Indian Oil ରେ ଖାଲିପଡିଛି ୩୦୦ରୁ ଉର୍ଦ୍ଧ୍ୱ ପଦବୀ,ଜାଣନ୍ତୁ କେଉଁ କେଉଁ ସବୁ ପଦବୀ ଏବଂ ତୁରନ୍ତ ଆବେଦନ କରନ୍ତୁ !

0

Get real time updates directly on you device, subscribe now.

ଚାକିରି ଖୋଜୁଥିବା ଯୁବପିଢିମାନଙ୍କ ପାଇଁ ଆସିଲା ସୁବର୍ଣ୍ଣ ସୁଯୋଗ। ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡରେ ଅନେକ ପଦବୀ ଖାଲି ପଡିଛି। ଆବେଦନ ଅନୁସାରେ ଟ୍ରେଡ ଅପରେଣ୍ଟିସ, ଟେକ୍ନିସିଆନ, ଫିଟର, ଆକାଉଣ୍ଟାଣ୍ଟ, ଇଲେକ୍ଟ୍ରିସିଆନ ଏବଂ ଡାଟା ଏଣ୍ଟ୍ରି ଅପରେଟର ସହ ୩୦୦ଟି ପଦବୀ ଖାଲିପଡିଛି। ଏହି ପଦବୀରେ ନିଯୁକ୍ତି ପାଇଁ ଅନଲାଇନ ମାଧ୍ୟମରେ ଆବେଦନ କରିହେବ। ଯେଉଁ ପ୍ରାର୍ଥୀମାନେ ଚାକିରି କରିବା ପାଇଁ ଇଚ୍ଛା କରୁଛନ୍ତି, ସେମାନେ ଅଏଲ ଇଣ୍ଡିଆ ଲିମିଟେଡର ଅଧିକାରିକ ୱେବସାଇଟରେ ଜାରି କରାଯାଇଥିବା ଅଧିସୂଚନାକୁ ଭଲଭାବରେ ପଢନ୍ତୁ।

ପଦବୀ ବିବରଣୀ: ୩୦୦

– ଫିଟର

– ଇଲେକ୍ଟ୍ରିସିଆନ

– ଇଲେକ୍ଟ୍ରାନିକ୍ସ ମେକାନିକ

– ଇଷ୍ଟମେଣ୍ଟ ମେକାନିକ

– ମେସିନିଷ୍ଟ

– ଆକାଉଣ୍ଟାଣ୍ଟ

– ଡାଟା ଏଣ୍ଟ୍ରି ଅପରେଟର

– ରିଟେଲ ସେଲ୍ସ ଟ୍ରେଡ

ଶିକ୍ଷାଗତ ଯୋଗ୍ୟତା:-

ଟେକ୍ନସିଆନ ଅପରେଣ୍ଟିସ ପାଇଁ କୌଣସି ମାନ୍ଯତାପ୍ରାପ୍ତ ବୋର୍ଡରୁ ଯୁକ୍ତ ୨ ପାସ କରିବା ସହ ସମ୍ବନ୍ଧିତ ଟ୍ରେଡରେ ଫୁଲ ଟାଇମ ଡିପ୍ଲୋମା କରିଥିବା ଜରୁରୀ ଅଟେ। ସେହିପରି ଟ୍ରେଡ ଅପରେଣ୍ଟିସ ପାଇଁ କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାରୁ ଫୁଲଟାଇମ ଗ୍ରାଜୁଏସନର ଡିଗ୍ରୀ ରହିଥିବା ଦରକାର। ଅଧିକ ଜାଣିବା ପାଇଁ ନୋଟିଫିକେସନକୁ ଭଲ ଭାବରେ ଚେକ କରିପାରିବେ।

ମହତ୍ୱପୂର୍ଣ୍ଣ ତାରିଖ:-

ଅନଲାଇନରେ ଆବେଦନ କରିବାର ଶେଷ ତାରିଖ ୨୭ ଡିସେମ୍ବର ୨୦୨୧ ମସିହା ରହିଛି।

ବୟସର ସୀମା:-

ବିଭିନ୍ନ ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ବୟସର ସୀମା ନିର୍ଦ୍ଧାରଣ କରାଯାଇଛି।

କେମିତି ଆବେଦନ କରିବେ:-

– ପ୍ରଥମେ ଆପଣ ଅଫିସିଆଲ ୱେବସାଇଟକୁ ଯାନ୍ତୁ।

– ଏହାପରେ ଏପ୍ଲାଏ ଲିଙ୍କ ଉପରେ କ୍ଲିକ କରନ୍ତୁ।

– ତା’ ପରେ ନିଜର ବ୍ୟକ୍ତିଗତ ବିବରଣୀକୁ ଭରିବା ପରେ ସବମିଟ କରନ୍ତୁ।

– ଆବେଦନର ଶୁଳ୍କ ଦିଅନ୍ତୁ ଏବଂ ତା’ ପରେ ସବମିଟ ବଟନ ଉପରେ କ୍ଲିକ କରନ୍ତୁ।

– ଫର୍ମର ଏକ କପିକୁ ଡାଉନଲୋଡ କରି ନିଜ ପାଖରେ ରଖନ୍ତୁ।

ଅଧିକ ଜାଣିବା ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ:-
https://iocl.com/admin/img/Apprenticeships/Files/5e2a63d05ddd4450b45e90e4c7d31c65.pdf

Leave A Reply

Your email address will not be published.