ଏ ହେଉଛନ୍ତି ମନୋଜ ମୋଦୀ, ଯାହାଙ୍କୁ କୁହାଯାଏ ଅମ୍ବାନୀଙ୍କର ଚାଣକ୍ୟ ! ବଡ଼ ବଡ଼ ଡିଲକୁ ଗୋଟିଏ ଚୁଟକିରେ ସମାଧାନ କରିଥାନ୍ତି ! ଜାଣନ୍ତୁ ତାଙ୍କ ବିଷୟରେ କିଛି !
ଏସିଆର ସବୁଠାରୁ ଧନୀ ମାନଙ୍କ ଲିଷ୍ଟରେ ଆସୁଥିବା ମୁକେଶ ଅମ୍ବାନୀଙ୍କ ନିନେଶ ବର୍ତ୍ତମାନ ଜିଓ ପ୍ଲାଟଫର୍ମରେ ଅଧିକ ରହିଛି। ମଜା ବିଷୟ ଏହା ହେଉଛି କି, ଯେତେବେଳେ ଲୋକେ ଲକଡାଉନ ସମୟରେ ସବୁ ଧନ୍ଦା ହରାଇ ବସିଥିଲେ ସେତେବେଳେ ମଧ୍ୟ ଜିଓ ପ୍ଲାଟଫର୍ମରେ ନିବେଶ କରାଯାଇଥିଲା। ମୁକେଶ ଅମ୍ବାନୀ ବିଜନେସର ବଡ଼ ଟାଇକୁନ ଅଟନ୍ତି ଓ ବଡ଼ ବଡ଼ ଡ଼ିଲକୁ ଚୁଟକି ମାରି ସମାଧାନ କରିଦିଅନ୍ତି। ଏହି ସମାଧାନ ପଛରେ ହାତ ରହିଛି ତାଙ୍କର ଏକ ବନ୍ଧୁ ମନୋଜ ମୋଦୀଙ୍କର, ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି କଥା।
କରୋନା କାଳ ମଧ୍ୟରେ ଫେସବୁକ ସମେତ ଦୁନିଆର 8ଟି ବଡ଼ ବଡ଼ କମ୍ପାନୀ ଜିଓ ପ୍ଲାଟଫର୍ମରେ ନିବେଶ କରିଥିଲେ। ଏହାପରେ କମ୍ପାନୀ ଗୁଡ଼ିକ ଶେୟର ବିକ୍ରି କରି 97,988 କୋଟି ଟଙ୍କା କମାଇ ଥିଲେ। ଏହାପରେ କମ୍ପାନୀ ଶକ୍ତିଶାଳୀ ହୋଇଯାଇଥିଲା। ମିଡ଼ିଆ ରିପୋର୍ଟ କଥା କହିବାକୁ ଗଲେ ଏହି ଡ଼ିଲ ପଛରେ ମୁକେଶଙ୍କ ଯୋଗଦାନ ରହିଥିବା ବେଳେ ମୁଖ୍ୟ ଯୋଗଦାନ ତାଙ୍କ ବନ୍ଧୁ ମନୋଜ ମୋଦୀଙ୍କର ରହିଥିଲା।
କିଏ ମନୋଜ ମୋଦି:-
ରିଲାଏନ୍ସ ଇଣ୍ଡଷ୍ଟ୍ରିରେ 2007 ମସିହାରୁ ମନୋଜ ଜଡ଼ିତ ରହିଛନ୍ତି। ସେ ଗୁଜୁରାଟର ଅଟନ୍ତି ଓ ପ୍ରତ୍ୟେକ ପ୍ରୋଜେକ୍ଟରେ ସେ ବଡ଼ ରୋଲ ନିଭାଇ ଥାଆନ୍ତି। ହଁ ତାଙ୍କୁ ମୁକେଶ ଅମ୍ବାନୀଙ୍କ ରାଇଟ ହ୍ୟାଣ୍ଡ ମଧ୍ୟ କୁହା ଯାଇଥାଏ। ଆପଣଙ୍କୁ ଜଣାଇଦେଉଛୁ କି, ମନୋଜ ମୋଦିଙ୍କ ଭୂମିକା ରିଲାଏନ୍ସ ହାଜିରା ପେଟ୍ରୋ କେମିକାଲସ, ଜାମନଗର ରିଫାଇନାରୀ, ରିଲାଏନ୍ସ ରିଟେଲ ଓ ରିଲାଏନ୍ସ ଜିଓ ଆଦିରେ ରହିଛି, ଯେଉଁଥିରେ ସେ କେବେବି ମୁକେଶ ଅମ୍ବାନୀଙ୍କୁ ନିରାଶ କରିନାହାଁନ୍ତି।
