଇ ଖୁବ ଲଜ୍ୟା ଅନୁଭବ କରିଥିବାର ମନେ ହେଉଛି ।