ନିଜର ବୁଝାମଣା ଓ ଅନୁଭବ କାରଣରୁ ସେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ବଡ଼ ବଡ଼ ପ୍ରୋଜେକ୍ଟ ହ୍ୟାଣ୍ଡଲ କରି କମ୍ପାନୀକୁ ଆଜି ବହୁତ ବଡ଼ କରିସାରିଛନ୍ତି। ଯେଉଁଥିପାଇଁ ମୁକେଶ ଅମ୍ବାନୀ ତାଙ୍କୁ ପ୍ରଶଂସିତ କରୁଛନ୍ତି। କୁହାଯାଉଛି ମନୋଜ ବର୍ତ୍ତମାନ ମୁକେଶଙ୍କ ପ୍ରିୟ ହୋଇଯାଇଛନ୍ତି ଓ ଏତିକି ବି ନୁହେଁ ସେମାନଙ୍କ ମଧ୍ୟରେ ବନ୍ଧୁତା ମଧ୍ୟ ହୋଇସାରିଛି।
ସେ ଅମ୍ବାନୀଙ୍କ କ୍ଳାସମେଟ ମଧ୍ୟ ରହିସାରିଛନ୍ତି:-
ଖବର ଅନୁସାରେ, ମନୋଜ ଓ ମୁକେଶ ଅମ୍ବାନୀ ଇଂଜିନିୟରିଂ ସମୟରେ କ୍ଳାସମେଟ ଥିଲେ। ଉଭୟଙ୍କ ମଧ୍ୟରେ ବନ୍ଧୁତା ଇଂଜିନିୟରିଂ ସମୟରେ ହୋଇଥିଲା। କଲେଜ ଶେଷ ହେବାପରେ ମଧ୍ୟ ଉଭୟଙ୍କ ବନ୍ଧୁତା ଆଜିବି ରହିଛି। କୁହାଯାଉଛି ମନୋଜଙ୍କ ଉପରେ ମୁକେଶ ସବୁଠାରୁ ଅଧିକ ଭରସା କରନ୍ତି।
ପବ୍ଲିସିଟି ଠାରୁ ଦୂରରେ ରହିଥାନ୍ତି:-
ମନୋଜ ହୁଏତ ବଡ଼ ବଡ଼ ଡିଲ ରିଲାଏନ୍ସ ପାଇଁ କରିଛନ୍ତି କିନ୍ତୁ କେବେ ତାଙ୍କର ଚର୍ଚ୍ଚା ହୋଇନାହିଁ। ସେ ନିଜକୁ ପବ୍ଲିସିଟି ଠାରୁ ଦୂରରେ ରଖନ୍ତି ଓ ସେଥିପାଇଁ ଲୋକେ ତାଙ୍କ ବିଷୟରେ ବେଶୀ କିଛି ଜାଣନ୍ତି ନାହିଁ। ଏତିକି ମଧ୍ୟ ନୁହେଁ ପରଦା ପଛରେ ରହି କାମ କରିବା ତାଙ୍କୁ ବହୁତ ପସନ୍ଦ।
ସୂଚନା ଅନୁସାରେ, ମନୋଜ ମୁକେଶଙ୍କ ପିଲାଙ୍କୁ ମଧ୍ୟ ଟ୍ରେନିଂ ଦେଉଛନ୍ତି ଯେଉଁଥିପାଇଁ ସେମାନେ ଆଜି ସଫଳତା ଆଡ଼କୁ ମାଡ଼ି ଚାଲିଛନ୍ତି।